Home ଓଡ଼ିଶା ବ୍ରହ୍ମପୁର ଆଇଟିଆଇ କଲେଜର ୧୭୨ ଜଣ ଛାତ୍ର କୁ ନିଯୁକ୍ତି by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୩ ମାର୍ଚ୍ଚ ବୁଧବାର ) ବ୍ରହ୍ମପୁର :- ବ୍ରହ୍ମପୁର ସ୍ଥିତ ଆଇଟିଆଇ କଲେଜର ୧୭୨ ଜଣ ଛାତ୍ର ଗୁଜୁରାଟ ସ୍ଥିତ ସୁଜୁକି ମୋଟରସ ରେ ନିଯୁକ୍ତି ପାଇ ଆଜି କାର୍ଯ୍ୟରେ ଯୋଗଦାନ କରିବାକୁ ଯାଇଛନ୍ତି । ଏଥିରେ ଫିଟର , ଇଲେକଟ୍ରିସିଆନ, ମେକାନିକ, ଟରନର , ଡିଜେଲ , ମେଟାଷ୍ଟିକର ଛାତ୍ରମାନଙ୍କୁ ଗତ ଡିସେମ୍ୱର ମାସରେ ଇଣ୍ଟରଭ୍ୟୁ ପ୍ରକ୍ରିୟାରେ ଚୟନ କରା ଯାଇଥିଲା । ତେବେ ଆଜି ଛାତ୍ର ମାନଙ୍କର ଯାତ୍ରା ସମୟ ରେ ୟୁସିପି ଇଂଜିନିୟର କଲେଜର ଅଧ୍ୟକ୍ଷ ଇଂ ଏସ.ଏନ.ଧନ ଓ ଆଇଟିଆଇ କଲେଜର ଅଧ୍ୟକ୍ଷ ଡଃ. ରଜତ କୁମାର ପାଣିଗ୍ରାହୀ ସବୁଜ ପତାକା ଦେଖାଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ତେବେ ଗତ ଫେବୃୟାରୀ ୧୭ରେ ଅନୁଷ୍ଠାନର ୨୩୯ ଜଣ ଛାତ୍ରକମ୍ପାନୀରେ ନିଯୁକ୍ତି ପାଇଥିବାବେଳେ ଆଜି ପୁଣି ୧୭୨ ଜଣ ଛାତ୍ର କମ୍ପାନୀରେ ନିଯୁକ୍ତି ପାଇ ଅନୁଷ୍ଠାନକୁ ଗୌରବାନ୍ୱିତ କରିଥିବା ଅଧ୍ୟକ୍ଷ କହିଛନ୍ତି । ତେବେ କମ୍ପାନୀରେ ନିଯୁକ୍ତି ପାଇଥିବା ଛାତ୍ରମାନଙ୍କର ମାସିକ ୧୯ ହଜାର ଟଙ୍କା ଦରମା ଥିବାରୁ ଛାତ୍ରମାନେ ଖୁସିଥିବା ଜଣାପଡିଛି । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ ) Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ by Proprietor Abhimanyu Maharana September 12, 2026 ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ by Proprietor Abhimanyu Maharana September 12, 2026 ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ - ଉଲ୍ଲାସ ଜନସଚେତନତା ପଦଯାତ୍ରା by Proprietor Abhimanyu Maharana September 12, 2026 ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ by Proprietor Abhimanyu Maharana September 12, 2026 ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ by Proprietor Abhimanyu Maharana September 12, 2026 ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ by Proprietor Abhimanyu Maharana September 11, 2026