ପଞ୍ଚାୟତ ଦିବସ ପୂର୍ବରୁ ସହାୟତା ପାଇଲେ କସ୍ତୁରୀ

ଓଡ଼ିଶା ତାଜା ନ୍ୟୁଜ୍ (୦୫ ମାର୍ଚ୍ଚ, ଶୁକ୍ରବାର ) ବରଗଡ଼ :-  ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ତାଲମେଣ୍ଡା ପଞ୍ଚାୟତ ଦେହେରୀପାଲି(ଦେକୁଲବା) ର ନିଃସହାୟ ଓ ନିରାଶ୍ରୟ ଅବସ୍ଥା ରେ ଥିବା ୬୧ ବର୍ଷିୟା ବୃଦ୍ଧା କସ୍ତୁରୀ ଭେସ୍ରାଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୋଲାପ ଦାଶଙ୍କ ପ୍ରୟାସ ରେ ଆଜି ତାଙ୍କୁ ତାଙ୍କ ଘରେ ଭତ୍ତା ପ୍ରଦାନ କରାଯାଇଥିଲା । ପଞ୍ଚାୟତ ରାଜ ଦିବସ ପୂର୍ବରୁ ପଞ୍ଚାୟତ କର୍ମଚାରୀ ଙ୍କ ପ୍ରୟାସ ରେ ବିକଳାଙ୍ଗ ଭାବେ ପଡ଼ିଥିବା ବୃଦ୍ଧା କସ୍ତୁରୀ ଙ୍କ କାଗଜ ପତ୍ର ତୁରନ୍ତ କାର୍ଯ୍ୟକାରୀ କରାଇ ତାଙ୍କ ଘରେ ଭତ୍ତା ପ୍ରଦାନ କରିଥିଲେ। ବୃଦ୍ଧା କସ୍ତୁରୀ ଙ୍କ ଏକ ଝାଟିମାଟି କୁଡ଼ିଆ ଘର ଥିବା ବେଳେ ପଞ୍ଚାୟତ ପକ୍ଷରୁ କାର୍ଡ ମାଧ୍ୟମରେ ଚାଉଳ ପ୍ରଦାନ କରାଯାଉଛି ।

ତାଙ୍କ ଘରେ ତାଙ୍କୁ ସେବା ଯତ୍ନ ପାଇଁ ଏକମାତ୍ର ଅନ୍ଧପୁତ୍ର ଥିବା ଜଣାଯାଏ। ଉକ୍ତ ଅନ୍ଧ ପୁତ୍ର ଙ୍କୁ ମଧ୍ୟ ବିକଳାଙ୍ଗ ଭତ୍ତା ଏବଂ ବିଜୁ ପକ୍କାଘର ଯୋଜନା ରେ ସାମିଲ କରି ଏକ ପକ୍କା ଘର ପ୍ରଦାନ କରାଗଲେ ସରକାରଙ୍କ ପଞ୍ଚାୟତ ଗୁଡ଼ିକ ପାଇଁ ଆସୁଥିବା ଯୋଜନା ର ସଫଳ ଋପାୟନ ହେବ ବୋଲି ବୁଦ୍ଧି ଜୀବି ମହଳରେ ମତ ପ୍ରକାଶ ପାଇଛି।  (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version