ମାହାଙ୍ଗା (ଓଡିଶା ତାଜା ନିଉଜ ) ନିଶ୍ଚିନ୍ତକୋଇଲି 7/02/20 :- ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ ରଥ ସାରଙ୍କ ବିୟୋଗରେ ସମଗ୍ର ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି, ମହମ୍ମଦପୁର ଆଳିଯଙ୍ଗା ପ୍ରାଥମିକ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ରଥ ଙ୍କର ଆଜି ମଧ୍ୟାନ୍ନ ୧.୪୫ ରେ ନିଜ ଗାଁ ବାସଭବନ ଗରଦପୁର ବ୍ଲକ କୁଶୁନପୁର ଗାଁ ବାସଭବନ ରେ ପରଲୋକ ଘଟିଛି । ସେ ଦୀର୍ଘଦିନ ଧରି ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ବିଭିନ୍ନ ସମ୍ମାନର ଅଧିକାରୀ ହେବାସହ ଅବସର ପରେ ସେ ନିଜକୁ ସମାଜସେବା ଓ ଧର୍ମ କାର୍ଯ୍ୟ ରେ ନିୟୋଜିତ କରିଥିଲେ । ରାଜ୍ୟ ସ୍ବତନ୍ତ୍ର କଳା ପରିଷଦ ରୁ ଆଦର୍ଶ ଶିକ୍ଷକ ଭାବେ ପୁରସ୍କୃତ ହୋଇଥିଲେ । ସ୍ଥାନୀୟ ଅଞ୍ଚଳ ରେ ନିଜର ସାଧୁତା ଓ ସମାଜ ସେଵା ପାଈଁ ସେ ସୁକ୍ଷାତି ଅର୍ଜନ କରିଥିଲେ । ଶ୍ରୀଯୁକ୍ତ ରଥ ଯୁବ ସାମ୍ବାଦିକ ଆଶିଷ ପଣ୍ଡା ଙ୍କ ର ଅଜା ଏବଂ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୁଶ୍ରୀ ସୌମ୍ୟା ରଥ ଙ୍କ ର ଜେଜେ ଅଟନ୍ତି । ତାଙ୍କ ର ମୃତ୍ୟୁ ରେ ଵିଜେପି ନେତା ବିଜୟ ମହାପାତ୍ର ଙ୍କ ସମେତ ବିଭିନ୍ନ ନେତା ଓ ସ୍ଥାନୀୟ ବୁଦ୍ଧିଜିବି ଶୋକ ବ୍ୟକ୍ତ କରିଛନ୍ତି । ବଡ଼ପୁଅ ଅକ୍ଷୟ ରଥ ମୁଖାଗ୍ନି ଦେଇଥିଲା ବେଳେ ପୁଅ ,ଜ୍ୱାଇଁ , ନାତି , ସ୍ଥାନୀୟ ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହିବା ସହ ଶୋକ ବ୍ୟକ୍ତ କରିଥିଲେ । ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ,
ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ରଥ ସାରଙ୍କ ପରଲୋକରେ ନିଶ୍ଚିନ୍ତକୋଇଲି ଅଂଚଳରେ ଶୋକ

Related Content
ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ
by
Proprietor Abhimanyu Maharana
May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ
by
Proprietor Abhimanyu Maharana
May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ
by
Proprietor Abhimanyu Maharana
May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ
by
Proprietor Abhimanyu Maharana
May 11, 2026
ବଙ୍ଗୋମୁଣ୍ଡା ସାମ୍ବାଦିକ ଭବନ ପାଇଁ ଭୂମି ପୂଜନ କଲେ ବିଧାୟକ - ଲକ୍ଷ୍ମଣ ବାଗ
by
Proprietor Abhimanyu Maharana
May 11, 2026
ତୁରେକେଲା ଥାନା ପରିସରରେ ମହିଳା ଓ ଶିଶୁମାନଙ୍କ ସଚେତନତା ପାଇଁ “ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
May 11, 2026