ରଣପୁର ବନଖଣ୍ଡ ରେ ଜଙ୍ଗଲୀ ଜନ୍ତୁ ଙ୍କୁ ବେଆଇନ ଭାବେ ଶିକାର ; ବନ ବିଭାଗର ଚଢ଼ାଉରେ ଜଣେ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ ( ୪ ମାର୍ଚ୍ଚ , ଗୁରୁବାର ) ରଣପୁର :- ଜଙ୍ଗଲୀ ଜୀବ ଜନ୍ତୁ ଙ୍କୁ ବେଆଇନ ଭାବେ ଶିକାର କରି ମାଂସ , ଚମଡା , ସିଙ୍ଘ ,ଦାନ୍ତ ଭଳି ମୂଲ୍ୟବାନ ପଦାର୍ଥ କୁ ବିକ୍ରି କରିବା ଯେପରି ଏକ ପେଶା ପାଲଟି ଯାଇଛି ରଣପୁର ନିର୍ବାଚନ ମଣ୍ଡଳୀ ର କିଛି ଅସାମାଜିକ ଦୁର୍ଦାନ୍ତ ବ୍ୟକ୍ତି ଙ୍କ ପାଈଁ । ବାରମ୍ବାର ବାଘ , ସମ୍ବର , କୁଟୁରା , ବାରାହା , ହରିଣ , ମୟୁର , ଠେକୁଆ , ହାତୀ , ସାପ ଇତ୍ୟାଦି ନିରୀହ ଜଙ୍ଗଲୀ ଜୀବ ଜନ୍ତୁ ଙ୍କୁ ବେଆଇନ ଭାବେ ଶିକାର କରି କିଛି ଦୁର୍ଦାନ୍ତ ବ୍ୟକ୍ତି କୋଟି କୋଟି ଟଙ୍କା ଉପାର୍ଜନ କରୁଥିବାର ପୂର୍ବରୁ ଜଣାଯାଇଛି ଏବଂ ମାମଲା ରୁଜ୍ଜୁ ହୋଈଛି ।

ଲୋକ ଙ୍କ ଅଭିଯୋଗ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଜଙ୍ଗଲ ଜନ୍ତୁ ଙ୍କ ସୁରକ୍ଷା ହେତୁ କଡ଼ାକଡି ଆଇନ ଲାଗୁ ହୋଇଥିଲେ ବି କିଛି ଦୁର୍ଦାନ୍ତ ମାଫିଆ ମାନଙ୍କର ଜଙ୍ଗଲୀ ଜୀବଜନ୍ତୁ ଶିକାର କରିବାର ସଉକ ଆଜି ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି । ଧୀରେ ଧୀରେ ଏହି ଜଙ୍ଗଲୀ ଜନ୍ତୁ ଙ୍କ ଶିକାର ଏବଂ ମାଂସ ବିକ୍ରି ବୃଦ୍ଧି ପାଇବାରେ ଲାଗିଛି । ସେହିଭଳି ପୂର୍ବ ଅପେକ୍ଷା ରଣପୁର ଅଞ୍ଚଳ ରେ ଥିବା ଜଙ୍ଗଲ ଗୁଡ଼ିକରେ ଜନ୍ତୁ ମାନେ ଅସୁରକ୍ଷିତ ବୋଲି ଦେଖିବାକୁ ମିଳୁଛି । ଆଜି ମଧ୍ୟ ରଣପୁର ବନ ବିଭାଗ ପକ୍ଷରୁ ଏକ ଜଙ୍ଗଲୀ ଜନ୍ତୁକୁ ମୃତ ଅବସ୍ଥା ରେ ଜବତ କରାଯାଇଛି । ଯାହା କି ଏକ ମୃତ କୁଟୁରା ବୋଲି ଜଣା ଯାଉଛି ।

ଆଜି ସାନ ତୁଲୁବି ଗ୍ରାମ ରେ ଥିବା ବିଶାଳ ଜଙ୍ଗଲ ରୁ କିଛି ଶିକାରୀ ମାଂସ ବିକ୍ରି ଉଦେଶ୍ୟ ରେ କୁଟୁରା କୁ ଶିକାର କରି ମାଂସ ବିକ୍ରି କରିବାର ଉଦ୍ୟମ କରୁଥିବା ବେଳେ ବିଶେଷସୂତ୍ର ରୁ ଖବର ପାଇ ବନ ବିଭାଗ ଅଧିକାରୀ ଶରତ ଚନ୍ଦ୍ର ଶତପଥି ଏବଂ ଅନ୍ୟାନ୍ୟ କର୍ମଚାରୀ ଉକ୍ତ ସ୍ଥାନରେ ଅଚାନକ ଚଢ଼ାଉ କରିଥିବା ଜଣାପଡ଼ିଛି । ଏହି କେସ୍ ର ସଂମ୍ପୃକ୍ତ ଅଭିଯୁକ୍ତ ଦୁର୍ଯ୍ୟଧନ ସାହୁ ଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ନାଁରେ ମାମଲା ରୁଜ୍ଜୁ କରାଯାଇ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ଅଧିକାରୀ ଶ୍ରୀ .ଶତପଥି ପ୍ରକାଶ କରିଛନ୍ତି ।

Exit mobile version