ଜଳୁଛି ପଞ୍ଚୁପାଣ୍ଡବ ପାହାଡ଼ ,ଅସ୍ତ ବ୍ୟସ୍ତ ରେ ବନ୍ୟ ଜୀବ ଏବଂ ଓଡ଼ଗାଁ ବାସୀ – କୁରାଳ

ଓଡ଼ିଶା ତାଜା ନ୍ୟୁଜ୍ ( ୭ ମାର୍ଚ୍ଚ ରବିବାର) ଓଡ଼ଗାଁ :- ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ  ପଞ୍ଚୁପାଣ୍ଡବ ପାହାଡ଼ରେ ସନ୍ଧ୍ୟାରେ ନିଆଁ ଲାଗିଛି ।  ଏହାର ତୁରନ୍ତ ପଦକ୍ଷେପ ନିମନ୍ତେ ଗ୍ରାମବାସୀ  ବନ୍ୟ ବିଭାଗ ଅଧିକାରୀ ଙ୍କୁ ଜଣାଇଥିଲେ ବି ବେପରୱା ଭାବେ ହାତ କୁ ହାତ ଧରି ବସି ରହିଛି ବନ୍ୟ ସୁରକ୍ଷା ଅଧିକାରୀ । ଯାହାଫଳରେ ପାହାଡ଼ରେ ଥିବା ବହୁତ ଗଛ ପୋଡ଼ି ନଷ୍ଟ ହୋଇଛି ।

ଭୟଙ୍କର ନିଆଁ ଉତ୍ତାପ ରେ ହୁତୁ ହୁତୁ ହୋଇ ଜଳୁଛି ପାହାଡ଼ , ବନ୍ୟ ପଶୁ ଅସ୍ତ ବ୍ୟସ୍ତ ହୋଇ ପଡ଼ିଛି ସମଗ୍ର ପାହାଡ଼ ରେ ଉତ୍ୟକ୍ତ ହୋଇ ଉଠିଛି ନିଆଁ  । ଯାହାକୁ ଶାନ୍ତ କରିବାକୁ ବନ୍ୟ ବିଭାଗ କରୁଛି ହେୟଜ୍ଞାନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଥିବା ପଞ୍ଚୁପାଣ୍ଡବ ପାହାଡ଼ ର ଔଷଧୀୟ ବୃକ୍ଷ ଏବଂ  ବନ୍ୟରେ ବସବାସ କରୁଥିବା ଜନ୍ତୁ ଙ୍କ ପାଈଁ ସାଜିଛି  ଭୟଙ୍କର ବିପଦ ।  ନଷ୍ଟ ଭ୍ରଷ୍ଟ ହୋଇଯାଇଛି ପ୍ରକୃତିପୂର୍ଣ୍ଣ ଜଙ୍ଗଲ ।

ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁଁ ଆଖପାଖ ଅଞ୍ଚଳରେ ଧୂଆଁ ଘେରି ରହିଛି । ପରିବେଶ କୁ ସୁରକ୍ଷା ରଖିବା ଆମର କର୍ତ୍ତବ୍ୟ । ହେଲେ କେତେକ ଅସାଧୁ ମାନଙ୍କ ପାଇଁ ଆଜି ଜଳୁଛି ଜଙ୍ଗଲ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଓଡ଼ଗାଁ ବନବିଭାଗକୁ ଖବର ଦେଇଛନ୍ତି ଗ୍ରାମବାସୀ    ହେଲେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ  )

 

Exit mobile version