ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ; ବାସଭବନ ସମେତ ଏକା କାଳୀନ ୫ ଗୋଟି ସ୍ଥାନରେ : ବ୍ରହ୍ମପୁର ଭିଜିଲାନ୍ସ ଓ ପାରଳାଖେମୁଣ୍ଡି ଭିଜିଲାନ୍ସ ଦଳ ମିଳିତ ଭାବେ ଚଢ଼ାଉ

ଓଡ଼ିଶା ତାଜା ନ୍ୟୁଜ୍ (୨ ମାର୍ଚ୍ଚ ,ମଙ୍ଗଳବାର ) ରାୟଗଡ :- ଜିଲା ରାୟଗଡ ବ୍ଲକ ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ କେ. ନାଗେସ୍ୱର ସେନାପତି ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାସଭବନ ସମେତ ଏକା କାଳୀନ ୫ ଗୋଟି ସ୍ଥାନରେ ବ୍ରହ୍ମପୁର ଭିଜିଲାନ୍ସ ଓ ପାରଳାଖେମୁଣ୍ଡି ଭିଜିଲାନ୍ସ ଦଳ ମିଳିତ ଭାବେ ଚଢ଼ାଉ କରିଛି।ଭିଜିଲାନ୍ସ ବିଭାଗର ଛଅ ଗୋଟି ଟିମ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ବିହାର ଠାରେ ଥିବା କେ. ସେନାପତିଙ୍କ ବାସଭବନ, ବ୍ରହ୍ମପୁର ସ୍ଥିତ ଶଳା ଘର,

ଆସିକା ସ୍ଥିତ ପୈତୃକ ବାସଭବନ, ରାୟଗଡ ସ୍ଥିତ ସରକାରୀ ଅଫିସ ଓ ବାସଭବନ, ଛଅ ମାଇଲ ଠାରେ ପାର୍ଟନର ରେ ଚାଲିଥିବା ଇଟା ଫେକ୍ଟ୍ରି ଉପରେ ଏକା କାଳୀନ ଚଢ଼ାଉ ଜାରି ରଖିଛନ୍ତି। ରାୟଗଡର ଏହି ଯନ୍ତ୍ରୀଙ୍କୁ ଚଢ଼ାଉ ପରେ ବ୍ଲକରେ କାର୍ଯ୍ୟରତ ଅନ୍ୟ ଯନ୍ତ୍ରୀ ମାନେ ମଧ୍ୟ ଆତଙ୍କିତ ହୋଇ ଛତ୍ରଭଙ୍ଗ ଦେଇଥିବା ଦେଖିବାକୁମିଳିଛି । ପ୍ରକାଶଯୋଗ୍ୟ ଯେ ରାୟଗଡ ବ୍ଲକରେ ଅନେକ ଦୁର୍ନୀତିର ତଦନ୍ତ ପାଇଁ ବାରମ୍ବାର ଜନ ସଧାରଣଙ୍କ ପକ୍ଷରୁ ଦାବି ହେଉଛି ଏହିପରି ଅତର୍କିତ ଭାବେ ଅନ୍ୟ ଦୁର୍ନୀତି ଖୋର୍ ଅଧିକାରୀ ମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସାଧାରଣରେ ଦାବି ହେଉଛି । (ସଞ୍ଜୀବ କୁମାର ପାଣି ରାୟଗଡ ଗଜପତି)

Exit mobile version