କଟକ ଜିଲ୍ଲା (ଓଡିଶା ତାଜା ନିଉଜ) ମାହଙ୍ଗା 09/02/20 :- କଟକ ଜିଲ୍ଲା ମାହଙ୍ଗା ବ୍ଲକ ଅଂଚଳରେ ଜଣେ ମଦ୍ୟପ ପ୍ରଧାନଶିକ୍ଷକଙ୍କ ଭିଡିଓ ଭାଇରାଲ ହେବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବାପରେ ବାଧ୍ୟହୋଇ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ଦେଉରିଙ୍କୁ ଶିକ୍ଷା ବିଭାଗ ନିଲମ୍ବନ କରିଚି, ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବାରୁ ମାହାଙ୍ଗା ବ୍ଲକ ଶିକ୍ଷାଅଧିକାରୀ ଏହାର ବିଧିବଦ୍ଧ ତଦନ୍ତ କରିବା ସହ ସମ୍ପୃକ୍ତ ମାତାଲ ଶିକ୍ଷକ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇବା ସହ ତାଙ୍କୁ ତୁରନ୍ତ ତାଙ୍କ ପଦରୁ ନିଲମ୍ବନ କରିବା ସହ ହେଡକ୍ୱାଟର ରେ ରହିବାକୁ ନିର୍ଦେଶ ଦିଆଯାଇଛି, ପ୍ରକାଶ ଯେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମେରିପୁର ପ୍ରାଥମିକ ବିଦ୍ୟାଳୟର, ପ ମାତାଲ ପ୍ରଧାନଶିକ୍ଷକ ଗତ 5 ତାରିଖ ଦିନ ମଦ ପିଇ ମାତାଲ ହୋଇ ସ୍କୁଲ ଆସିଥିବା ବେଳେ ଗ୍ରାମବାସୀ ମାନେ ଦେଖି ଏହାକୁ ବିରୋଧ କରିବାସହ ଏହି ଘଟଣାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ, ଏ ଶିକ୍ଷକ ଜଣକ ହେଉଛନ୍ତି ଏ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ, ତାଙ୍କ ନାମ ହେଉଛି ରବିନ୍ଦ୍ର ଦେଉରି। ହେଲେ ଗାଁ ଲୋକେ ସାର ଙ୍କୁ ବୁଝାଇ ଆଗରୁ ବହୁ ଥର ଛାଡ଼ି ଦେଇଥିଲେ। ହେଲେ ପୁଣି ଥରେ ସାର ମଦ ପିଇ ସ୍କୁଲ କୁ ଆସିବାରୁ ଗ୍ରାମବାସୀମାନେ ଭିଡ଼ିଓ ଭାଇ ରାଲ କରିଥିଲେ, ଏହାକୁ ଆଧାରକରି ବ୍ଲକ ଶିକ୍ଷାଅଧିକାରୀ ଚକ୍ରଧର ବେହେରା ସମ୍ପୃକ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଚନ୍ତି, ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ
ସରକାର ଶୁଣିଲେ ଆମ କଥା,ମଦୁଆ ପ୍ରଧାନ ଶିକ୍ଷକଙ୍କୁ ଉଚିତ୍ ଶିକ୍ଷା ଦେଲେ

- Categories: ଅପରାଧ, ଓଡ଼ିଶା, ଶିକ୍ଷା ଓ ନିଯୁକ୍ତି, ହୋମ୍
Related Content
ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
September 7, 2026
ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬
by
Proprietor Abhimanyu Maharana
September 7, 2026
ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ
by
Proprietor Abhimanyu Maharana
September 7, 2026
ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା
by
Proprietor Abhimanyu Maharana
September 7, 2026
ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
by
Proprietor Abhimanyu Maharana
September 7, 2026
ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ
by
Proprietor Abhimanyu Maharana
September 7, 2026