ମଧ୍ୟବିତ ଓ ସାଧାରଣ ଲୋକଙ୍କୁ ବୋଝ ଉପରେ ନଳିତା : ବାବୁ ସିଂ ଓ ଜଗନ୍ନାଥ ପ୍ରଧାନ

ଓଡ଼ିଶା ତାଜା ନ୍ୟୁଜ (୫ ମାର୍ଚ୍ଚ ଶୁକ୍ରବାର ) ଭୁବନେଶ୍ୱର :- ରାଜ୍ୟ ସରକାରଙ୍କ ୫ଟି ରୁ ଉଭାନ ହୋଇଯାଇଛି ଟ୍ରାନ୍ସପାରେନ୍ସି ଏବଂ ଟେକ୍ନୋଲୋଜି । ଜିଜିଆ କର ସଦୃଶ ବିଏମସି 7uy ରାଜଧାନୀବାସୀଙ୍କ ଉପରେ ହୋଲ୍ଡିଂ ଟ୍ୟାକ୍ସ ଲଦୁଛି । ବିନା କୈାଣସି ପ୍ରସ୍ତୁତିରେ ରାଜ୍ୟସରକାର ଏବଂ ବିଏମସି ପ୍ରଶାସନ ତରବରିଆ ଭାବେ ରାଜଧାନୀବାସୀଙ୍କ ଉପରେ ଆର୍ଥିକ ବୋଝ ଲଦି ଦେବାକୁ ବିରାଟ ଷଡଯନ୍ତ୍ର କରୁଛନ୍ତି ବୋଲି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ ଅଭିଯୋଗ କରିଛନ୍ତି । ହୋଲ୍ଡିଂ ଟ୍ୟାକ୍ସ ଆଦାୟ ପ୍ରକ୍ରିୟା ଏବଂ ପ୍ରତ୍ୟେକ ଅଟ୍ଟାଳିକାର ନିର୍ଦ୍ଧିଷ୍ଟ ଟ୍ୟାକ୍ସ ନିର୍ଦ୍ଧାରଣକୁ ପାରଦର୍ଶୀ ବା ଟ୍ରାନ୍ସପାରେଂଟ କରିବାକୁ କତୃପକ୍ଷ ପ୍ରସ୍ତୁତ ନୁହନ୍ତି ଟେକ୍ନୋଲୋଜିକୁ ବ୍ୟବହାର କରି ପ୍ରତ୍ୟେକ ଅଂଚଳର ପ୍ରତ୍ୟେକ ବିଲ୍ଡିଂ ପାଇଁ କେତେ ପରିମାଣର ଟିକସ ଧାର୍ଯ୍ୟ ହେବ ଏବଂ ଏହା କିପରି ସ୍ଥିର କରାଯିବ ତାହା ସ୍ପଷ୍ଟ କରିବାକୁ ବିଏମସି କତୃପକ୍ଷ ଚାହୁଁନାହାନ୍ତି ବୋଲି ଶ୍ରୀ ସିଂ ଅଭିଯୋଗ କରିଛନ୍ତି । ହାଇଦ୍ରାବାଦ, ଚେନ୍ନାଇ ଭଳି ବଡ ବଡ ସହରର ପ୍ରତ୍ୟେକ ଅଂଚଳର ରେଂଟାଲ ଭ୍ୟାଲୁ, କେଉଁ ଭଳି ପ୍ରତିଷ୍ଠାନ ପାଇଁ କେତେ, କେତେ ବର୍ଷ ପୁରୁଣା ପାଇଁ କେତେ, କେଉଁ କେଉଁ ଆଧାରରେ କେତେ ପରିମାଣ ରିହାତି ଆଦି ବିଭିନ୍ନ ଧାର୍ଯ୍ୟ ତାଲିକା ସେମାନଙ୍କ ମ୍ୟୁନିସିପାଲିଟି ୱେବସାଇଟରେ ଉପଲବ୍ଧ ଥିବାବେଳେ ଭୂବନେଶ୍ୱରରେ ବ୍ୟକ୍ତିଗତ ଭାବରେ କର ଆଦାୟ କରିବା ଏବଂ ବିଏମସି କତୃପକ୍ଷଙ୍କ ଭିତରେ ଏହାକୁ ଦୁଇ ପାକ୍ଷିକ ରଖି ଏକ ଲୁଟ୍ ଓ ଦୁର୍ନୀତିର ଗନ୍ତାଘର ପାଇଁ ଷଡଯନ୍ତ୍ର ରଚାଯାଇଛି ।

