ବିଭିନ୍ନ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ନିତି ଆଦର୍ଶର ଶିକ୍ଷା ଦେଉଛନ୍ତି – ସତ୍ୟ ନାରୟଣ

ନୟାଗଡ ଜିଲ୍ଲା ରଣପୁର (ଓଡିଶା ତାଜା ନ୍ୟୁଜ୍ ) ରଣପୁର, ପ୍ରତିନିଧିଙ୍କ ରିପୋର୍ଟ 9.2.2020 :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ମହତପଲ୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଶିଶୁ ମହୋତ୍ସବ ଧୁମ୍‌ଧାମର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ମୂଖ୍ୟ ବକ୍ତା ଭାବେ ରଣପୁର ମଣ୍ଡଳ ଶିକ୍ଷା ଅଧିକାରୀ ଉପେନ୍ଦ୍ରନାଥ ସାହୁ, ସମ୍ମାନୀତ ଅତିଥି ଭାବେ ସ୍ଥାନୀ ୟ ସରପଞ୍ଚ ତିଳୋତମା ବେହେରା, ସି.ଆର.ସି.ସି. ଅକ୍ଷୟ କୁମାର ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଲେଖ ବିହାରୀ ସାହୁ ପ୍ରମୂଖ ଯୋଗ ଦେଇଥିଲେ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁବାସିନି ଦେଇ ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷକ ସଞ୍ଜୟ କୁମାର ଦାସ ଓ ଭାସ୍କର ସ୍ୱାଇଁଙ୍କ ନିଦ୍ଦେର୍ଶନାରେ ପ୍ରସ୍ତୁତ ହୋଇଥିବା ନାଟକ ‘ଚୁମୁକି’ ସହିତ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରକୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ଭାବେ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଶହ ଶହ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଶିକ୍ଷକ ସୁଶାନ୍ତ କୁମାର ସାମନ୍ତରାୟ, କଳ୍ପନା ଜେନା, ମାଳତି ସାହୁ ଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ଓ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସେହିପରି ଗୋପାଳପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ ବିଦ୍ୟାଳୟର ସଭାପତି ରଞ୍ଜନ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ମୂଖ୍ୟ ବକ୍ତା ଭାବେ ରଣପୁର ତହସିଲଦାର ଅନିଲ କୁମାର ଆଚାର୍ଯ୍ୟ, ସମ୍ମନୀତ ଅତିଥି ଭାବେ ସ୍ଥାନୀ ୟସରପଞ୍ଚ ଶରତ ଚନ୍ଦ୍ର ରଥ, ନୟାଗଡ ଜିଲ୍ଲା ଖାଉଟି ଅଦାଲତର ଅଧ୍ୟକ୍ଷ ନାରାୟଣ ମହାପାତ୍ର ପ୍ରମୂଖ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।

ମୟୂରଝାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବାର୍ଷୀକ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗୀରଥି ରାଉତରାୟ, ମୂଖ୍ୟ ବକ୍ତା ଭାବେ ସ୍ଥାନୀ ୟ ସରପଞ୍ଚ ଛବିରାଣୀ ବିଶୋଇ, ସମ୍ମାନୀତ ଅତିଥି ଭାବେ ଅର୍ଜୁନ ରାଉତ ସ୍ମାରକୀ କଲେଜର ଅଧ୍ୟକ୍ଷ ସହଦେବ ନାୟକ, ମନୋଜ ମହାପାତ୍ର, କାହ୍ନୁଚରଣ ପଟ୍ଟନାୟକ, ଜିତେନ କୁମାର ସାହୁ, ରବିନ୍ଦ୍ର କୁମାର ସାହୁ ପ୍ରମୂଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ମଣିଷ ହେବା ପାଇଁ ବିଭିନ୍ନ ଉପଦେଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶେଖ ମଂଦୁର ଏହି ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ମାଧବ ମାଝୀ ଉପସ୍ଥାପନା କରିଥିଲେ ।

Exit mobile version