ଭୁବନେଶ୍ୱର (ଓଡିଶା ତାଜା ନିଉଜ) ଭୁବନେଶ୍ୱର 8.2.2020 :- ଭାରତର ଅଗ୍ରଣୀ ହୋମ୍ ସର୍ଭିସ୍ ମାର୍କେଟ୍ ପ୍ଲେସ୍ ଅର୍ବାନ୍ କମ୍ପାନୀ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏହାର କାରବାର ଆରମ୍ଭ ସମ୍ପର୍କରେ ଘୋଷଣା କରିଛି । ଏହା ପୂର୍ବରୁ ଅର୍ବାନ୍ କ୍ଲାପ୍ ଭାବେ ବେଶ୍ ପରିଚିତି ହାସଲ କରିଥିଲା । ଏହି କମ୍ପାନୀ ଏବେ ଗ୍ରାହକଙ୍କ ଘରେ ସାଲିନ୍, ଇଲେକ୍ଟିସିଆନ୍, ପ୍ଲମ୍ବର, କାରପେଂଟର, ହୋମ୍ ଆପଲାଏନ୍ସ୍ ମରାମତି, ଏସି ସର୍ଭିସ୍ ଏବଂ ମରାମତି ତଥା ସଫାସଫି ପ୍ରଭୃତି ଉପଲ୨ କରାଇବ । କମ୍ପାନୀ ଏହାର ୧୦୦ଜଣ ତାଲିମ ପ୍ରାପ୍ତ ଦକ୍ଷ ପେଶାଦାରଙ୍କ ସହାୟତାରେ ବିଭିନ୍ନ ସେବା ଉପଲ୨ କରାଇବ । ଆଗାମୀ ଦିନରେ ଅଧିକ ପେଶାଦାରଙ୍କୁ କମ୍ପାନୀ ନିଯୁକ୍ତି ପ୍ରଦାନ କରି ଏହାର କାରବାର ବୃଦ୍ଧି କରାଇବାର ଲକ୍ଷ୍ୟ ରଖିଛି । ସମ୍ପ୍ରତି ଦେଶର ବିଭିନ୍ନ ସହରରେ ଇଂଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କମ୍ପାନୀ ଏହାର କାରବାରକୁ ସହଜରେ ବୃଦ୍ଧି କରାଇବାର ଯୋଜନା ପ୍ରସ୍ତୁତ କରିଛି । ଭୁବନେଶ୍ୱର ଦେଶର ପୂର୍ବ କ୍ଷେତ୍ରରେ ଦ୍ରୁତ ବିକଶିତ ବ୍ୟବସାୟିକ ତଥା ବାଣିଜ୍ୟ ହବ୍ ଭାବେ ପରିଛିତି ହାସଲ କରି ଚାଲିଛି । ଏଠାରେ ବ୍ୟବସାୟିକ ହବ୍ ଏବଂ ବିଭିନ୍ନ ଅନୁଷ୍ଠାନ ସଂଖ୍ୟା କ୍ରମାଗତ ଭାବେ ବଢ଼ିଚାଲିଛି । ଫଳରେ ଦେଶର ଅନ୍ୟ ରାଜ୍ୟ ତଥା ସହରରୁ ଲୋକେ ଏଠାକୁ ଆକର୍ଷିତ ହୋଇ ଆସିବାରେ ଲାଗିଛନ୍ତି । ଏହି ଅବସରରେ ଅର୍ବାନ୍ କମ୍ପାନୀର ସହ ପ୍ରତିଷ୍ଠାତା ଅଭିରାଜ ଭାଲ୍ କହିଲେ, ଭୁବନେଶ୍ୱରରେ ଆମେ କାରବାର ଆରମ୍ଭ କରିବା ସହିତ ଆଗାମୀ ଦିନରେ ଦେଶର ପୂର୍ବ ରାଜ୍ୟଗୁଡ଼ିକରେ ନିଜର ସ୍ଥିତି ଜାହିର କରିବାର ଲକ୍ଷ୍ୟ ରଖିଛୁ । ଆମେ ସମ୍ପ୍ରତି ଦ୍ରୁତ ସମ୍ପ୍ରସାରଣକୁ ଗୁରୁତ୍ୱ ଦେଉଛୁ । ଆମର ବିଶ୍ୱାସ ଭୁବନେଶ୍ୱରରେ ଆମର ଉପସ୍ଥିତି ଆମ ଦ୍ୱାରା ପ୍ରଦାନ କରାଯାଉଥିବା ସେବାକୁ ଏଠାକାର କ୍ରମବର୍ଦ୍ଧମାନ ବଜାରରେ ଅଧିକ ବିକଶିତ କରିବାକୁ ସକ୍ଷମ ହେବ । ପେଶାଦାରଙ୍କୁ ଉପଯୁକ୍ତ ତାଲିମ୍ ପ୍ରଦାନ କରି କାରବାରରେ ନିୟୋଜିତ କରିବା କ୍ଷେତ୍ରରେ କମ୍ପାନୀର ୧୦ରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି । ଏହା ନିରନ୍ତର ଉଚ୍ଚ ଗୁଣବର୍ତାଯୁକ୍ତ ସେବା ଉପଲ୨ କରାଇବା ଜାରି ରଖିଛି ।