ନିଦରୁ ଉଠି କିଛି ଗୋଟିଏ ଆଇନ ଲାଗୁ କରିବାକୁ ଯାଇ ଓଡିଶା ମ୍ୟୁନିସିପାଲ କର୍ପୋରେସନ ଆକ୍ଟ-୨୦୦୩ର ଖୁଲମଖୁଲା ଉଲ୍ଲଂଘନ କରାଯାଉଛି । ଏହି ଆଇନର ସେକ୍ସନ ୨୦୫ରେ ସିଧା ସିଧା ଲେଖା ହୋଇଛି ଯେ, ୨୧୫ ସେକ୍ସନ ଅନୁସାରେ ଗଠନ ହୋଇଥିବା କର୍ପୋରେସନ ଭ୍ୟାଲୁଏସନ କମିଟି ଦ୍ୱାରା ଜମି ଘରର ବର୍ଗୀକରଣ ଏବଂ ବାର୍ଷିକ ମୂଲ୍ୟ ନିର୍ଦ୍ଧାରଣ ହେବ । କେଉଁ କମିଟି ଦ୍ୱାରା କେବେ ଭ୍ୟାଲୁଏସନ ହୋଇଛି, କିଏ ଏହାର ସଦସ୍ୟ ଓ ଚେୟାରମ୍ୟାନ ଥିଲେ ବୋଲି ଶ୍ରୀ ସିଂ ପ୍ରଶ୍ନ କରିଛନ୍ତି । ସେକ୍ସନ ୨୦୬ ଅନୁଯାୟୀ ଜମି ଓ କୋଠାର ବର୍ଗୀକରଣ ଉପରେ ଅଭିଯୋଗ ଶୁଣିବାର ପ୍ରକ୍ରିୟା ଶେଷ ହେବା ପରେ ଯାଇ ଜମିର ମୂଲ୍ୟ ଏବଂ କୋଠାର ମୂଲ୍ୟ ଫାଇନାଲ ହେବା କଥା । କିନ୍ତୁ କୈାଣସି ଗୋଟିଏ ଲୋକଙ୍କ ଅଭିଯୋଗ ଶୁଣାଯାଇଛି ନା ନୋଟିସ ଆସିଛି । ଏହା ଆଇନର ଖୁଲମକୁଲା ଉଲ୍ଲଂଘନ ବୋଲି ଶ୍ରୀ ସିଂ କହିଛନ୍ତି । ସେକ୍ସନ ୨୦୧୪(୧) ଅନୁଯାୟୀ ଜମିର ମାଲିକାନ ସତ୍ୱାଧିକାରୀଙ୍କ ସହ ପ୍ରତ୍ୟେକ କୋଠାକୁ ଗୋଟିଏ ୟୁନିଟ ଭାବରେ ମୂଲ୍ୟାଂକନ କରାଯିବା କଥା, ଯାହାକି ଏହି ମୂଲ୍ୟାଂକନ ହୋଇନାହିଁ । ଲୋକେ ତ ଟିକସ ଦେବେ କିନ୍ତୁ, ଏହା ବିଏମସି ରାଜକୋଷକୁ ନଯାଇ କିପରି ଅଫିସରଙ୍କ ପକେଟକୁ ଯିବ ତାର ସଂପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି ।

ବିନା ସର୍ଭେକ୍ଷଣ, ବିନା କମିଟି, କେଉଁ ଅଂଚଳ ଏବଂ ଘରଗୁଡିକର ବ୍ୟବହାରକୁ ଅଧାର କରି ଟିକସ ପରିମାଣର ନିର୍ଦ୍ଧାରଣ ହେବା ଉଚିତ୍ । ଏହି ତାଲିକାକୁ ସାର୍ବଜନୀନ ନ କରି ତରବରିଆ ଭାବେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବା କେତେ ଦୂର ଯଥାର୍ଥ ବୋଲି ପ୍ରଶ୍ନ କରିବା ସହ ଜମି ମୂଲ୍ୟର ସଂଶୋଧିତ ମାନଦଣ୍ଡ ଅନୁଯାୟୀ ପ୍ରପର୍ଟି ଟ୍ୟାକ୍ସ ସଂଗ୍ରହ ପାଇଁ ବର୍ତମାନ ସୁଦ୍ଧା ସର୍ବେକ୍ଷଣ ସଂପୂର୍ଣ୍ଣ ହୋଇନାହିଁ ବୋଲି ବୋଲି ଶ୍ରୀ ସିଂ କରିଛନ୍ତି । ବିଏମସିର ଟ୍ୟାକ୍ସ ଆଦାୟ ବଢିଚାଲୁଛି ସତ, କିନ୍ତୁ ମୈାଳିକ ସୁବିଧାରୁ ବଂଚିତ ହେଉଛନ୍ତି ରାଜଧାନୀବାସୀ । ରାସ୍ତାଘାଟ, ପାନୀୟ ଜଳ, ସଫେଇ, ଷ୍ଟ୍‌୍ରିଟ ଲାଇଟ ଭଳି ସୁବିଧା ପାଇବାରେ ବଂଚିତ ହେଉଛନ୍ତି । ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ-୨୦୨୦ ଅନୁଯାୟୀ ଭୂବନେଶ୍ୱରର ର‌୍ୟାଂକ ତଳଗାମୀ ହେବାରେ ଲାଗିଛି । ୨୦୧୬ ମସିହାରେ ସ୍ମାର୍ଟ ସିଟି ଘୋଷଣା ହୋଇଥିବା ଭୂବନେଶ୍ୱର ଆବାସ ଓ ସହରୀ ବିକାଶ ମନ୍ତ୍ରଣାଳୟ ଦ୍ୱାରା ୨୦୧୮ ଜୁନ ମାସରେ ଘୋଷଣା କରାଯାଇଥିବା ଇଣ୍ଡିଆ ସ୍ମାର୍ଟ ସିଟି ପୁରସ୍କାର ତାଲିକାରେ ସ୍ଥାନ ପାଇନଥିଲା ସେହି ବର୍ଷ ଜୁଲାଇ ମାସରେ ବର୍ଷାପାଣିରେ ରାଜଧାନୀ ଜଳମଗ୍ନ ହୋଇଥିଲା, ଯାହାକି ଦୁର୍ବଳ ସହରୀକରଣର ବ୍ୟବସ୍ଥା ଏବଂ ଏକ ତୃଟିପୂର୍ଣ୍ଣ ଜଳ ନିଷ୍କାସନ ବ୍ୟବସ୍ଥାକୁ ପଦାରେ ପକାଇ ଦେଇଥିଲା ବୋଲି ଶ୍ରୀ ସିଂ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦିଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ହରେକୃଷ୍ନ ଖୁଂଟିଆଙ୍କ ସମେତ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତିମାନେ ଉପସ୍ଥିତ ଥିଲେ ।

Exit mobile version