କ୍ଷତିଗ୍ରସ୍ତଙ୍କୁ ମିଳିଲା ସରକାରୀ ସହାୟତା

ଓଡ଼ିଶା ତାଜା ନ୍ୟୁଜ (୨୮ ଫେବୃଆରି,ରବିବାର ) ହିଞ୍ଜିଳିକାଟୁ  :- ହିଞ୍ଜିଳି ବ୍ଲକ ପଳାସୀ ଗ୍ରାମରେ ଗତ କାଲି ଅପରାହ୍ନ ସମୟରେ ଧାନ ଖଳାରେ ନିଆଁ ଲାଗି ୩୫ ବସ୍ତା ଧାନ ସହ ପ୍ରାୟ ୪ ଏକର ଜମିର ପାଳ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ଗ୍ରାମ ଧାନ ଖଳା ନିକଟରେ ଥିବା ଏକ ବିଲରେ ଖତ ପ୍ରସ୍ତୁତି ପାଇଁ ନିଆଁ ଲଗା ଯାଇଥିବା ବେଳେ ଆକସ୍ମିକ ଭାବେ ପବନରେ ନିଆଁ ବ୍ୟାପିବା ଫଳରେ ୫ ଜଣ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ ।

ରବିବାର ସ୍ଥାନୀୟ ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଛି । ଗଣ୍ଡଳା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ହିଞ୍ଜିଳି କାଟୁ ତହସିଲଦାର ପ୍ରଭାତ କୁମାର ପରିଡା ଓ ସରପଞ୍ଚ ପ୍ରତିନିଧି ସୁଧାଂଶୁ ସାହୁ ଉପସ୍ଥିତ ରହି ନାର୍ସୁ ଗୌଡ଼, ଉଦୟ ଗୌଡ଼,ଅନୁସୂୟା ଗୌଡ଼, କୈବଲ୍ୟ ଗୌଡ଼ ଓ ଶାନ୍ତି ଗୌଡ଼ ପ୍ରମୁଖ କ୍ଷତିଗ୍ରସ୍ତଙ୍କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ ।           ( ରିପୋର୍ଟ: ଶୁସାନ୍ତ ପ୍ରଧାନ, ହିଞ୍ଜିଳିକାଟୁ )

Exit mobile version