ରାଜ୍ୟ ଯୁବକଲ୍ୟାଣ ପରିଷଦ ପକ୍ଷରୁ ; ବିଜୁ ପଟ୍ଟନାୟକ ଜୟନ୍ତୀ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୬ ମାର୍ଚ୍ଚ ଶନିବାର ) ଭୁବନେଶ୍ୱର :- ମହାନ ଜନନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମଦିବସ ରାଜ୍ୟ ଯୁବ କଲ୍ୟାଣ ପରିଷଦ ଦ୍ୱାରା ପାଳିତ ହୋଇଯାଇଛି । ଏହି ଉ ପଲକ୍ଷେ ୟୁନିଟ୍‌-୩ ସ୍ଥିତ ବିଜୁ ପଟ୍ଟନାୟକ ଯୁବ କଲ୍ୟାଣ ଭବନରେ ଆୟୋଜିତ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଏବଂ ରାଜ୍ୟ ଯୁବ କଲ୍ୟାଣ ପରିଷଦର

କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିକୃତିରେ ଶ୍ରଦ୍ଧାସୁମନ ଅ ର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ତଥା ରାଜ୍ୟ ଯୁବକଲ୍ୟାଣ ପରିଷଦର ଅଧିକାରୀ ଓ କର୍ମଚାରୀମାନେ ଉ ପସ୍ଥିତ ରହି ପ୍ରବାଦ ପୁରୁଷଙ୍କ ଶ୍ମୃତିଚାରଣ କରିଥିଲେ ।

Exit mobile version