ଭୁବନେଶ୍ୱରରେ ଅର୍ବାନ କମ୍ପାନୀ କାରବାର ଆରମ୍ଭ

Related Content
ଦାସିଆ ଅଜାଙ୍କ ସାଧନା ଓ ସଂଘର୍ଷ ମୟ ଜୀବନ କାହାଣୀ ସମ୍ପର୍କେ ଅନୁଷ୍ଠାନ ସମ୍ପାଦକ ଦୀପକ ପଟ୍ଟନାୟକ ଙ୍କ ସହିତ ଆଲୋଚନା କରି ମାଜିଷ୍ଟ୍ରେଟ୍ ଖୁବ୍ ଖୁସି ପ୍ରକଟ କରିଥିଲେ
by
Proprietor Abhimanyu Maharana
October 29, 2026
ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି : ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର
by
Proprietor Abhimanyu Maharana
October 29, 2026
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ : ୨୯ ରେ କନ୍ଧମାଳ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ - ଶିକ୍ଷକ ଓ କର୍ମଚାରୀଙ୍କୁ ଡ୍ୟୁଟିରେ ରହିବା ନିର୍ଦ୍ଦେଶ
by
Proprietor Abhimanyu Maharana
October 29, 2026
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବାଲିଗୁଡ଼ାରେ ଲଗାଣ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ : ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ
by
Proprietor Abhimanyu Maharana
October 29, 2026
ବାତ୍ୟା ଭୟରେ ସିଲ୍ ହେଲା ଗାଜଲବାଡ଼ି ଘାଟି: ଗଛ ଉପୁଡ଼ି ରାସ୍ତା ଅବରୋଧ, ଦୁଇ ଜିଲ୍ଲା ମଧ୍ୟରେ ଯାତାୟାତ ଠପ୍; ବିକଳ୍ପ ରାସ୍ତା ଉପରେ ନିର୍ଭର ଯାତ୍ରୀ
by
Proprietor Abhimanyu Maharana
October 29, 2026
ବାତ୍ୟା ପରିସ୍ଥିତି ପରଖିଲେ ମନ୍ତ୍ରୀ, ଗାଜଲବାଡ଼ି ଘାଟିର ସ୍ଥିତି ଅନୁଧ୍ୟାନ : ଡୁଲୁରୀ ରାସ୍ତାରୁ ଗଛ ହଟାଇବାକୁ ନିର୍ଦ୍ଦେଶ : ୨୫ ପଞ୍ଚାୟତ ଅନ୍ଧାରରେ; ନେଟୱାର୍କ ଓ ଇଣ୍ଟରନେଟ୍ ସେବା ଠପ୍
by
Proprietor Abhimanyu Maharana
October 29, 2026