ବୁଲବୁଲ ଓ ସ୍କାଉଟ ଗାଇଡ଼ ରଙ୍ଗାରଙ୍ଗ କାଯ୍ୟକ୍ରମ ରେ ଶେଷ ହୋଇଥିଲା

ରଣପୁର (ଓଡିଶା ତାଜା ନ୍ୟୁଜ୍ ) ରଣପୁର, ପ୍ରତିନିଧିଙ୍କ ରିପୋର୍ଟ 8.2.2020 :- ଭାରତ ସ୍କାଉଟ ଗାଇଡ଼ ତରଫରୁ ନୟାଗଡ ଜିଲ୍ଲା ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଓଡ଼ିଶାର ଦ୍ଵିତୀୟ ଆଞ୍ଚଳିକ ସ୍ତରୀୟ କବ ଓ ବୁଲବୁଲ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି । ଗତ 4 ତାରିଖରେ ଆରମ୍ଭ ହୋଇଥିଲା ଏହି ଆଞ୍ଚଳିକ ସ୍ତରୀୟ କବ ଓ ବୁଲବୁଲ ଉତ୍ସବ । ଏଥିରେ ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ, ଭଦ୍ରକ, ଗଞ୍ଜାମ, ବଲାଙ୍ଗୀର ଜିଲ୍ଲାରୁ ପ୍ରାୟ 630 ଜଣ କବ, ବୁଲବୁଲ ଓ ସ୍କାଉଟ ଗାଇଡ଼ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଏଠାରେ ଦଶ ଅବତାର, ହସ୍ତ କୌଶଳ,ମୁଖା ତିଆରି,ପାଇକ ଆଖଡ଼ା ସମର କଳା ପ୍ରଦର୍ଶନ, ଶାରୀରିକ କ୍ରୀଡା କୌଶଳ ପ୍ରଦର୍ଶନ,ରାମ୍ପ ଶୋ,ଦୁଃଶାସିକ କ୍ରୀଡା ଆଦି ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭାରତ ସ୍କାଉଟ ଗାଇଡ଼ର ଜାତୀୟ ଉପ-ସଭାପତି ତଥା ଚିଫ କମିଶନର କାଳି ପ୍ରସାଦ ମିଶ୍ର, ମୁଖ୍ୟ ବକ୍ତା ଭାବେ ପୂର୍ବତନ ରଣପୁର ବିଧାୟକ ରବି ନାରାୟଣ ମହାପାତ୍ର ।

ସ୍ୱତନ୍ତ୍ର ଅତିଥି ଭାବେ ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଭାରତ ସ୍କାଉଟ ଗାଇଡ଼ର ରାଜ୍ୟ କୋଷାଧକ୍ଷ ଶରତ ଚନ୍ଦ୍ର ପାଇକରାୟ,ସମ୍ପାଦିକା ତଥା ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବନଲତା ବେହେରା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ସଭାପତି ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ବିରଞ୍ଚି ନାରାୟଣ ତ୍ରିପାଠୀ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ । ଭାରତ ସ୍କାଉଟ ଗାଇଡ଼ର ନୟାଗଡ ଜିଲ୍ଲା କମିଶନର ରମେଶ କୁମାର ବଳବନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାଯ୍ୟକ୍ରମ କୁ ଅଭିଭାବକ ମାନେ ବହୁ ଆନନ୍ଦରେ ପିଲା ମାନଙ୍କର ନାଚ,ଗୀତ ଓ ରଙ୍ଗାରଙ୍ଗ କାଯ୍ୟକ୍ରମ ରେ ବିମୋହିତ ହୋଇଥିଲେ ।

Exit mobile version