ଓଡ଼ିଶା ତାଜା ନ୍ୟୁଜ୍ (୨ ମାର୍ଚ୍ଚ ,ମଙ୍ଗଳବାର ) ହିଞ୍ଜିଳିକାଟୁ :- ଲକଡ଼ାଉନ ସମୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହରରେ ନିର୍ମିତ ହୋଇଥିବା କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’ ଆନ୍ତର୍ଜତାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା । ଏଥି ସକାଶେ ସ୍ଥାନୀୟ ସହର ସମେତ ରାଜ୍ୟର ବିଭିନ୍ନ ଅଂଚଳରୁ ସଂପୃକ୍ତ ଅନୁଷ୍ଠାନକୁ ଏବଂ ଅନୁଷ୍ଠାନର କୁନି କୁନି କଳାକାର ଓ କାର୍ଯ୍ୟକର୍ତାଙ୍କୁ ଶୁଭେଚ୍ଛାର ସୂଅ ଛୁଟିଥିଲା । ଏହି ଅବସରରେ ରବିବାର ସନ୍ଧ୍ୟାରେ ସୃଷ୍ଟି ଓଡ଼ିଶା ଓ ନୃତ୍ୟମ ଅନୁଷ୍ଠାନର ମିଳିତ ସହଯୋଗରେ ସ୍ଥାନୀୟ ପୌରାଂଚଳ ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ନିକଟରେ ଏକ ଫିଲ୍ମ ଫେଷ୍ଟିଭାଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ନିଳମଣି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ସଂସଦ ପ୍ରମିଳା ବିଷୋୟୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ ।
