ଖେଲୋ ଇଣ୍ଡିଆ ପ୍ରତିଯୋଗୀତା ରେ ବରଗଡ଼ ର ପୁଷ୍ପାନସ ନଲେଜ ହବ୍ ପ୍ରତିଯୋଗୀ ଙ୍କ କୃତିତ୍ୱ

ଓଡ଼ିଶା ତାଜା ନ୍ୟୁଜ (୭ ମାର୍ଚ୍ଚ ରବିବାର ) ବରଗଡ଼ :- ବରଗଡ଼ ର ପୁଷ୍ପାନସ ନଲେଜ ହବ୍ ର ତିନିଜଣ ଯୁବ କ୍ରୀଡାବିତ୍ ଙ୍କ ସମେତ ଝାରସୁଗୁଡ଼ା ର ଜଣେ ପ୍ରତିଯୋଗୀ ଖେଲୋ ଇଣ୍ଡିଆ ୱିଣ୍ଟର ଗେମ୍ସ ରେ କାଶ୍ମୀର ର ଗୁଲ୍ମର୍ଗ ଠାରେ କୃତିତ୍ୱ ର ସହ ବରଗଡ଼ ଫେରି ଆସିଛନ୍ତି।ଗତ ଜାନୁୟାରୀ ୨୫ ତାରିଖ ରୁ ବରଗଡ଼ ରୁ ବାହାରି ଜୟଯାତ୍ରା ସହ ଗତ ୬ ତାରିଖ ବରଗଡ଼ ଫେରି ଆସିଛନ୍ତି । ସ୍ବରାଜ ମହାପାତ୍ର , ଅରବିନ୍ଦ ପାଢୀ , ଚନ୍ଦ୍ର ମହାନା , (ସମସ୍ତେ ବରଗଡ଼ ) , ସୋନୁ ସୋନାଲିଆ (ଝାରସୁଗୁଡ଼ା) ଜାନୁୟାରୀ ମାସରେ ଜାତୀୟ ସ୍ତରୀୟ

ଚୟନ ରେ କୃତିତ୍ୱ ଅର୍ଜନ କରି ଫେବୃୟାରୀ ୨୪ ତାରିଖରେ କାଶ୍ମୀର ର ଗୁଲ ମାର୍ଗ ଠାରେ ଖେଲୋ ଇଣ୍ଡିଆ ପ୍ରତିଯୋଗିତା ରେ ପେନ୍ କାକ ସିଲଟ ରେ ଚାରୋଟି ବ୍ରୋଞ୍ ପଦକ ପାଇ ଫେରି ଆସିଛନ୍ତି । ସେମାନଙ୍କୁ ସମ୍ବର୍ଦ୍ଧନା ଦେବାସହ ବରଗଡ଼ ପୁଷ୍ପାନସ ନଲେଜ ହବ୍ ରେ ଏକ ସାମ୍ବାଦିକ ସମ୍ମିଳନୀରେ ସଂସ୍ଥା ର କର୍ମକର୍ତ୍ତା ମାନେ ଏହି ଯୁବ କ୍ରୀଡାବିତ୍ ମାନଙ୍କ କୃତିତ୍ୱ ବର୍ଣ୍ଣନା କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସଂସ୍ଥା ର ସମ୍ପାଦକ ତଥା ପ୍ରଶିକ୍ଷକ ଆଶୁତୋଷ ନାୟକ , ସଂଯୋଜିକା ରୁପଶ୍ରି ପଣ୍ଡା , କାର୍ଯ୍ୟକାରୀ ସଦସ୍ୟ ଏସ.ରଞ୍ଜନ ଓ ଅବିଭାବକ ଗୋବିନ୍ଦ ପ୍ରସାଦ ଷଡ଼ଙ୍ଗୀ ଓ ପ୍ରତିଯୋଗୀ ମାନେ ମଞ୍ଚାସୀନ ଥିଲେ ।  ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )

Exit mobile version