ତୃତୀୟ ଓ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ରେ ମହିପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ଙ୍କ କୃତିତ୍ୱ

ଓଡ଼ିଶା ତାଜା ନ୍ୟୁଜ (୬ ମାର୍ଚ୍ଚ ଶନିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ଚଳିତ ବର୍ଷ ତୃତୀୟ ଓ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷା ରେ କୃତିତ୍ୱ ଅର୍ଜନ କରିଛନ୍ତି । ମହିପୁର ଶିଶୁ ବିଦ୍ୟା ମନ୍ଦିର ତୃତୀୟ ଶ୍ରେଣୀ ଛାତ୍ରୀ ଅଭି ପ୍ସା ମିଶ୍ର ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ରେ କୃତିତ୍ୱ ଅର୍ଜନ କରିଥିବା ବେଳେ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ରେ ଛାତ୍ର ଶକ୍ତିପ୍ରକାଶ ନାୟକ କୃତିତ୍ୱ ଅର୍ଜନ କରିଛନ୍ତି ।

ଯାହାକି ମହିପୁର ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ର ବିଷୟ।ଏହି ସଫଳତା ପାଇଁ ବିଦ୍ୟାଳୟ ର ଗୁରୁଜୀ , ଗୁରୁମା ଓ ବୁଦ୍ଧିଜୀବୀ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।ଏହିପରି ଭାବେ ମହିପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଗୁରୁଜୀ , ଗୁରୁମା ଙ୍କ ଉଚ୍ଚ କୋଟିର ଶିକ୍ଷାଦାନ ଓ ପ୍ରଚେଷ୍ଟା ଯୋଗୁଁ ପ୍ରତିବର୍ଷ ତୃତୀୟ ଓ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ରେ ଶିଶୁ ବିଦ୍ୟାମନ୍ଦିର ରେ ଅଧ୍ୟୟନରତ ଛାତ୍ର ଛାତ୍ରୀ କୃତିତ୍ୱ ଅର୍ଜନ କରିବାରେ ଲାଗିଛନ୍ତି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version