ପାଇକମାଲ କୋ ଅପରେଟିଭ ବ୍ଯାଙ୍କରେ ଚାଷୀ ହନ୍ତସନ୍ତ : ବେପାରୀଙ୍କୁ ଲକ୍ଷ ଲକ୍ଷ ଟଙ୍କା ସଂଧ୍ଯାରେ ପେମେଣ୍ଟ

ଓଡ଼ିଶା ତାଜା ନ୍ୟୁଜ (୧ ମାର୍ଚ୍ଚ ସୋମବାର ) ପଦ୍ମପୁର :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ କୋ ଅପରେଟିଭ ବ୍ଯାଙ୍କରେ ପ୍ରଧାନ ମନ୍ତ୍ରୀ ବୀମା ଟଙ୍କା ଓ ଧାନ ବିକ୍ରୟ ଟଙ୍କା ପାଇବା ପାଇଁ ଚାଷୀଙ୍କ ଲମ୍ବା ଲାଇନ ଲାଗିଛି । ବ୍ଯାଙ୍କ ସାମନାରେ ସକାଳୁ ରାତ୍ର ୯ ଘଣ୍ଟା ପର୍ଯ୍ୟନ୍ତ ଚାଷୀ ମାନେ ଟଙ୍କା ଉଠାଇବା ପାଇଁ ଜମା ହେଉଥିବା ବେଳେ ଚାଷୀଙ୍କୁ ଅତି ଅଳ୍ପ ଟଙ୍କା ପ୍ରଦାନ କରାଯାଇ ବ୍ଯାଙ୍କ ରେ ଟଙ୍କା ସରି ଗଲା ବୋଲି ବ୍ଯାଙ୍କ କର୍ତ୍ତୃପକ୍ଷ କହି ବ୍ଯାଙ୍କ ବନ୍ଦ କରି ଦେଉଥିବା ବେଳେ ସଂଧ୍ୟାରେ ବେପାରୀ ଓ ଧାନ କିଣା ମଧ୍ୟସ୍ଥି ମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି । ଶୁଣିବାକୁ ମିଳୁଛି ଯେ ,୧ ଲକ୍ଷ ଟଙ୍କାରେ ୧୦ ପରସେଣ୍ଟ ଟଙ୍କା ବ୍ଯାଙ୍କ କର୍ତ୍ତୃପକ୍ଷ ଓ ମଧ୍ୟସ୍ଥି ମାନଙ୍କ ଭିତରେ ଭାଗ ବାଣ୍ଟି ନେଉଛନ୍ତି । ପାଇକମାଲ କୋଅପରେଟିଭ ବ୍ଯାଙ୍କ ଉପରେ ପାଇକମାଲ ବ୍ଳକର

ଜାମସେଠ,ଲଖମରା,ପଲସଦା,ପାଇକମାଲ ସେବା ସମବାୟ ସୋସାଇଟି ହଜାର ହଜାର ଚାଷୀ ନିର୍ଭର କରୁଥିବା ବେଳେ ୨୦ କି:ମି ରୁ ୪୦ କି:ମି ଦୂରରୁ ଚାଷୀ ମାନେ ବ୍ଯାଙ୍କ କୁ ଆସି ଘଣ୍ଟା ଘଣ୍ଟା ଧରି ଲାଇନ ରେ ଛିଡା ହେବା ସତ୍ବେ ବ୍ଯାଙ୍କ ରୁ ଟଙ୍କା ପାଇ ନ ପାରି ନିରାଶ ଓ ହତାଶ ହୋଇ ଫେରି ଯାଉଛନ୍ତି । ବ୍ଯବସାୟୀ ଓ ମଧ୍ୟସ୍ଥି ମାନେ ଆରାମ୍ ରେ ଲକ୍ଷ ଲକ୍ଷ ଟଙ୍କା ଧରି ବ୍ଯାଙ୍କ ରୁ ଯାଉଛନ୍ତି । ପାଇକମାଲ କୋଅପରେଟିଭ ବ୍ଯାଙ୍କ ବିରୋଧରେ ଚାଷୀଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ତେଣୁ ତୁରନ୍ତ ଏହାର ସମାଧାନ ନ ହେଲେ ବ୍ଯାଙ୍କ ଘେରାଉ କରାଯିବ ବୋଲି ଚାଷୀ ନେତା ଶ୍ରୀ ଯୋଗିନ୍ଦ୍ର ଭୋଇ ଓ ରାଜେନ୍ଦ୍ର ସେଠ ଚେତାବନୀ ଦେଇଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version