ଟିକରପଡା ରେ ଦିବ୍ୟଜୀବନ ସଂଘ ର ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୦୫ ମାର୍ଚ୍ଚ, ଶୁକ୍ରବାର ) ଟିକରପଡା :-  ବଡିଆଓସ୍ତା ଦିବ୍ୟଜୀବନ ସଂଘ ଆନୁକୂଲ୍ୟରେ ଟିକରପଡା ଦିବ୍ୟଜୀବନ ସଂଘ ର ସହାୟତା କାମନା ସେଠୀଙ୍କ ଝିଅ ଦିବ୍ୟାଶିଂ ର ଦ୍ବିତୀୟ ଜନ୍ମ ଉତ୍ସବ ପାଳିତ ସ୍ବାମୀ ରାମଦାସ ନନ୍ଦ ଙ୍କ ଦ୍ବାରା ପରିଚାଳିତ କରାଯାଇଛି । ଏଥି ରେ ୧୦ ଟି ଗ୍ରାମ ର ଦିବ୍ୟଜୀବନ ସଂଘ ଗୁରୁ ଭାଇ ଓ ଭଉଣୀମାନେ ଏହି ସତସଙ୍ଗ ରେ ଉପସ୍ଥିତ ଥିଲେ । ଏହି ସତସଙ୍ଗ ରେ ସ୍ବାମୀ ରାମଦାସ ନନ୍ଦ ଏବଂ ସ୍ବାମୀ

ବିଦ୍ୟାନନ୍ଦ ସରସ୍ୱତୀ ମହାରାଜ ଓ ପ୍ରକାଶ ଚନ୍ଦ୍ର ରଥ, ବ୍ରଜ ପଟ୍ଟନାୟକ ପ୍ରବଚନ ମାଧ୍ୟମରେ ଦିଗଦର୍ଶନ ଦେଇଥିଲେ । ଗୁରୁ ସ୍ତୋତ୍ର, ଜୟ ଗଣେଶ କୀର୍ତ୍ତନ, ଭଜନ କୀର୍ତ୍ତନ, ଶ୍ରୀସୁକ୍ତ ପାଠ, ଅନ୍ଯାନ୍ଯ ଆଧ୍ଯାତ୍ମିକ କାର୍ଯ୍ୟକ୍ରମ କରାଯାଇଥିଲା । ଶେଷରେ ଟିକରପଡା ଗ୍ରାମ ର ସଂପାଦକ ଧନ୍ଯବାଦ ଦେଇଥିଲେ। ଅମର, ସୀତାରାମ, ମନୋଜ ଭାଇ ଭଜନ କୀର୍ତ୍ତନ ରେ ଭାଗ ନେଇଥିଲେ । (ରିପୋର୍ଟ – ଶେଷଦେବ ସାହୁ )

Exit mobile version