ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ରାଜ୍ୟସ୍ତରୀୟ ଆଶାକର୍ମୀ ସମ୍ମିଳନୀ

ଓଡ଼ିଶା ତାଜା ନ୍ୟୁଜ (୬ ମାର୍ଚ୍ଚ ଶନିବାର ) ଭୁବନେଶ୍ୱର : –  ଭୁବନେଶ୍ୱର ୟୁନିଟ୍‌-୬ ଠାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ଆଶାକର୍ମୀ ମାନଙ୍କର ପ୍ରଥମରାଜ୍ୟସ୍ତରୀୟ ସମ୍ମିଳନୀ ପଙ୍କଜିନି ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ରାଜ୍ୟର ୬ଶହ ଆଶାକର୍ମୀ ଏହି ସମ୍ମିଳନୀ ରେ ଯୋଗଦେଇଥିଲେ ।ଏହି ସମ୍ମିଳନୀ କୁ ବିଧାୟକ ପ୍ରଣବ ପ୍ରକାଶ ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଉଦ୍ଘାଟନି ଭାଷଣରେ ଶ୍ରୀ ଦାସ କହିଲେ ଆଶାକର୍ମୀ ମାନଙ୍କର କରୋନା ସମୟର ଅବଦାନ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଭୁରିଭୁରି ପ୍ରସଂଶାକରି ଆସୁଛନ୍ତି । ସେମାନଙ୍କ ର କାର୍ଯ୍ୟ ଓ ନିରାପତା ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ପଦକ୍ଷେପ ନେବେବୋଲି ପ୍ରକାଶ କରିଥିଲେ । ଏହି ସମ୍ମିଳନୀର ମୁଖ୍ୟ ଅତିଥି ରୂପେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବ କିଶୋର ଦାସ ଭିଡିଓ କନଫେରେନ୍ସ ମାଧ୍ୟମରେ ଆଶାକର୍ମୀ ମାନଙ୍କର କରୋନା ସମୟର କାର୍ଯ୍ୟକୁ ଉଚ୍ଚ ପ୍ରଂଶସା କରିକହିଲେଆଜି କରୋନା ଲଢେଇ ସରିନାହିଁ ଆମକୁ ପୁର୍ବପରି ଏହି କାର୍ଯ୍ୟଚଳାଇ ରଖିବାକୁ ହେବ ।

ଆଶାକର୍ମୀ ସମସ୍ୟା ପ୍ରତି ମୁଁ ସଚେତନ ରହିଅଛି ଓ ଏହି ସମସ୍ୟା ଗୁଡିକୁ ପର୍ଯ୍ୟାୟକ୍ରମେ ସମାଧାନ କରିବାକୁ ପଦକ୍ଷେପ ନିଆଯିବ ।ସମ୍ମାନୀୟ ଅତିଥି ଭାବରେ ସାଂସଦଡଃ.ଅଚ୍ୟୁତସାମନ୍ତ କହିଲେ ଆଶାକର୍ମୀ ମାନେ ତୃଣମୂଳ ସ୍ତରରେ କାର୍ଯ୍ୟକରିଥାନ୍ତି । ତେଣୁ ସେମାନେ ନିଶ୍ଚିତ ଭାବରେ ଧନ୍ୟବାଦର ପାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ନବୀନ ପଟ୍ଟନାୟକ ମା ମାନଙ୍କ ପାଇଁ ସବୁବେଳେ କାର୍ଯ୍ୟକରି ଆସୁଛନ୍ତି । ଆପଣ ମାନଙ୍କ ସ୍ୱାସ୍ଥ୍ୟ ସେବାରେ ଦେଇଥିବା ଅବଦାନକୁ ନିଶ୍ଚିତ ରୂପେ ରାଜ୍ୟ ସରକାର ବିଚାରକରି ବିହିତ ପଦକ୍ଷେପ ଗ୍ରହଣ କରିବେ ।ଅନ୍ୟତମ ସମ୍ମାନୀୟ ବକ୍ତା ଭାବରେ ସାଂସଦଡଃ.ଅମର ନବୀନ ପଟ୍ଟନାୟକ କହିଲେ ସମାଜର ଉନ୍ନତି ରେ ମା ମାନେହିଁ ପ୍ରକୃତ କାର୍ଯ୍ୟକରିଥାନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ନବୀନ ପଟ୍ଟନାୟକ  ମା ମାନଙ୍କୁ ପ୍ରଶଂସା କରିଆସୁଛନ୍ତି । କରାନା ସମୟରେ ଆଶାକର୍ମୀ ମାନେ ଯେଉଁ ନିଷ୍ଠାପ୍ରଦର୍ଶନ କରିଛନ୍ତି ତାହା ବିଶ୍ୱ ଦରବାରରେ ଉଚ୍ଚ ପ୍ରଶଂସନୀୟ ହୋଇପାରିଛି ।

