ବୁଗୁଡା (ଓଡିଶା ତାଜା ନିଉଜ ) ବୁଗୁଡା 8/02/20 :- ରାଜ୍ୟରେ +୨ ପରୀକ୍ଷା ପ୍ରକିୟା ଆରମ୍ଭ ନ ହେଉଣୁ “ଘରେ ନ ପଶୁଣୁ ଚାଳ ବାଜିବା ସଦୃଶ୍ୟ” ପରୀକ୍ଷା କେନ୍ଦ୍ର ଘୋଷଣାରେ ଦୁର୍ନୀତିର ଗନ୍ଧ ପଦାକୁ ଆସିଲାଣି । ରାଜ୍ୟର ଦୁଇ ଜଣ ବରିଷ୍ଠ ବିଧାୟକ ଏହି ସମ୍ପର୍କରେ ଅଭିଯୋଗ ଆଣିଛନ୍ତି । ଏହି କଥାର ପ୍ରଘଟ ପରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ର୍ବମାନ ଏକପ୍ରକାରର ଦ୍ୱନ୍ଦ ଓ ସନ୍ଦିହାନ ଅବସ୍ଥାରେ ଅଛନ୍ତି । ପରୀକ୍ଷା କେନ୍ଦ୍ର ପରିଚାଳନା ପରୀକ୍ଷା ନିୟବଣକୁ ନେଇ ର୍ବମାନ ସେମାନେ ପ୍ରକ୍ରିୟାରେ ସ୍ୱଚ୍ଛତା ଉପରେ ପ୍ରଶ୍ନ କରିବା ଆରମ୍ଭ କଲେଣି । ଆଜି ଏହି ପରିପ୍ରେକ୍ଷିରେ ଏକ ସାମ୍ବାଦିକ ସ୧ିଳନୀରେ ଓଡ଼ିଶାର ଅଭିଭାବକ ମହାସଂଘ ପକ୍ଷରୁ ସରକାରଙ୍କ ନିକଟରେ ଏକ ଦାବୀ ଉପସ୍ଥାପନା କରାଯାଇଛି । ପ୍ରଥମତଃ ମାନ୍ୟବର ବିଭାଗୀୟ ମବୀ ତୁରନ୍ତ ଏହି ପ୍ରସଙ୍ଗ ଉପରେ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତର ନିଦ୍ଦେଶ ଦିଅନ୍ତୁ ଏବଂ କମିଟି ତାହା ରିପୋର୍ଟ ୭ ଦିନ ମଧ୍ୟରେ ପ୍ରଦାନ କରିବା ସହିତ ଦୋଷୀମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଫଳସ୍ୱରୂପ ଆଗକୁ ଏପରି କାର୍ଯ୍ୟ କରିବାକୁ କୌଣସି ବ୍ୟକ୍ତି ବିଶେଷ ସାହାସ କରିବେ ନାହିଁ । ଆରମ୍ଭରୁ ଏପରି ତୃଟି ଦେଖାଦେବା ଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସ୍ୱାର୍ଥର ସୁରକ୍ଷା ଓ ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସରକାରଙ୍କ ପ୍ରାଥମିକତା ହେବା ଉଚିତ୍ । ପୂର୍ବରୁ ଯେପରି +୩ କଲେଜରୁ ପରିଚାଳନା କମିଟିରେ ରାଜନୌତିକ ବ୍ୟକ୍ତିଙ୍କ ସଂପୃକ୍ତିକୁ ବାରଣ କରାଯାଇଛି । ସେହିପରି +୨ କଲେଜରେ ମଧ୍ୟ ଅନୁରୁପ ଭାବରେ ପଦକ୍ଷେପ ତୁରନ୍ତ ଗ୍ରହଣ କରାଯାଉ । ଏପରିକି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ରାଜନୈତିକ ବ୍ୟକ୍ତି ବିଶେଷଙ୍କର ସଂପୃକ୍ତିରୁ ମୁକ୍ତ କରାଯାଉ ବୋଲି ମଧ୍ୟ ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭ… , ସହ-ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ , ସତ୍ୟବ୍ରତ ପରିଜା ଓ ଶଙ୍କର ସାମନ୍ତରାୟ ଦୃଢ଼ ଦାବୀ ପୁଣିଥରେ ଉପସ୍ଥାପନା କରିଛନ୍ତି । ବ୍ୟବସ୍ଥାରେ ସ୍ୱଚ୍ଛତା ପାଇଁ ବରିଷ୍ଠ ଶିକ୍ଷାବିତ୍, ପରୀକ୍ଷା ପରିଚାଳନାରେ ଅଭିଜ୍ଞ ବ୍ୟକ୍ତିବିଶେଷ ଓ ଶିକ୍ଷାନୁଷ୍ଠାନର ବରିଷ୍ଠ ଶିକ୍ଷକ, ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ପରୀକ୍ଷା ସମ୍ପର୍କୀତ କମିଟି ଗଠନ କରାଯାଉ । ଯଦି ସରକାର +୨ ପରୀକ୍ଷାକେନ୍ଦ୍ର ଘୋଟାଲାରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ବିରାଟ ଜନଆନ୍ଦୋଳନ କରିବ ବୋଲି ଆଜିର ସାମ୍ବାଦିକ ସ୧ିଳନୀରେ ମହାସଂଘ ଚେତାବନୀ ନେଇଛି ।
+୨ପରୀକ୍ଷା କେନ୍ଦ୍ର ଅବ୍ୟବସ୍ଥାର ୭ଦିନ ମଧ୍ୟରେ ଭିଜିଲାନ୍ସ ତଦନ୍ତ ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ : ଓଡ଼ିଶା ଅଭିଭାବକ ମହାସଂଘ ।

- Categories: ଓଡ଼ିଶା
Related Content
ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
September 10, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ
by
Proprietor Abhimanyu Maharana
September 10, 2026
ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ
by
Proprietor Abhimanyu Maharana
September 10, 2026
Vedanta Aluminium Coal Mines showcases next-generation mining technologies at 6th CLI Expo 2026
by
Proprietor Abhimanyu Maharana
September 10, 2026
ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ
by
Proprietor Abhimanyu Maharana
September 10, 2026
Corrosion-resistant steel solution designed for construction, infrastructure, manufacturing and engineering applications
by
Proprietor Abhimanyu Maharana
September 10, 2026