ରାଜଧାନୀରେ ନିଶା କାରବାର ବନ୍ଦ କରିବା ପାଇଁ ଓଡ଼ିଶା ସୁରକ୍ଷା ସେନାର ଡ଼ିସିପିଙ୍କୁ ସ୍ମାରକ ପତ୍ର

ଓଡ଼ିଶା ତାଜା ନ୍ୟୁଜ (୮ ମାର୍ଚ୍ଚ ସୋମବାର ) ଭୁବନେଶ୍ୱର :- ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଓଡ଼ିଶା ସୁରକ୍ଷା ସେନାର ମହିଳା ଶାଖା ପକ୍ଷରୁ ଡ଼ିସିପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ରରେ ସେନା ପକ୍ଷରୁ ଲେଖା ଯାଇଛି ଯେ ରାଜଧାନୀରେ ଦିନ କୁ ଦିନ ବେଆଇନ ନିଶା କାରବାର ଓ ସେବନ ବଢି ଚାଲିଛି । ରାଜଧାନୀରେ ବିଶେଷ କରି ଯୁବ ପିଢ଼ି ବର୍ତ୍ତମାନ ସମୟରେ ନିଶାଗସ୍ତ ହୋଇପଡୁଛନ୍ତି ।

ଅତି ସହଜରେ ରାଜଧାନୀ ର ବିଭିନ୍ନ ଦୋକାନ ରେ ଓ ନିଶା ବ୍ୟାପାରିଙ୍କ ଜରିଆରେ ସହଜରେ ନିଶା ମିଳୁଥିବା ଏହି ସ୍ମାରକପତ୍ରରେ ଉଲ୍ଲେଖ କାରାଯାଇଛି। ମହିଳା ଶାଖା ତରଫରୁ କୁହାଯାଇଛି ଯେ ଏହି ନିଶା ସେବନ ଓ ବିକ୍ରି ବେଆଇନ ଅଟେ । ପୋଲିସ ର ନିଷ୍କ୍ରିୟତାରେ ସମାଜରେ ଦିନ କୁ ଦିନ ନିଶା କାରବାର ବଢି ଚାଲିଛି ବୋଲି ସ୍ମାରକପତ୍ରରେ ଅଭିଯୋଗ କରାଯାଇଛି ।

ନିଶା କାରବାର ଓ ସେବନ କରୁଥିବା ବ୍ୟକ୍ତିଙ୍କ ଉପରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ମହିଳା ଶାଖାର ସଭାପତି ଅନୁରାଧା ଦାସ ସମେତ ଦେବକୀ ସାହୁ, ସରସ୍ବତୀ ସେନାପତି, ଦେବକୀ ବାରିକ, ସ୍ମରଣୀକା ଶତପଥୀ, ସୁମିତା ପଣ୍ଡା, କସ୍ତୁରୀ କାନ୍ତି, ପ୍ରଭାତୀ ସେଠୀ, ରଶ୍ମି ପଳେଇ, ରଶ୍ମିତା ସାମଲ ପ୍ରମୁଖ ଉପସ୍ଥିତ ରହି ଡ଼ିସିପିଙ୍କୁ ଭେଟ କରି ସ୍ମାରକପତ୍ର ପ୍ରଦାନ କରିଥିଲେ ।

Exit mobile version