ଆଶାକର୍ମୀ ମାନଙ୍କର ମୈାଳିକ ଦାବି ସପକ୍ଷରେ ଆମେ ନିଶ୍ଚିତ ବିହିତ ପଦକ୍ଷେପ ଗ୍ରହଣ କରିବୁ । ଏହି ସମ୍ମିଳନୀ ରେ ବିଜୁ ଶ୍ରମିକ ସାମୁଖ୍ୟର ଉପଦେଷ୍ଠା ତଥା ପୂର୍ବତନ ବିଧାୟକ ଦେବାଶିଶ ସାମନ୍ତରାୟ କହିଲେ ଆଶାକର୍ମୀ ମାନେ ସ୍ୱାସ୍ଥ୍ୟସେବା ରେ ଏକ ପ୍ରମୁଖ ଭୂମିକା ପାଳନ କରୁଛନ୍ତି ସେମାନଙ୍କ ଦାବିଗୁଡିକୁ ତୁରନ୍ତ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ସହିତ ଆଲୋଚନା ମାଧ୍ୟମରେ ତୁରନ୍ତ ସମାଧାନ କରିବାପାଇଁ ଦୃଢ ପ୍ରତିଶୃତି ଦେଇଥିଲେ ।ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ତଥା ସାଂସଦଶ୍ରୀ ସୁବାସ ସିଂହ ନିଜ ବକ୍ତବ୍ୟ ରେ କହିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶାକର୍ମୀ ମାନଙ୍କ ସମସ୍ୟାକୁ ସିଧାସଳଖ ଶୁଣିବାକୁ ଚାହାନ୍ତି ଓ ବିହତ ପଦକ୍ଷେପ ଗ୍ରହଣ କରିବାକୁ ଚାହୁଁଛନ୍ତି । ଆଶାକର୍ମୀ ମାନଙ୍କୁ ଦକ୍ଷତା ବିକାଶରେ ସାମିଲ କରାଯାଇ ରକ୍ତଚାପ ଯନ୍ତ୍ର,ଅକ୍ସିଜେନ୍ ପରିଚାଳନା ଓ ଏ.ଏନ୍‌.ଏମ୍ ପ୍ରଶିକ୍ଷଣ ପ୍ରଭୁତି ଦିଆଯାଇ ପର୍ଯ୍ୟାୟ କ୍ରମେ ସରକାରୀ ପରିସରକୁ ଆଣିବା ପାଇଁ, ମାସିକ ଭତା, ଅବସର କାଳିନ ସହାୟତା, ପ୍ରତ୍ସାହନ ରାଶିକୁ ଦ୍ୱିଗୁଣିତ କରିବା ଇତ୍ୟାଦି ବିଶୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଅନୁରୋଧକରି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।

ଏହି ସମ୍ମିଳନୀରେ ଏଚ୍‌.ଏମ୍‌.ଏସ୍‌. ର ରାଜ୍ୟ ସଭାପତି ଶ୍ରୀକୃଷ୍ଣ ଚନ୍ଦ୍ର ପାତ୍ର, ବିଜୁ ଶ୍ରମିକ ସାମ୍‌ୁଖ୍ୟର ରାଜ୍ୟ ସଭାପତି ଶ୍ରୀ ରାଜେନ୍ଦ୍ର ପ୍ରସାଦସିଂହ, ବିରେନ୍ଦ୍ର ପ୍ରସାଦଦାସ,ନିବେଦିତା ନାଏକ,ପ୍ରଶାନ୍ତପାଢି, ଯୁଗଳ କିଶୋର ନାୟକ, ବାଲା ରାଏ,ଯୋଗେନ୍ଦ୍ର ସ୍ୱାଇଁ, ରାଜୀବ ମହାନ୍ତି, ମମତା ଦାସ, ସୈାଦାମିନ ଦେହୁରି, ବାସନ୍ତି ରାଉଳପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ପ୍ରଥମ ରାଜ୍ୟ ସମ୍ମିଳନୀ ରେ ଅଲ୍ ଓଡିଶା ଆଶାକର୍ମୀ ସାମୁଖ୍ୟ ଭାବରେ ଏକ ନୂତନ ସଂଗଠନ ଗଢାଗଲା ଏହାର ସଭାପତି ରୁପେ ଶ୍ରୀମତି ମମତା ଦାସ, କାର୍ଯ୍ୟକାରୀ ସଭାପତି ପଙ୍କଜୀନି ନାୟକ, ସାଧାରଣ ସଂପାଦିକା ଶ୍ରୀମତି ରିତା ବେହେରା, କୋଷାଧକ୍ଷ ଭାବେ ସଂଘମିତ୍ରା ପତି ପ୍ରମୁଖ ୨୩ଜଣିଆ ରାଜ୍ୟ କମିଟି ନିର୍ବାଚିତ ହୋଇଥିଲେ । ସାଂସଦଶ୍ରୀ ସୁବାସ ସିଂହ ଏବଂ ଶ୍ରୀମତି ନିବେଦିତା ନାୟକ ଏହାର ଉପଦେଷ୍ଠା ଭାବରେ କାର୍ଯ୍ୟକରିବେ ବୋଲି ସମ୍ମତି ପ୍ରକାସ କରିଛନ୍ତି । ପରିଶେଶରେ ବିଜୁ ଶ୍ରମିକ ସାମ୍‌ୁଖ୍ୟ ସଂପାଦକ ଶ୍ରୀ ସୁରେନ୍ଦ୍ର କୁମାର ସ୍ୱାଇଁ ଧନ୍ୟବାଦଦେଇଥିଲେ ।

Exit mobile version