ରଣପୁର (ଓଡିଶା ତାଜା ନିଉଜ ) ରଣପୁର 7.2.2020 :- ରଣପୁର ବଜେନ୍ଦ୍ର ଚନ୍ଦ୍ର ନୋଡାଲ ହାଇସ୍କୃଲ ପରିସରରେ ଭାରତ ସ୍କାଉଟ୍ ଓ ଗାଇଡ୍ ତରଫରୁ ଓଡିଶାର ଦ୍ୱିତୀୟ ରାଜ୍ୟ ସ୍ତରୀୟ ବ୍ଲକ ଓ ବୁଲ୍ବୁଲ୍ ଉତ୍ସବ ଆଜି ତୃତୀୟ ଦିନରେ ପହଞ୍ଚିଛି । ତୃତୀୟ ଦିନରେ ମୂଖ୍ୟ ଅତିଥି ଭାବେ ଓଡଗାଁ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ , ଅନ୍ୟତମ ଅତିଥି ଭାବେ ସ୍କାଉଟ ଗାଇଡି ର ରାଜ୍ୟ କମିଶନର ଅନାମିକା ଦାସ , ମୁଖ୍ୟ ବକ୍ତା ଭାବରେ ରଣପୁର ପୃର୍ତ ବିଭାଗ ଯନ୍ତ୍ରୀ ଦୟାନିଧି ରାୟଗୁରୁ , ରଣପୁର ଏନଏସି ଉପଉଧକ୍ଷ ପ୍ରିୟବ୍ରତ ପ୍ରହରାଜ , ନୟାଗଡ ସ୍କାଉଟ ଗାଇଡ କମିଶନର ଡଃ ପ୍ରଶାନ୍ତ କୁମାର ମିଶ୍ର , ପ୍ରଧାନ ଶିକ୍ଷୟତ୍ରୀ ତଥା କାର୍ଯ୍ୟକ୍ରମର ସମ୍ପାଦିକା ବନଲତା ବେହେରା , ସ୍କାଉଟ ଗାଇଡି ର ଜିଲ୍ଲା କମିଶନର ରମେଶ ଚନ୍ଦ୍ର ବଳବନ୍ତରାୟ୍ର ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ସଭାପତି ତଥା ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ବିରଞ୍ଚି ନାରାୟଣ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ରବିନ୍ଦ୍ର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଅନ୍ୟତମ ଅତିଥି ଅନାମିକା ଦାସ ତାଙ୍କ ଅଭିଭାଷଣରେ କୁନି କୁନି ପିଲାମାନେ ଶୃଙ୍ଗଳା ମାନିଚଳିଲେ ସମାଜର ଉନ୍ନତି ହେବା ସହିତ ସୁନାଗରିକ ହୋଇପାରିବେ ବୋଲି ମତ ଦେଇଥିଲେ । ଏହି ଉତ୍ସବ ରେ କଟକ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ବଲାଙ୍ଗୀର, ପୁରୀ ଆଦି ୬ଟି ଜିଲ୍ଲାରୁ ପ୍ରାୟ ୬୩୦ ପ୍ରତିଯୋଗୀ ଯୋଗ ଦେଇଛନ୍ତି । ୫ ବର୍ଷରୁ ୧୦ ବର୍ଷ ମଧ୍ୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ୮ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ । ପ୍ରଥମେ ରାଜ୍ୟ ସ୍ତରୀୟ କବ ବୁଲବୁଲ ଉତ୍ସବ ପୁରୀ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ରଣପୁର ରେ ୨ୟ ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହେଉଛି । ସ୍କାଉଟ ର ଜିଲ୍ଲା ଟ୍ରେନିଙ୍ଗ କମିଶନର ଡଃ ପ୍ରଶାନ୍ତ କୁମାର ମିଶ୍ର , ଏକ୍ଜୁକେଟିଭ୍ ଟ୍ରେନର ଅୟସ୍ମିତା ପଣ୍ଡା , ମିହିର ରଞ୍ଜନ ପଟ୍ଟନାୟକ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହା ସହିତ ପ୍ରତିଦିନ ବିଭିନ୍ନ ଖେଳ , ନାଚ , ଡିବେଟ , ରଙ୍ଗୋଲି ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ତୃତୀୟ ଦିନରେ ବ୍ଲକ ବୁଲବୁଲ ଉତ୍ସବ

- Categories: ଓଡ଼ିଶା, ଶିକ୍ଷା ଓ ନିଯୁକ୍ତି, ହୋମ୍
Related Content
ଦାସିଆ ଅଜାଙ୍କ ସାଧନା ଓ ସଂଘର୍ଷ ମୟ ଜୀବନ କାହାଣୀ ସମ୍ପର୍କେ ଅନୁଷ୍ଠାନ ସମ୍ପାଦକ ଦୀପକ ପଟ୍ଟନାୟକ ଙ୍କ ସହିତ ଆଲୋଚନା କରି ମାଜିଷ୍ଟ୍ରେଟ୍ ଖୁବ୍ ଖୁସି ପ୍ରକଟ କରିଥିଲେ
by
Proprietor Abhimanyu Maharana
October 29, 2026
ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି : ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର
by
Proprietor Abhimanyu Maharana
October 29, 2026
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ : ୨୯ ରେ କନ୍ଧମାଳ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ - ଶିକ୍ଷକ ଓ କର୍ମଚାରୀଙ୍କୁ ଡ୍ୟୁଟିରେ ରହିବା ନିର୍ଦ୍ଦେଶ
by
Proprietor Abhimanyu Maharana
October 29, 2026
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବାଲିଗୁଡ଼ାରେ ଲଗାଣ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ : ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ
by
Proprietor Abhimanyu Maharana
October 29, 2026
ବାତ୍ୟା ଭୟରେ ସିଲ୍ ହେଲା ଗାଜଲବାଡ଼ି ଘାଟି: ଗଛ ଉପୁଡ଼ି ରାସ୍ତା ଅବରୋଧ, ଦୁଇ ଜିଲ୍ଲା ମଧ୍ୟରେ ଯାତାୟାତ ଠପ୍; ବିକଳ୍ପ ରାସ୍ତା ଉପରେ ନିର୍ଭର ଯାତ୍ରୀ
by
Proprietor Abhimanyu Maharana
October 29, 2026
ବାତ୍ୟା ପରିସ୍ଥିତି ପରଖିଲେ ମନ୍ତ୍ରୀ, ଗାଜଲବାଡ଼ି ଘାଟିର ସ୍ଥିତି ଅନୁଧ୍ୟାନ : ଡୁଲୁରୀ ରାସ୍ତାରୁ ଗଛ ହଟାଇବାକୁ ନିର୍ଦ୍ଦେଶ : ୨୫ ପଞ୍ଚାୟତ ଅନ୍ଧାରରେ; ନେଟୱାର୍କ ଓ ଇଣ୍ଟରନେଟ୍ ସେବା ଠପ୍
by
Proprietor Abhimanyu Maharana
October 29, 2026