ମା ଛେଉଣ୍ଡ ୪ ପିଲାଙ୍କୁ ବାଳାଶ୍ରମ ସ୍ଥାନାନ୍ତର

ଓଡ଼ିଶା ତାଜା ନ୍ୟୁଜ (୭ ମାର୍ଚ୍ଚ ରବିବାର )କୁକୁଡ଼ାଖଣ୍ଡି :- କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ନୂଆ ବାଉଁଶିଆପଲ୍ଲୀ ଗ୍ରାମର ହରିଜନ ସାହିରେ ନିଜ ବାପା ଓ ମା’ ପାଖରେ ରହିଥିଲା। ଲିଲି ନାୟକଙ୍କୁ ହତ୍ୟା କରି କବିସୂର୍ଯ୍ୟନଗର କାଜୁ ତୋଟାରେ ଫୋପାଡ଼ିଦେଇ ଫେରାର ହେବା ପରେ ପୋଲିସ ତଦନ୍ତ କରି ଶଙ୍କର ନାୟକ ଏବଂ ଅନ୍ୟ ମହିଳା ରେଣୁ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ । ଅପରପକ୍ଷରେ ଲିଲି ନାୟକଙ୍କ ୪ଟି ସନ୍ତାନ ମାଙ୍କୁ ହରାଇ ଅଜା ଆଇଙ୍କ ଘରେ ରହି ଦୁର୍ଦ୍ଧିନରେ ଜୀବନଯାପନ କରୁଥିଲେ । ବିଭିନ୍ନ

ଖବର କାଗଜର ଏହି ଖବର ପ୍ରକାଶ ପରେ ୪ ପିଲାଙ୍କ ଥଇଥାନ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୁକୁଡ଼ାଖଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ , ସ୍ଥାନୀୟ ସରପଞ୍ଚ ଏ.ଚେନ୍ନେୟା, ଚାଇଲଡ଼ ଲାଇନ୍ ପ୍ରଭାତ କୁମାର ପାଢୀ, ରଶ୍ମିତା ବେହେରା, ସୁପରଭାଇଜର ଗୀତାରାଣୀ ରାଉଳ, ରିତାରାଣି ମଲ୍ଲିକ, ଅଙ୍ଗନୱାଡି କର୍ମୀ ଏ.ଲକ୍ଷ୍ମୀ ଦେବୀ, ରଶ୍ମିତାପଟ୍ଟନାୟକ, ଜି.ଲାଛିଆମ୍ମା ,ଆଶାକର୍ମୀ ସବିତା ଦାସ, ପି.ରାଜଲକ୍ଷ୍ମୀ , ଏ.ସେଲିଆମ୍ମା, କବିତା ଦାସ, ଏମ୍.ଅନୁସାୟା, ଯାଞ୍ଚ କମିଟି ସଭାପତି ନରସିଂହ ଦାସ ପ୍ରମୁଖ ଆସି ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ବୈଠକ ନିମନ୍ତେ ଆଲୋଚନା କରାଯାଇଥିଲା ।

ନୂଆ ବାଉଁଶିଆପଲ୍ଲୀ ଗାଁରେ ହରିଜନ ସାହିର ଅଜା ଆଈଙ୍କ ଘରେ ପହଞ୍ଚି ପିଲାମାନଙ୍କ ବିଭିନ୍ନ ଅସୁବିଧା ବୁଝିବା ସହ ବିଭିନ୍ନ ଆଶ୍ରମରେ ରଖିବା ସହିତ କିଭଳି ଭାବେ ଉଜ୍ବଳ ଭବିଷ୍ୟତ ଗଢ଼ାଯିବ ସେ ନେଇ ଜିଲ୍ଲାପାଳଙ୍କ ହସ୍ତକ୍ଷେପ କରି ସେମାନଙ୍କ ଥଇଥାନର ବ୍ୟବସ୍ତା କରିବେ ବୋଲି ପ୍ରକାଶ କରିଥିଲେ I ରବିବାର ମାଧ୍ୟାନରେ ୪ ଶିଶୁଙ୍କ କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କୋଭିଡ୍ ପରୀକ୍ଷା କରି ପରେ ବ୍ରହ୍ମପୁର ବାଳା ଆଶ୍ରମକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଉକ୍ତ ୪ ସନ୍ତାନଙ୍କ ରକ୍ଷଣାବେକ୍ଷଣ ନିମନ୍ତେ ଅଜା ଆଈଙ୍କ ସମେତ ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ ସଂଘ ସଭାପତି କେ.ମଣିବାବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ୫ଟି ସଚିବ ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଏହି ନେଇ ଗ୍ରାମବାସୀଙ୍କ ମହଲରେ ଖୁସିର ଲହରୀ ଦେଖିବାକୁ ମିଳିଛି ।

Exit mobile version