ଶିକ୍ଷା ଅଧିକାର ଆଇନରେ 25% ସ୍ଥାନ ଅର୍ଥିକ ଅନଗ୍ରସର ଓ ଅବହେଳିତ – ସମ୍ପର୍କରେ ଓଡିଶା ଅଭିଭାବକ ମହାସଂଘର ପ୍ରଶିକ୍ଷଣ ଶିବିର

ଓଡ଼ିଶା ତାଜା ନ୍ୟୁଜ୍ (୨ ମାର୍ଚ୍ଚ ,ମଙ୍ଗଳବାରଭୁବନେଶ୍ୱର :- ଓଡିଶା ଅଭିଭାବକ ମହାସଂଘର ଦୀର୍ଘ ଦିନର ଦାବୀ ଆନ୍ଦୋଳନ ଓ ଧର୍ମଘଟ ପରେ ରାଜ୍ୟ ସରକାର ଶେଷରେ ଶିକ୍ଷା ଅଧିକାର ଆଇନ ଅନୁଯାଇ ସମସ୍ତ ବେସରକାରୀ ସ୍କୁଲ ରେ 25% ସିଟରେ ଅର୍ଥନୈତିକ ଦୁର୍ବଳ ଓ ଅବହେଳିତ ଶ୍ରେଣୀର ପିଲା ମାଗଣାରେ ପଢିବେ ବୋଲି ଘୋଷଣା କରିବା ସହିତ ଆଡ଼ମିସନ ପାଇଁ ଇ ପୋର୍ଟାଲ ର ଉଦଘାଟନ କରିଛନ୍ତି l ଏହି ବ୍ୟବସ୍ଥା ର ଶତପ୍ରତିଶତ କାର୍ଯ୍ୟକାରୀତା ସହିତ ସଚେତନତା ଓ ବ୍ୟବସ୍ଥା ର ପ୍ରଚାର ପ୍ରସାର ପାଇଁ ଭୁବନେଶ୍ୱରର ସବୁ ବସ୍ତିର ସ୍ବେଛାସେବୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଓଡିଶା ଅଭିଭାବକ ମହାସଂଘ ତରଫରୁ ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ଅଧ୍ୟକ୍ଷତାରେ ବୁଦ୍ଧ ମନ୍ଦିର ଠାରେ ଅନୁଷ୍ଠିତ ହୋଇ ଯାଇଛି l ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ ଅତିଥି ପରିଚୟ ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ l ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ଅଧକ୍ଷ ଡ଼ଃ କରୁଣାକର ପ୍ରଧାନ ଏହି ଆଇନକୁ କାଯ୍ୟକରି କରିବାକୁ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ସବୁ ସମୟରେ ଅଭିଭାବକ ମହାସଂଘ ସହ ମିଶି କାର୍ଯ୍ୟ କରିବାକୁ ପ୍ରସ୍ତୁତ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ, ଜାତୀୟ ମାନବାଧିକାର କମିଶନ ବରିଷ୍ଠ ସଦସ୍ୟ ମନୋଜ ଜେନା ଯୋଗ ଦେଇ କାର୍ଯ୍ୟକ୍ରମର ସଫଳତା ର ବିଭିର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ l

ଯଦି ଏହି ଆଇନ କାର୍ଯ୍ୟକାରୀ ନହୁଏ ତେବେ ମହାସଂଘ ଆଗକୁ ଲଢେଇ କରିବାକୁ ପ୍ରସ୍ତୁତ ହୋଲି କହିଥିଲେ l ଏଥିରେ ଭୁବନେଶ୍ୱର ସମେତ ଓଡିଶାର ଅନ୍ୟାନ୍ୟ ଅଂଚଳରୁ ଶିକ୍ଷା ଅଧିକାର କର୍ମୀ, ସାମାଜିକ କର୍ମୀ, ମାନବାଧିକାର କର୍ମୀ, ବସ୍ତି ଉନ୍ନୟନ କର୍ମୀଙ୍କ ସମେତ ଶହେରୁ ଅଧିକ ସ୍ବେଛାସେବୀ ଯୋଗ ଦେଇଥିଲେ l ବରିଷ୍ଠ ଶିକ୍ଷାବିତ, ଶିକ୍ଷା ଅଧିକାର କର୍ମକର୍ତ୍ତା ଓ ମହାସଂଘର କର୍ମକର୍ତା ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ l ଏହି ସୁବିଧାର ସଠିକ କାର୍ଯ୍ୟକାରୀ ପାଇଁ କଣ ନିୟମ ରହିଛି, କେଉଁ ମାନେ ଆବେଦନ କରିପାରିବେ, କଣ ସବୁ ପ୍ରମାଣ ପତ୍ର ଦରକାର, କିପରି ଆବେଦନ କରିବେ, କାହାକୁ ଆବେଦନ କରିବେ ଆଦି ସମସ୍ତ ବିଷୟରେ ସ୍ବେଛାସେବୀ ମାନେ ପ୍ରଶିକ୍ଷଣ ନେଇଥିଲେ l ଦୂରଦର୍ଶିର ସମ୍ପାଦକ ଦୁର୍ଗା ସାମନ୍ତରାୟ ଏହି ଆଇନକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅଭିଭାବକ ମହାସଂଘର ପ୍ରୟାସ କୁ ପ୍ରସଂଶା କରିଥିଲେ l ସମରକ୍ରାନ୍ତି ସେନା ପ୍ରମୋଦ ପରିଡା, ଶରତ ସାହୁ, ଅରବିନ୍ଦ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ l ମହାସଂଘ ସାଧାରଣ ସମ୍ପାଦକ ଅଶୋକ ପାଇକରାୟ ଧନ୍ୟବାଦ ଦେଇଥିଲେ l ସହ ଅଧକ୍ଷ୍ୟ ସତ୍ୟବ୍ରତ ପରିଜା, ଶଙ୍କର୍ଷଣ ସାମନ୍ତରାୟ, ବିନ୍ଦୁଜା ଉପାଧ୍ୟାୟ, ଗୀତାଞ୍ଜଳି ମହାନ୍ତି, ବିଷ୍ନୁପ୍ରିୟା ସାହୁ, ଜିତୁ ସାହୁ, ଦୀପିକା ମିଶ୍ର ଓ ମହାସଂଘର ପ୍ରଦୀପ୍ତ ମିଶ୍ର, ରାଜୀବ ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ଜେନା, ନନ୍ଦ କିଶୋର ମାଲିକ ଆଦି ବକ୍ତବ୍ୟ ରଖିଥିଲେ

Exit mobile version