କଟକ ସଦର ବିଜୁ ମହିଳା ଜନତା ଦଳ ପକ୍ଷରୁ : ଵିଶ୍ୱ ମହିଳା ଦିବସ ପାଳନ

ଓଡ଼ିଶା ତାଜା ନ୍ୟୁଜ (୮ ମାର୍ଚ୍ଚ ସୋମବାର ) କଟକ :- ଆଜି ହେଉଛି ବିଶ୍ୱ ମହିଳା ଦିବସ । ଏହି ଅବସରରେ କଟକ ସଦର ବିଜୁ ମହିଳା ଜନତା ଦଳ ପକ୍ଷରୁ ସୋମବାର ଦିନ କଟକ ମହାନଗ ନିଗମ ୫୮ନମ୍ବର ୱ।ର୍ଡ଼ ପ୍ରତାପନଗରୀ ସ୍ଥିତ ଧାକୁଲେଇ ପୀଠରେ ବିଶ୍ୱ ମହିଳା ଦିବସ ପାଳନ କରାଯାଇଥିଲା ।

କଟକ ସଦର ବିଜୁ ମହିଳା ଜନତା ଦଳର ସଭାନେତ୍ରୀ କବିତା ଦାସଙ୍କ ଅଧ୍ୟକ୍ଷତାରେ, ଆୟୋଜିତ ସଭାରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ମୁଖ୍ୟ ଅତିଥି ଭାବେ ଯୋଗଦେ ,ମହିଳା ମାନଙ୍କୁ ଶୁଭେଚ୍ଛା ଜଣା ବା ସହ , ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି ବୋଲି କହିଥିଲେ । ଆୟୋଜିତ ଉସ୍ଚବରେ କନକ ଲତା ମିଶ୍ର, ସମିତି ସଭ୍ୟା ସୁଭାସିନୀ ସେଠୀ, ପ୍ରମୁଖ ବିଭିନ୍ନ ପଞ୍ଚାୟତର ମହିଳା ମାନେ ଯୋଗ ଦେଇଥିଲେ । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)

Exit mobile version