କଟକ ଜିଲ୍ଲା (ଓଡିଶା ତାଜା ନିଉଜ) ମାହଙ୍ଗା 09/02/20 :- କଟକ ଜିଲ୍ଲା ମାହଙ୍ଗା ବ୍ଲକ ଅଂଚଳରେ ଜଣେ ମଦ୍ୟପ ପ୍ରଧାନଶିକ୍ଷକଙ୍କ ଭିଡିଓ ଭାଇରାଲ ହେବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବାପରେ ବାଧ୍ୟହୋଇ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ଦେଉରିଙ୍କୁ ଶିକ୍ଷା ବିଭାଗ ନିଲମ୍ବନ କରିଚି, ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବାରୁ ମାହାଙ୍ଗା ବ୍ଲକ ଶିକ୍ଷାଅଧିକାରୀ ଏହାର ବିଧିବଦ୍ଧ ତଦନ୍ତ କରିବା ସହ ସମ୍ପୃକ୍ତ ମାତାଲ ଶିକ୍ଷକ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇବା ସହ ତାଙ୍କୁ ତୁରନ୍ତ ତାଙ୍କ ପଦରୁ ନିଲମ୍ବନ କରିବା ସହ ହେଡକ୍ୱାଟର ରେ ରହିବାକୁ ନିର୍ଦେଶ ଦିଆଯାଇଛି, ପ୍ରକାଶ ଯେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମେରିପୁର ପ୍ରାଥମିକ ବିଦ୍ୟାଳୟର, ପ ମାତାଲ ପ୍ରଧାନଶିକ୍ଷକ ଗତ 5 ତାରିଖ ଦିନ ମଦ ପିଇ ମାତାଲ ହୋଇ ସ୍କୁଲ ଆସିଥିବା ବେଳେ ଗ୍ରାମବାସୀ ମାନେ ଦେଖି ଏହାକୁ ବିରୋଧ କରିବାସହ ଏହି ଘଟଣାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ, ଏ ଶିକ୍ଷକ ଜଣକ ହେଉଛନ୍ତି ଏ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ, ତାଙ୍କ ନାମ ହେଉଛି ରବିନ୍ଦ୍ର ଦେଉରି। ହେଲେ ଗାଁ ଲୋକେ ସାର ଙ୍କୁ ବୁଝାଇ ଆଗରୁ ବହୁ ଥର ଛାଡ଼ି ଦେଇଥିଲେ। ହେଲେ ପୁଣି ଥରେ ସାର ମଦ ପିଇ ସ୍କୁଲ କୁ ଆସିବାରୁ ଗ୍ରାମବାସୀମାନେ ଭିଡ଼ିଓ ଭାଇ ରାଲ କରିଥିଲେ, ଏହାକୁ ଆଧାରକରି ବ୍ଲକ ଶିକ୍ଷାଅଧିକାରୀ ଚକ୍ରଧର ବେହେରା ସମ୍ପୃକ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଚନ୍ତି, ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ
ସରକାର ଶୁଣିଲେ ଆମ କଥା,ମଦୁଆ ପ୍ରଧାନ ଶିକ୍ଷକଙ୍କୁ ଉଚିତ୍ ଶିକ୍ଷା ଦେଲେ

- Categories: ଅପରାଧ, ଓଡ଼ିଶା, ଶିକ୍ଷା ଓ ନିଯୁକ୍ତି, ହୋମ୍
Related Content
ଦାସିଆ ଅଜାଙ୍କ ସାଧନା ଓ ସଂଘର୍ଷ ମୟ ଜୀବନ କାହାଣୀ ସମ୍ପର୍କେ ଅନୁଷ୍ଠାନ ସମ୍ପାଦକ ଦୀପକ ପଟ୍ଟନାୟକ ଙ୍କ ସହିତ ଆଲୋଚନା କରି ମାଜିଷ୍ଟ୍ରେଟ୍ ଖୁବ୍ ଖୁସି ପ୍ରକଟ କରିଥିଲେ
by
Proprietor Abhimanyu Maharana
October 29, 2026
ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି : ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର
by
Proprietor Abhimanyu Maharana
October 29, 2026
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ : ୨୯ ରେ କନ୍ଧମାଳ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ - ଶିକ୍ଷକ ଓ କର୍ମଚାରୀଙ୍କୁ ଡ୍ୟୁଟିରେ ରହିବା ନିର୍ଦ୍ଦେଶ
by
Proprietor Abhimanyu Maharana
October 29, 2026
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବାଲିଗୁଡ଼ାରେ ଲଗାଣ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ : ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ
by
Proprietor Abhimanyu Maharana
October 29, 2026
ବାତ୍ୟା ଭୟରେ ସିଲ୍ ହେଲା ଗାଜଲବାଡ଼ି ଘାଟି: ଗଛ ଉପୁଡ଼ି ରାସ୍ତା ଅବରୋଧ, ଦୁଇ ଜିଲ୍ଲା ମଧ୍ୟରେ ଯାତାୟାତ ଠପ୍; ବିକଳ୍ପ ରାସ୍ତା ଉପରେ ନିର୍ଭର ଯାତ୍ରୀ
by
Proprietor Abhimanyu Maharana
October 29, 2026
ବାତ୍ୟା ପରିସ୍ଥିତି ପରଖିଲେ ମନ୍ତ୍ରୀ, ଗାଜଲବାଡ଼ି ଘାଟିର ସ୍ଥିତି ଅନୁଧ୍ୟାନ : ଡୁଲୁରୀ ରାସ୍ତାରୁ ଗଛ ହଟାଇବାକୁ ନିର୍ଦ୍ଦେଶ : ୨୫ ପଞ୍ଚାୟତ ଅନ୍ଧାରରେ; ନେଟୱାର୍କ ଓ ଇଣ୍ଟରନେଟ୍ ସେବା ଠପ୍
by
Proprietor Abhimanyu Maharana
October 29, 2026