ଭୁବନେଶ୍ୱର (ଓଡିଶା ତାଜା ନିଉଜ) ଭୁବନେଶ୍ୱର 8.2.2020 :- ଭାରତର ଅଗ୍ରଣୀ ହୋମ୍ ସର୍ଭିସ୍ ମାର୍କେଟ୍ ପ୍ଲେସ୍ ଅର୍ବାନ୍ କମ୍ପାନୀ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏହାର କାରବାର ଆରମ୍ଭ ସମ୍ପର୍କରେ ଘୋଷଣା କରିଛି । ଏହା ପୂର୍ବରୁ ଅର୍ବାନ୍ କ୍ଲାପ୍ ଭାବେ ବେଶ୍ ପରିଚିତି ହାସଲ କରିଥିଲା । ଏହି କମ୍ପାନୀ ଏବେ ଗ୍ରାହକଙ୍କ ଘରେ ସାଲିନ୍, ଇଲେକ୍ଟିସିଆନ୍, ପ୍ଲମ୍ବର, କାରପେଂଟର, ହୋମ୍ ଆପଲାଏନ୍ସ୍ ମରାମତି, ଏସି ସର୍ଭିସ୍ ଏବଂ ମରାମତି ତଥା ସଫାସଫି ପ୍ରଭୃତି ଉପଲ୨ କରାଇବ । କମ୍ପାନୀ ଏହାର ୧୦୦ଜଣ ତାଲିମ ପ୍ରାପ୍ତ ଦକ୍ଷ ପେଶାଦାରଙ୍କ ସହାୟତାରେ ବିଭିନ୍ନ ସେବା ଉପଲ୨ କରାଇବ । ଆଗାମୀ ଦିନରେ ଅଧିକ ପେଶାଦାରଙ୍କୁ କମ୍ପାନୀ ନିଯୁକ୍ତି ପ୍ରଦାନ କରି ଏହାର କାରବାର ବୃଦ୍ଧି କରାଇବାର ଲକ୍ଷ୍ୟ ରଖିଛି । ସମ୍ପ୍ରତି ଦେଶର ବିଭିନ୍ନ ସହରରେ ଇଂଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କମ୍ପାନୀ ଏହାର କାରବାରକୁ ସହଜରେ ବୃଦ୍ଧି କରାଇବାର ଯୋଜନା ପ୍ରସ୍ତୁତ କରିଛି । ଭୁବନେଶ୍ୱର ଦେଶର ପୂର୍ବ କ୍ଷେତ୍ରରେ ଦ୍ରୁତ ବିକଶିତ ବ୍ୟବସାୟିକ ତଥା ବାଣିଜ୍ୟ ହବ୍ ଭାବେ ପରିଛିତି ହାସଲ କରି ଚାଲିଛି । ଏଠାରେ ବ୍ୟବସାୟିକ ହବ୍ ଏବଂ ବିଭିନ୍ନ ଅନୁଷ୍ଠାନ ସଂଖ୍ୟା କ୍ରମାଗତ ଭାବେ ବଢ଼ିଚାଲିଛି । ଫଳରେ ଦେଶର ଅନ୍ୟ ରାଜ୍ୟ ତଥା ସହରରୁ ଲୋକେ ଏଠାକୁ ଆକର୍ଷିତ ହୋଇ ଆସିବାରେ ଲାଗିଛନ୍ତି । ଏହି ଅବସରରେ ଅର୍ବାନ୍ କମ୍ପାନୀର ସହ ପ୍ରତିଷ୍ଠାତା ଅଭିରାଜ ଭାଲ୍ କହିଲେ, ଭୁବନେଶ୍ୱରରେ ଆମେ କାରବାର ଆରମ୍ଭ କରିବା ସହିତ ଆଗାମୀ ଦିନରେ ଦେଶର ପୂର୍ବ ରାଜ୍ୟଗୁଡ଼ିକରେ ନିଜର ସ୍ଥିତି ଜାହିର କରିବାର ଲକ୍ଷ୍ୟ ରଖିଛୁ । ଆମେ ସମ୍ପ୍ରତି ଦ୍ରୁତ ସମ୍ପ୍ରସାରଣକୁ ଗୁରୁତ୍ୱ ଦେଉଛୁ । ଆମର ବିଶ୍ୱାସ ଭୁବନେଶ୍ୱରରେ ଆମର ଉପସ୍ଥିତି ଆମ ଦ୍ୱାରା ପ୍ରଦାନ କରାଯାଉଥିବା ସେବାକୁ ଏଠାକାର କ୍ରମବର୍ଦ୍ଧମାନ ବଜାରରେ ଅଧିକ ବିକଶିତ କରିବାକୁ ସକ୍ଷମ ହେବ । ପେଶାଦାରଙ୍କୁ ଉପଯୁକ୍ତ ତାଲିମ୍ ପ୍ରଦାନ କରି କାରବାରରେ ନିୟୋଜିତ କରିବା କ୍ଷେତ୍ରରେ କମ୍ପାନୀର ୧୦ରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି । ଏହା ନିରନ୍ତର ଉଚ୍ଚ ଗୁଣବର୍ତାଯୁକ୍ତ ସେବା ଉପଲ୨ କରାଇବା ଜାରି ରଖିଛି ।
ଭୁବନେଶ୍ୱରରେ ଅର୍ବାନ କମ୍ପାନୀ କାରବାର ଆରମ୍ଭ

Related Content
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha
by
Proprietor Abhimanyu Maharana
June 13, 2026
समाज के आर्थिक रूप से कमजोर परिवारों को आर्थिक सहायता
by
Proprietor Abhimanyu Maharana
June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା
by
Proprietor Abhimanyu Maharana
June 13, 2026
ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି
by
Proprietor Abhimanyu Maharana
June 13, 2026
ଗଜପତିରେ କାଳବୈଶାଖୀର ତାଣ୍ଡବ, ଉଡିଲା ୧୫ ଟି ଘରର ଛପର ଉଡି ଯାଇଛି
by
Proprietor Abhimanyu Maharana
June 13, 2026
ଗଜପତିର ବାସିନ୍ଦା ଓଡ଼ିଶାର ଖ୍ୟାତିନାମା ସଙ୍ଗୀତ ନିର୍ଦେଶକ ପ୍ରଶାନ୍ତ ପାଢ଼ୀ ଭୁବନେଶ୍ୱର ସପ୍ତାଚାଯ୍ୟ ଉତ୍ସବ - ୨୦୨୬ ରେ ଜୀବନବ୍ୟାପୀ ସଙ୍ଗୀତ ସାଧନ ସମ୍ମାନରେ ସମ୍ମାନୀତ
by
Proprietor Abhimanyu Maharana
June 13, 2026