ନୟାଗଡ଼ ନିର୍ବାଚନ ମଣ୍ଡଳୀର କେନ୍ଦୁଡିପୀ ପଞ୍ଚାୟତ ପାହାଡ଼ରେ ଭୟାବହ ଅଗ୍ନିକାଣ୍ଡ : ଧୂଆଁ ରେ ଅସହ୍ୟ କେନ୍ଦୁଡିପୀ ଗ୍ରାମବାସୀ

ଓଡ଼ିଶା ତାଜା ନ୍ୟୁଜ୍ (୭ ମାର୍ଚ୍ଚ ରବିବାର ) ନୟାଗଡ଼ :- ନୟାଗଡ଼ ନିର୍ବାଚନ ମଣ୍ଡଳୀ ର କେନ୍ଦୁଡ଼ୀପି ପଞ୍ଚାୟତ ନିକଟସ୍ଥ ପାହାଡ଼ ତଳୁ ଶିଖର ପର୍ଯ୍ୟନ୍ତ ନିଆଁ ଖୁବ୍ ଜୋର ରେ ଜଳିବା ର ଲାଗିଛି । ଯାହାଫଳରେ ପାହାଡ଼ ତଳ ଜନବସତି ରେ ବସବାସ କରୁଥିବା ଲୋକେ ବହୁ ଗରମ ଅନୁଭୂତ କରୁଥିବା ବେଳେ ପାହାଡ଼ ରୁ ପ୍ରବାହିତ ସାଙ୍ଘାତିକ ତାତି ଯୋଗୁଁ ଗ୍ରାମବାସୀ ମାନେ ରହିପାରୁନାହାନ୍ତି ଯାହାଫଳରେ ଗ୍ରାମବାସୀ ମାନେ ଗ୍ରାମ ଛାଡି ଅନ୍ୟତ୍ର ସ୍ଥାନାନ୍ତର ହେବା ପାଇଁ ବାଧ୍ୟ ହେଉଛନ୍ତି । ଏହାର ତୁରନ୍ତ ପଦକ୍ଷେପ ନିମନ୍ତେ ଗ୍ରାମବାସୀ ବନ୍ୟ ବିଭାଗ ଅଧିକାରୀ ଙ୍କୁ ଜଣାଇଥିଲେ ବି ବେପରୱା ଭାବେ ହାତ କୁ ହାତ ଧରି ବସି ରହିଛି ବନ୍ୟ ସୁରକ୍ଷା ଅଧିକାରୀ ।

ଯାହାଫଳରେ ପାହାଡ଼ରେ ଥିବା ବହୁତ ଗଛ ପୋଡ଼ି ନଷ୍ଟ ହୋଇଛି । ଭୟଙ୍କର ନିଆଁ ଉତ୍ତାପ ରେ ହୁତୁ ହୁତୁ ହୋଇ ଜଳୁଛି ପାହାଡ଼ , ବନ୍ୟ ପଶୁ ଅସ୍ତ ବ୍ୟସ୍ତ ହୋଇ ପଡ଼ିଛି ସମଗ୍ର ପାହାଡ଼ ରେ ଉତ୍ୟକ୍ତ ହୋଇ ଉଠିଛି ନିଆଁ । ଯାହାକୁ ଶାନ୍ତ କରିବାକୁ ବନ୍ୟ ବିଭାଗ କରୁଛି ହେୟଜ୍ଞାନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଥିବା  ପାହାଡ଼ ର ଔଷଧୀୟ ବୃକ୍ଷ ଏବଂ ବନ୍ୟରେ ବସବାସ କରୁଥିବା ଜନ୍ତୁ ଙ୍କ ପାଈଁ ସାଜିଛି ଭୟଙ୍କର ବିପଦ ।

ନଷ୍ଟ ଭ୍ରଷ୍ଟ ହୋଇଯାଇଛି ପ୍ରକୃତିପୂର୍ଣ୍ଣ ଜଙ୍ଗଲ । ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁଁ ଆଖପାଖ ଅଞ୍ଚଳରେ ଲାଗିରହିଥିବା ଜନବସତି ଏବେ ଧୂଆଁ ଘେରରେ । ପରିବେଶ ଏଭଳି ନଷ୍ଟ ହେବା ଏବଂ ନିଆଁ ର ପ୍ରଖର ତାତି ରେ ଜନ ଜୀବନ ହେଉଛି ହନ୍ତସନ୍ତ । ହେଲେ କେତେକ ଅସାଧୁ ମାନଙ୍କ ପାଇଁ ଆଜି ଜଳୁଛି ଜଙ୍ଗଲ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ନୟାଗଡ଼ ବନବିଭାଗକୁ ଖବର ଦେଇଛନ୍ତି ଗ୍ରାମବାସୀ ହେଲେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ । ( ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version