ଜୀବିତ ମହିଳାକୁ ମୃତ ବୋଲି ପ୍ରମାଣିତ – ପଦ୍ମପୁର

ଓଡ଼ିଶା ତାଜା ନ୍ୟୁଜ୍ (0୩ ମାର୍ଚ୍ଚ ବୁଧବାର ) ପଦ୍ମପୁର :- ଜିଇଁ ଥାଉଁ ଥାଉଁ ମୃତ ବୋଲି ପ୍ରମାଣ କରି ମୃତ ପ୍ରମାଣ ପତ୍ର ବାହାର କରା ହୋଇଛି । ଏ ଭଲି ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଛି ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ଗ୍ରାମ ପଞ୍ଚାୟତ ଚାରପାଲି ଗାଁରେ । ଚନ୍ଦ୍ରକାନ୍ତୀ ନାଏକ ସ୍ବାମୀ ସ୍ବର୍ଗତ ସମାରୁ ନାଏକ ନାମକ ବୃଦ୍ଧା ମହିଳା ବରଗଡ ୱାର୍ଡ ନଂ ୫ ରେ ବାସ କରନ୍ତି । ତାଙ୍କର କିଛି ଜମି ଚାରପାଲି ଗାଁ ଖାତା ନଂ ୧୫୦ ରେ ଅଛି ।

ଉକ୍ତ ସମ୍ପତ୍ତିକୁ ହାସଲ କରିବା ପାଇଁ ଗାଁର ତାଙ୍କ ସମ୍ପର୍କୀୟ ସୌଦାମିନୀ ମାଝୀ ସ୍ବାମୀ ରମେଶ ମାଝୀ ଚନ୍ଦ୍ରକାନ୍ତୀ ନାଏକଙ୍କୁ ମୃତ ପ୍ରମାଣ କରି ମୃତ୍ଯୁ ପ୍ରମାଣ ପତ୍ର ବାହାର କରିଛନ୍ତି । ବିଶ୍ବସ୍ତ ସୂତ୍ରରୁ ଚନ୍ଦ୍ରକାନ୍ତୀ ନାଏକ ଏ ବିଷୟରେ ଜାଣିଲା ପରେ ସେ ମୃତ୍ଯୁ ପ୍ରମାଣ ପତ୍ରର ଅବିକଳ ନକଲ ହାସଲ କରି ପଦ୍ମପୁର ଥାନାରେ ଏକ ଲିଖିତ ଅଭିଯୋଗ କରି ପ୍ରଶାସନିକ ସ୍ତରରେ ଯେଉଁ ଅଧିକାରୀ ମାନେ ଜାଲିଆତି ମୃତ୍ଯୁ ପ୍ରମାଣ ପତ୍ର ବାହାର କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବୀ କରିଛନ୍ତି । ପୋଲିସ ଏ ସମସ୍ତ ବିଷୟରେ ତଦନ୍ତ ଜାରି ରଖିଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ )

Exit mobile version