ଓଡ଼ିଶା ତାଜା ନ୍ୟୁଜ (୧ ମାର୍ଚ୍ଚ ସୋମବାର) କଳାହାଣ୍ଡି :- କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ହୋଇରହିଲା । ଏହା ଫଳରେ ଗାଁରେ ରହୁଥିବା ଗରିବ ପିଲାଙ୍କ ପାଠପଢା ଠପ୍ ହୋଇଗଲା । ପିଲାଏ ପାଠ ପଢିବା ଭୁଲି ବିଭିନ୍ନ ପ୍ରକାର କାମଧନ୍ଦାରେ ନିୟୋଜିତ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଲା । ଠିକ ଏହି ସମୟରେ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ନାଗରିକ ବିକାଶ ସଂଗଠନ ଆରମ୍ଭ କରିଛି ଏକ ଅଭିନବ ଉପାୟ । ବିଭିନ୍ନ ଗ୍ରାମରେ ମୋ ଚାଟଶାଳୀ ଖୋଲି ସ୍ଵେଚ୍ଛାସେବୀ ଶିକ୍ଷକ ମାନଙ୍କୁ ନିଯୁକ୍ତି ଦେଇ ଗରିବ ପିଲାମାନଙ୍କୁ ବିଦ୍ୟାଳୟମୁଖୀ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।
