ମାତାଲ ବାଇକ ଚାଳକ ଗାଡି ଧକ୍କାରେ ପୋଲିସ ଅଧିକାରୀ ଗୁରୁତର, ମଦୁଆଙ୍କୁ ଲଗାମ ନାଇଁ

କଟକ ଜିଲ୍ଲା, ମାହାଙ୍ଗା (ଓଡିଶା ତାଜା ନିଉଜ) ନିଶ୍ଚନ୍ତକୋଇଲି 9-2-2020 :- କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ଥାନା ଅଂଚଳରେ ମାତାଲ ଗାଡି ଚାଳକ ଧକ୍କାରେ ଏହି ଥାନାର ଜଣେ ଏ ଏସ ଆଇ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି, ଆମେ ମଦୁଆ ମାଦ ପି ସରକାରଙ୍କ ରାଜସ୍ବ ବୃଦ୍ଧି କରୁଛୁ, ଆମେ ଏମିତି ଗାଡି ଚଳେଇବୁ ମଦ ପି କିଏ ମାରୁ କି ବଞ୍ଚୁ ଅମର କଣ ଅଛି ନୀତିରେ ଗାଡିଚାଲେଉଛନ୍ତି ମାତାଲ ଚାଳକ ମାନେ, ସରକାର ମଦ ଦୋକାନ ଖୋଲିଛନ୍ତି ରାଜରାସ୍ତା କଡରେ ଆମେ କଣ ମଦ ପିଇବୁ ଯାଇ ଜଙ୍ଗଲରେ ଏଭଳି କରୁଛନ୍ତି ମଦୁଆ ମାନେ, ତେଣୁ କିଏ ମରୁ କି ବଞ୍ଚୁ ସରକାର ବୁଝିବେ, ଟ୍ରାଫିକ ନିୟମ ଯେତେ କଡାକଡି ହେଲେବି ବେ ଲଗାମ୍ ଛଡା ହେଉଛନ୍ତି ମଦୁଆ ଗାଡ଼ି ଚାଳକ।ଏ ପରି ଏକ ଘଟଣାର ଖୋଦ୍ ଶିକାର ହୋଇଛନ୍ତି ଜଣେ ପୋଲିସ ବାବୁ। ମଦୁଆ ବାଇକ୍ ଚାଳକଙ୍କ ବାଇକ୍ ଧକ୍କାରେ ନିଶ୍ଚିନ୍ତକୋଇଲି ଏଏସଆଇ ପ୍ରମୋଦ କୁମାର ଦାସ ଗୁରୁତର। ଗୁରୁତର ଙ୍କୁ ଭୂବନେଶ୍ବର ଘରୋଇ ମେଡିକାଲ କୁ ସ୍ଥାନାନ୍ତର। ଥାନାରେ ଦୁଇ ବାଇକ୍ ଆରୋହୀ ଅଟକ।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଏଏସଆଇ ପ୍ରମୋଦ କୁମାର ଦାସ କଟକ-ଚାନ୍ଦବାଲି ରାସ୍ତା ର ଥାନା ଛକ ଠାରେ ରାସ୍ତା ପାର ହେଉଥିବା ବେଳେ ଏକ ପ୍ୟାସନ ପ୍ଲସ ବାଇକ୍ ଧକ୍କାରେ ଗୁରୁତର ହୋଇ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ର ଏକ ଘରୋଇ ମେଡିକାଲ କୁ ସ୍ଥାନାନ୍ତର ହୋଇଛନ୍ତି। ସୂଚନାଯୋଗ୍ୟ ଏହି ବାଇକ୍ ଆରୋହୀ ଓ ଚାଳକ ମଦ୍ୟପାନ କରି ଗାଡି ଦୃତ ଗତିରେ ରାସ୍ତାରେ ଚଲାଉଥିଲେ। ଫଳରେ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି, ବାଇକ୍ ଆରୋହୀ ହେଲେ ଖୋର୍ଦ୍ଧା ର ରାଜେଶ ସ୍ବାଇଁ ଏବଂ ଚୌଦ୍ଵାର ର ଦିପ୍ତି ରଞ୍ଜନ ମହାନ୍ତି। ବାଇକ୍ କୁ ଜବତ୍ କରିବା ସହ ଉଭୟ ଙ୍କୁ ନିଶ୍ଚିନ୍ତକୋଇଲି ଥାନା ରେ ପୋଲିସ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଚଳାଇଛି, ସେଣେ ଦୁର୍ଘଟଣାର ଶିକାର ପୋଲିସ ଅଧିକାରୀ ଜଣକ ଗୁରୁତର ଅବସ୍ଥାରେ ଏକ ଘରୋଇ ନର୍ସିଙ୍ଗ ହୋମରେ ଚିକିତ୍ସା ହେଉଛନ୍ତି, ଦୈନଦିନ ରାଜ ରାସ୍ତାରେ ମଦୁଆମାନେ ଖୁଲମଖୁଲା ଭାବେ ମଦ ପି ଗାଡିଚଳାଉଥିବାବେଳେ ସେମାନଙ୍କୁ ଚି଼ହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସଚେତନଶୀଳ ନାଗରିକ ମାନେ ଦାବୀ କରିଚନ୍ତି, ବେପରୁଆ ମଦୁଆ ଗାଡିଚାଳକ ମାନଙ୍କ ପାଇଁ ଅକାରଣରେ ଧାନ ଜୀବନ ହାନି ହେଉଛି, ତୁରନ୍ତ ଏମାନଙ୍କ ପ୍ରତି ରୋକ ଲଗାଇବା ପାଇଁ ମଦୁଆ ଚାଳକକୁ ଚେକିଂ କରି ଦଣ୍ଡ ଦେବାକୁ ଦାବୀ ହୋଇଛି, ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ ଙ୍କ ରିପୋର୍ଟ,

Exit mobile version