ରାମସାଗର ପାର୍କ ପରିସରରେ ଆଧୁନିକ ଆଲବମ୍ ” ଅବୁଝା କବିତା ” ଓ ଭଜନ ଆଲବମ୍ ” ଭାବର ଠାକୁର ” ଉନ୍ମୋଚିତ – ଓଡ଼ଗାଁ

ଓଡ଼ିଶା ତାଜା ନ୍ୟୁଜ୍ ( ୪ ମାର୍ଚ୍ଚ , ଗୁରୁବାର ) ଓଡ଼ଗାଁ :-  ଆଜି ସମ୍ବର୍ଦ୍ଧନା ମ୍ୟୁଜିକ ତରଫରୁ ଓଡ଼ଗାଁସ୍ଥିତ ରାମସାଗର ପାର୍କ ପରିସରରେ ପ୍ରଯୋଜକ ଦୀନବନ୍ଧୁ ମହାପାତ୍ରଙ୍କ ଆଧୁନିକ ଆଲବମ୍ “ଅବୁଝା କବିତା” ଓ ଭଜନ ଆଲବମ୍ “ଭାବର ଠାକୁର” ଉନ୍ମୋଚିତ ହୋଇଯାଇଛି।ଗୀତିକାର ବନ୍ଦନା କୁମାରୀ ମହାପାତ୍ର ଭଜନଗୁଡିକୁ ରଚନା କରିଥିବା ବେଳେ ଏଥିରେ ସଂଗୀତ ଓ କଣ୍ଠଦାନ କରିଛନ୍ତି ଅଞ୍ଜନ କୁମାର । 

ସେହିପରି ଆଧୁନିକ ଆଲବମଟିରେ ଅଞ୍ଜନ କୁମାରଙ୍କ ସଂଗୀତ ସଂଯୋଜନା ଏବଂ ଓଡ଼ଗାଁର ଯୁବ କଣ୍ଠଶିଳ୍ପୀ ଆଶିଷ ରଂଜନ ଦାଶଙ୍କ ସୁମଧୁର ସ୍ୱର ମନ ଜିଣିଥିବାବେଳେ ଗୀତଗୁଡିକୁ ରଚନା କରିଛନ୍ତି ଏମ୍.ଦୀନବନ୍ଧୁ।ଉକ୍ତ ଉନ୍ମୋଚନ ଉତ୍ସବରେ ପ୍ରଯୋଜକ ଦୀନବନ୍ଧୁ ମହାପାତ୍ରଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ (ଜୋନ୍-୨) ବିଭୁପ୍ରସାଦ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଶେଷଦେବ ସାହୁ, ଅଭିନେତା ତଥା ଗାୟକ ବନୋଜ ପଟ୍ଟନାୟକ,  କବି ତଥା ଶିକ୍ଷକ ପଞ୍ଚାନନ ପଣ୍ଡା, ରଞ୍ଜନ କୁମାର ଦାଶ,ଯଶୋବନ୍ତ ପଟ୍ଟନାୟକ, ବାନାମ୍ବର ସାହୁ,ପରମାନନ୍ଦ ସ୍ୱାଇଁ,ସୁଶାନ୍ତ କୁମାର ସାହୁ, ସାମ୍ବାଦିକ ସାରସ କୁମାର ମିଶ୍ର, ଗଣେଶ୍ୱର ସାହୁ ପ୍ରମୁଖ ଯୋଗଦେଇଥିଲେ ।  ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ  )

Exit mobile version