ଭୁବନେଶ୍ୱରରେ ବଳପୂର୍ବକ ସାଇନାଥ ବସ୍ତି ଉଛେଦ ଚାଲିଛି…

ଓଡ଼ିଶା ତାଜା ନ୍ୟୁଜ୍ (0୩ ମାର୍ଚ୍ଚ ବୁଧବାର ) ଭୁବନେଶ୍ୱର :- ଗୋଟିଏ ପଟରେ ସରକାର ଓ ପ୍ରଶାସନ ଘୋଷଣା କରିଛନ୍ତି ବସ୍ତି ଉଛେଦ କରାଯାଉ ନାହିଁ ।  ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯାଉଛି । ନିଜେ ମୁଖ୍ୟମନ୍ତ୍ରୀ ବସ୍ତିବାସିନ୍ଦାଙ୍କୁ ସହରର ଜୀବନ ରେଖା ଘୋଷଣା କରିଛନ୍ତି । ବସ୍ତିବାସିନ୍ଦାଙ୍କୁ ବଳପୂର୍ବକ ଉଛେଦ ନ କରିବାକୁ ଆଇନ ରହିଛି । ଉଛେଦ ପୂର୍ବରୁ ଉପଯୁକ୍ତ ଥଇଥାନ କରିବାକୁ ବିଧି ରହିଛି ।  କିନ୍ତୁ କୌଣସି ଆଇନ କାନୁନକୁ ଖାତିର ନକରି ବଳପୂର୍ବକ ବସ୍ତିଭାଙ୍ଗି ଚାଲିଛନ୍ତି ରାଜ୍ୟ ନବୀନ ସରକାର । ଏହାର ଏକମାତ୍ର କାରଣ ରାଜ୍ୟରେ ବିଜେଡି ଦଳ ସଂଖ୍ୟା ଗରିଷ୍ଠ  । 

ନିରଙ୍କୁସ ଶାସନ କ୍ଷମତା ତାଙ୍କ ହାତରେ । ବିରୋଧୀ ଦଳ ନାହିଁ କହିଲେ ଚଳେ ।  ସବୁ ବସ୍ତିବାସିନ୍ଦା ଭୋଟ ଜରିଆରେ ଏଭଳି ରକ୍ଷାସ ଶାସକ ଦଳକୁ ଯଦି ହରାଇବାକୁ ଶପଥ ନନେବେ ତେବେ ପରିଣତି ଆହୁରୀ ଭୟଙ୍କର ହେବ ।  ଯେଉଁ ନେତାଙ୍କୁ ଭୋଟ ଦେଇଥିଲେ । ଯେଉଁମାନଙ୍କ ସାଙ୍ଗରେ ଯାଇ ଶାସକ ଦଳର ପତକା ଧରି ମୁଖ୍ୟମନ୍ତ୍ରୀଙ୍କ ଜିନ୍ଦାବାଦ ଧ୍ୱନି ଦେଇଥିଲେ । ସେମାନେ ଆଜି ଅତି ନିର୍ଦ୍ଦୟ ଭାବରେ ସେମାନଙ୍କ ଘର ଭାଙ୍ଗି ଦେଉଛନ୍ତି ।

Exit mobile version