ବାଗଦେବୀ ପୀଠର ବିକାଶ ନିମନ୍ତେ ୩ କୋଟି ୬୦ଲକ୍ଷ ଟଙ୍କା ମଞ୍ଜୁର, ଅରୁଣ ଙ୍କ ସଫଳ ପ୍ରୟାସ – କୁରାଳ

ଓଡ଼ିଶା ତାଜା ନ୍ୟୁଜ୍ ( ୨୮ ଫେବୃଆରୀ ରବିବାର ) ଓଡ଼ଗାଁ  :- କୁରାଳ ର ପଞ୍ଚୁପାଣ୍ଡବ ସ୍ଥିତ ବାଗ୍ ଦେବୀ ପୀଠର ଉନ୍ନତି ପାଇଁ ଆଜି ୧୦.୩୦ ସମୟ ରେ ମାନ୍ୟବର ମନ୍ତ୍ରୀ ତଥା ବିଧାୟକ ଡଃ ଅରୁଣ କୁମାର ସାହୁ ଏବଂ ଜିଲ୍ଲାପାଳ ପୋମା ଟୁଡୁ ପରିଦର୍ଶନ କରିଛନ୍ତି । କୁରାଳ ଗ୍ରାମ ଠାରୁ ସାଧୁସନ୍ଥ ପୀଠ ( ଭାୟା ବାଗ୍ଦେବୀ ନୂତନ ରାସ୍ତା ନିର୍ମାଣ ନିମନ୍ତେ ନୟାଗଡ଼ ଗ୍ରାମ ଉନ୍ନୟନ ବିଭାଗ ଦ୍ଵାରା

୩ କୋଟି ୬୦ଲକ୍ଷ ଟଙ୍କା ମଞ୍ଜୁର କରାଇଥିବାରୁ ବାଗ୍ଦେବୀ ବିକାଶ ମଞ୍ଚ ସହ କୁରାଳ ଗ୍ରାମ ପଞ୍ଚାୟତ ଜନସାଧାରଣ ମାନ୍ୟବର ମନ୍ତ୍ରୀ ତଥା ବିଧାୟକ ଡଃ ସାହୁଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜଣାଇଛନ୍ତି । ଉକ୍ତ ପୀଠର ବିକାଶ ସହ ସେଠାରେ ଏକ ପାର୍କ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ ଡଃ ସାହୁ ।

ଆଗାମୀ ଦିନରେ ମଧ୍ୟ ବାଗ୍ଦେବୀ ନିକଟସ୍ଥ ପୋଖରାଡ୍ୟାମ୍ ର ଉନ୍ନତିକରଣ ସହ ପୁନରୁଦ୍ଧାର କାର୍ଯ୍ୟ ହେବ ବୋଲି ଡ଼ ସାହୁ ପ୍ରସ୍ତାବ ଦେଇଥିଲେ । ଆଜିର ଏହି ଗ୍ରସ୍ତ ସମୟରେ ନୟାଗଡ଼ ବନପାଳ ଧନରାଜ ଏଚ୍ ଡି ଙ୍କ ସମେତ ଓଡ଼ଗାଁ ବ୍ଲକ ବିଡ଼ିଓ ସ୍ବାତିଲେଖା ଦାସ ,

ତହସିଲଦାର ଵିଜୟତା ସାମନ୍ତ ସିଂହାର , ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ , ସରପଞ୍ଚ ଝିଲି ପ୍ରଧାନ , ପୂର୍ବତନ ସରପଞ୍ଚ ବିଜନ ପାଇକରାୟ , କୁରାଳ ପଞ୍ଚାୟତର ଲୋକ ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ଥିଲେ । କୁରାଳ ଜନସାଧାରଣ ମାନଙ୍କ ବହୁଦିନର ଆଶା ସଫଳ ହୋଇଥିବାରୁ ମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ବୁଦ୍ଧିଜୀବି ମାନେ ପ୍ରଶଂସା କରିଛନ୍ତି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version