ଓଡ଼ିଶା ତାଜା ନ୍ୟୁଜ (୬ ମାର୍ଚ୍ଚ ଶନିବାର )ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପୁର୍ବାଞ୍ଚଳରେ ଥିବା ଭଦ୍ରେଶ୍ୱର ସେଣ୍ଟ୍ରାଲ ବ୍ୟାଙ୍କ ତିରିଶ ବର୍ଷରୁ ଉର୍ଦ୍ଧ ପୁରାତନ ରାଷ୍ଟ୍ରାୟତ ବ୍ୟାଙ୍କ ଭାବେ ଲୋକ ମାନଙ୍କୁ ସେବା ଯୋଗାଇ ଦେଇ ଆସୁ ଥିବାବେଳେ ଏବେ କିଛି ବର୍ଷ ହେବ ବ୍ୟାଙ୍କ ଉଚ କତୃପକ୍ଷଙ୍କ ଅନାଦେଖାରୁ ଏହି ଶାଖାରେ ବ୍ୟାପକ ଅବ୍ୟବ୍ୟବସ୍ଥା ଦେଖିବାକୁ ମିଳୁଛି, ବ୍ୟାଙ୍କ ଶାଖା ପରିଚାଳକ ବହୁ ସମୟ ଅନୁପସ୍ଥିତ ରହିବା ହେତୁ ଆର୍ଥିକ କରବାର ବାଧାପ୍ରାପ୍ତ ହେଉଛି, ଏହି ବ୍ୟାଙ୍କ ଉପରେ ପ୍ରାୟ ମାହାଙ୍ଗାର 8ଟି ପଂଚାୟତ ଓ କୋଡିଏ ହଜାର ରୁ ଅଧିକ ଲୋକ ଏହି ବ୍ୟାଙ୍କ ର ଗ୍ରାହକ ସେବା ପାଇଥାନ୍ତି, କିନ୍ତ ଏବେ ଏହି ବ୍ୟାଙ୍କ ରେ କେତେବେଳେ ଏଟିମ ଅଚଳ ତ କେତେବେଳ ଲିଙ୍କ ଫେଲ ତ କେତେବେଳ ବ୍ୟାଙ୍କ ମ୍ୟାନେଜର ଙ୍କ ଅନୁପସ୍ଥିତ ସାଧାରଣ ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇଯାଇଛି, ବ୍ୟାଙ୍କ କତୃପକ୍ଷଙ୍କ ଆଚାର ବ୍ୟବହାର ଓ ଅନୁପସ୍ଥିତ ଲୋକମାନଙ୍କୁ ବ୍ୟତିବ୍ୟସ୍ତ କରୁଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି,
