ରଣପୁର (ଓଡିଶା ତାଜା ନିଉଜ ) ରଣପୁର 7.2.2020 :- ରଣପୁର ବଜେନ୍ଦ୍ର ଚନ୍ଦ୍ର ନୋଡାଲ ହାଇସ୍କୃଲ ପରିସରରେ ଭାରତ ସ୍କାଉଟ୍ ଓ ଗାଇଡ୍ ତରଫରୁ ଓଡିଶାର ଦ୍ୱିତୀୟ ରାଜ୍ୟ ସ୍ତରୀୟ ବ୍ଲକ ଓ ବୁଲ୍ବୁଲ୍ ଉତ୍ସବ ଆଜି ତୃତୀୟ ଦିନରେ ପହଞ୍ଚିଛି । ତୃତୀୟ ଦିନରେ ମୂଖ୍ୟ ଅତିଥି ଭାବେ ଓଡଗାଁ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ , ଅନ୍ୟତମ ଅତିଥି ଭାବେ ସ୍କାଉଟ ଗାଇଡି ର ରାଜ୍ୟ କମିଶନର ଅନାମିକା ଦାସ , ମୁଖ୍ୟ ବକ୍ତା ଭାବରେ ରଣପୁର ପୃର୍ତ ବିଭାଗ ଯନ୍ତ୍ରୀ ଦୟାନିଧି ରାୟଗୁରୁ , ରଣପୁର ଏନଏସି ଉପଉଧକ୍ଷ ପ୍ରିୟବ୍ରତ ପ୍ରହରାଜ , ନୟାଗଡ ସ୍କାଉଟ ଗାଇଡ କମିଶନର ଡଃ ପ୍ରଶାନ୍ତ କୁମାର ମିଶ୍ର , ପ୍ରଧାନ ଶିକ୍ଷୟତ୍ରୀ ତଥା କାର୍ଯ୍ୟକ୍ରମର ସମ୍ପାଦିକା ବନଲତା ବେହେରା , ସ୍କାଉଟ ଗାଇଡି ର ଜିଲ୍ଲା କମିଶନର ରମେଶ ଚନ୍ଦ୍ର ବଳବନ୍ତରାୟ୍ର ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ସଭାପତି ତଥା ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ବିରଞ୍ଚି ନାରାୟଣ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ରବିନ୍ଦ୍ର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଅନ୍ୟତମ ଅତିଥି ଅନାମିକା ଦାସ ତାଙ୍କ ଅଭିଭାଷଣରେ କୁନି କୁନି ପିଲାମାନେ ଶୃଙ୍ଗଳା ମାନିଚଳିଲେ ସମାଜର ଉନ୍ନତି ହେବା ସହିତ ସୁନାଗରିକ ହୋଇପାରିବେ ବୋଲି ମତ ଦେଇଥିଲେ । ଏହି ଉତ୍ସବ ରେ କଟକ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ବଲାଙ୍ଗୀର, ପୁରୀ ଆଦି ୬ଟି ଜିଲ୍ଲାରୁ ପ୍ରାୟ ୬୩୦ ପ୍ରତିଯୋଗୀ ଯୋଗ ଦେଇଛନ୍ତି । ୫ ବର୍ଷରୁ ୧୦ ବର୍ଷ ମଧ୍ୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ୮ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ । ପ୍ରଥମେ ରାଜ୍ୟ ସ୍ତରୀୟ କବ ବୁଲବୁଲ ଉତ୍ସବ ପୁରୀ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ରଣପୁର ରେ ୨ୟ ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହେଉଛି । ସ୍କାଉଟ ର ଜିଲ୍ଲା ଟ୍ରେନିଙ୍ଗ କମିଶନର ଡଃ ପ୍ରଶାନ୍ତ କୁମାର ମିଶ୍ର , ଏକ୍ଜୁକେଟିଭ୍ ଟ୍ରେନର ଅୟସ୍ମିତା ପଣ୍ଡା , ମିହିର ରଞ୍ଜନ ପଟ୍ଟନାୟକ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହା ସହିତ ପ୍ରତିଦିନ ବିଭିନ୍ନ ଖେଳ , ନାଚ , ଡିବେଟ , ରଙ୍ଗୋଲି ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ତୃତୀୟ ଦିନରେ ବ୍ଲକ ବୁଲବୁଲ ଉତ୍ସବ

- Categories: ଓଡ଼ିଶା, ଶିକ୍ଷା ଓ ନିଯୁକ୍ତି, ହୋମ୍
Related Content
ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
September 7, 2026
ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬
by
Proprietor Abhimanyu Maharana
September 7, 2026
ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ
by
Proprietor Abhimanyu Maharana
September 7, 2026
ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା
by
Proprietor Abhimanyu Maharana
September 7, 2026
ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
by
Proprietor Abhimanyu Maharana
September 7, 2026
ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ
by
Proprietor Abhimanyu Maharana
September 7, 2026