ଢେଙ୍କାନାଳ ଟାଉନହଲରେ ‘ମନ୍ଥନ’ ସମ୍ବାଦପତ୍ରର ଦ୍ଵାଦଶ ସ୍ଵନକ୍ଷତ୍ର ଦିବସ ଅନୁଷ୍ଠିତ 

ଓଡ଼ିଶା ତାଜା ନ୍ୟୁଜ୍ ( ୪ ମାର୍ଚ୍ଚ , ଗୁରୁବାର ) ଢେଙ୍କାନାଳ :- ଓଡିଶାର ଦୈନିକ ନିର୍ଭିକ ନିରପେକ୍ଷ ଓଡିଆ ସମ୍ବାଦପତ୍ର “ମନ୍ଥନ”ର ଦ୍ବାଦଶ ସ୍ବନକ୍ଷେତ୍ର ଦିବସ ଢେଙ୍କାନାଳ ଗୋପବନ୍ଧୁ ଟାଉନହଲରେ ଅନୁଷ୍ଠିତ ହୋଇଛି । ଢେଙ୍କାନାଳର ସୂଚନା ଅଧିକାର କର୍ମୀ ଶ୍ରୀ ପ୍ରିୟବ୍ରତ ଗଡନାୟକଙ୍କ ଆୟୋଜନରେ ଶିକ୍ଷାବିତ ପ୍ରଫେସର ନିତ୍ଯାନନ୍ଦ ମିଶ୍ର, ପୂର୍ବତନ ମନ୍ତ୍ରୀ ଶ୍ରୀ ନବିନ ଚନ୍ଦ୍ର ନାରାୟଣ ଦାସ, ଓଡିଶା ଶିଳ୍ପ ସଂଘ ସଭାପତି ଅବନୀକାନ୍ତ କାନୁନଗୋ, କର୍ଣ୍ଣେଲ ବିଶ୍ବଶ୍ବର ରାଉତ ଦ୍ବୀପ ପ୍ରଜ୍ବଳନ କରି ସମ୍ବାଦପତ୍ରର ଦୀର୍ଘାଉ କାମନା କଲେ ।

ଯାଜପୁର ଜିଲ୍ଲା ପ୍ରତିନିଧି ଦୟାନିଧି ନାୟକ ସମସ୍ତ ଅତିଥିଙ୍କୁ ସମ୍ମାନିତ କରି ଢେଙ୍କାନାଳ ଜିଲ୍ଲାର ଉଦ୍ଯୟମାନ ପ୍ରତିଭା ଜୟକୃଷ୍ଣ ବେହେରାଙ୍କୁ ମନ୍ଥନ ମାନବାଧିକାର ସମ୍ମାନ, ଡଃ ଚନ୍ଦନ ମହାଳିକଙ୍କୁ ମନ୍ଥନ ଚିକିତ୍ସକ ସମ୍ମାନ, ରାଜକିଶୋର ବେହେରାଙ୍କୁ ମନ୍ଥନ ସମାଜସେବୀ ସମ୍ମାନ, ଡଃ ରଜନୀକାନ୍ତ ତରାଇଙ୍କୁ ମନ୍ଥନ ଶିକ୍ଷା ସମ୍ମାନ, ସୁଶ୍ରୀ ବିଭାରାଣୀ ପାତ୍ରଙ୍କୁ ମନ୍ଥନ କ୍ରୀଡା ସମ୍ମାନ, ବିଜନ ମିଶ୍ରଙ୍କୁ ମନ୍ଥନ ଘୋଷକ ସମ୍ମାନ, ସନ୍ଦିପ କୁମାର ଦାସଙ୍କୁ ମନ୍ଥନ ସୂଚନା ଅଧିକାର ସମ୍ମାନ, ଜଗବନ୍ଧୁ ଦଳାଇଙ୍କୁ ମନ୍ଥନ ସମାଜସେବୀ ସମ୍ମାନ,

ଗଗନ ବିହାରୀ ପଣ୍ଡାଙ୍କୁ ମନ୍ଥନ ସାମ୍ବାଦିକ ସମ୍ମାନ ଓ ବିଜୟ ସାହୁଙ୍କୁ ମନ୍ଥନ ସମାଜସେବୀ ସମ୍ମାନରେ ଫଳକ ଓ ଓତ୍ତରୀ ଦେଇ ସମ୍ମାନିତ କରାଗଲା । ଢେଙ୍କାନାଳର ପ୍ରତିନିଧି ରାମକୃଷ୍ଣ ବେହେରାଙ୍କୁ ମନ୍ଥନ ସାମ୍ବାଦିକ ସମ୍ମାନ ଦିଆଗଲା ଓ ଏଥିରେ ବହୁ ସାହିତ୍ୟିକ, ବୁଦ୍ଧିଜିବୀ, ସାମ୍ବାଦିକ ଓ ରାଜନୈତିକ ସଦସ୍ଯ ଯୋଗଦେଇ ଥିଲେ । (ରିପୋର୍ଟ୍, ଅମର ରଞ୍ଜନ ଦାସ। )

Exit mobile version