ବସ୍ ଓ ବାଇକ୍ ଧକ୍କାରେ ୩ ମୃତ

ଓଡ଼ିଶା ତାଜା ନ୍ୟୁଜ (୪ ମାର୍ଚ୍ଚ ଗୁରୁବାର ) କଳାହାଣ୍ଡି :-  କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଡଙ୍ଗରିଗୁଡାରେ ବାଇକକୁ ଧକ୍କା ଦେଲା ବସ। ଘଟଣାସ୍ଥଳରେ ଗୋଟିଏ ପରିବାରର ୩ ମୃତ। ବାଇକରେ ବସି ଥିବା ତୁରେଛଡା ଗ୍ରାମର ବାପା ମା ଓ ଝିଅ ମୃତ।କେଗାଁରୁ କେସିଙ୍ଗା ଯାଉଥିବା ଜଗନ୍ନାଥ ବସ ବାଇକକୁ ଦେଇଥିଲା ଧକ୍କା ।

ମୃତକମାନେ ହେଲେ ତୁରେଛଡା ଗ୍ରାମର କୃଷ୍ଣଚନ୍ଦ୍ର ବାଗ,ସୁକେଶି ବାଗ ଓ ତାଙ୍କ ଝିଅ ସୁପ୍ରିୟା ବାଗ ବୋଲି ଜଣାପଡିଛି । ଗୋଲାମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରଂଭ କରିଛନ୍ତି । ( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version