ଗଜପତିଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳର ଲଖାରି ଜଙ୍ଗଲରୁ ହରିଣକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କଲେ ଗୁବୁରିଗୁଡ଼ା ଗ୍ରାମବାସୀ

ଓଡ଼ିଶା ତାଜା ନ୍ୟୁଜ୍ (୧ ମାର୍ଚ୍ଚ,ସୋମବାର ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳ ନିକଟସ୍ଥ ଲଖାରି ଜଙ୍ଗଲରୁ ଏକ ଅଣ୍ଡିରା ହରିଣ କୌଣସି କାରଣରୁ ଆଘାତ ପାଇ ରକ୍ତାକ୍ତ ଅବସ୍ଥାରେ ନିଜ ଜୀବନକୁ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଦୌଡ଼ି ଆସି ଗୁବୁରିଗୁଡ଼ା ଗ୍ରାମର ଜଣକ ଗୁହାଳ ଘରେ ପଶି ଯାଇଥିଲା । ଗ୍ରାମବାସୀ ଏହା ଦେଖିବାପରେ ରକ୍ତାକ୍ତ ଅଣ୍ଡିରା ହରିଣଟିକୁ ଉଦ୍ଧାର କରି ଚାନ୍ଦିପୁଟ ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ।ତାପରେ ହରିଣଟିକୁ ମୋହନା ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯାଇଥିଲା ।

ହରିଣଟିର ଗୋଡରେ ଗଭୀର ଆଘାତ ଲାଗିବା ସହ ଗୋଡ଼ ମଧ୍ୟରେ ଏକ ଲୁହା ତାର ପଶି ରହିଥିଲା ଏବଂ ଶିଙ୍ଘରେ ମଧ୍ୟ ଆଘାତ ଲାଗିଥିବା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ବୀରେନ୍ଦ୍ର ପଣ୍ଡା କହିଛନ୍ତି । ଚିକିତ୍ସା କରାଯିବା ପରେ ହରିଣଟିକୁ ତପ୍ତପାଣି ମୁଗବିହାରକୁ ପଠାଯିବା ସହ ଶିକାରୀର ଫାଂଶ ଯୋଗୁଁ ନା ଅନ୍ୟ କୌଣସି କାରଣରୁ ଏପରି ଘଟିଛି ତାହା ତଦନ୍ତ ପରେ ଜଣା ପଡିବ ବୋଲି ଜିଲ୍ଲା ବନାଞ୍ଚଳ ଅଧିକାରୀ ସଂଗ୍ରାମ କେଶରୀ ବେହେରା ସୂଚନା ଦେଇଛନ୍ତି । (ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version