ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା – ରଣପୁର

ଓଡ଼ିଶା ତାଜା ନ୍ୟୁଜ (୨୮ ଫେବୃଆରି,ରବିବାର) ରଣପୁର :-  ଆଜି ରଣପୁର ବ୍ଲକ ଗୋପାଳପୁର ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗଙ୍ଗାଧର ପ୍ରଧାନଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି l ଏହି ସଭା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଗଦାଧର ବେହୁରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା l

ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଅତିଥି ଭାବେ ରଣପୁର ବି. ସି. ହାଇସ୍କୁଲରେ ଶିକ୍ଷୟତ୍ରୀ ବନାଲତା ବେହେରା, ମୁଖ୍ୟ ବକ୍ତା ଭାବେ ମୋ ସ୍କୁଲରେ କମିଟିର ସଭାପତି ସୁବାସିନୀ ଦେଇ, ସମ୍ମାନିତ ଅତିଥି ଭାବେ ରାଇପଡା ୟୁ.ଜି.ଏମ.ଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟା କ୍ରିଷ୍ଣା କୁମାରୀ ସ୍ୱାଇଁ, ରଶ୍ମି ରେଖା ସୁବୁଦ୍ଧି ପ୍ରମୁଖ ଯୋଗ ଦେଇଥିଲେ l

ଏଥିରେ ଶିକ୍ଷକ ଶିକ୍ଷୟତ୍ରୀମାନେ ଗଙ୍ଗାଧର ପ୍ରଧାନଙ୍କ ଗୁଣ ଗାନ କରିବା ସହ ସମସ୍ତେ ତାଙ୍କ ବିଦାୟରେ ଦୁଃଖ ପ୍ରକାଶ କରିଥିଲେ l ଶିକ୍ଷୟତ୍ରୀ ପ୍ରଭାସିନୀ ମହାପାତ୍ର ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ l ଶିକ୍ଷକ ପ୍ରତାପ ଚନ୍ଦ୍ର ମହାନ୍ତି, ସୁଜାତା ଦେବୀ, ଧରଣୀ ଧର ମହାପାତ୍ର, କୁନ୍ତଳା ଦେଇ, ଅନ୍ନପୂର୍ଣ୍ଣା ଶତପଥୀ ଙ୍କ ସହ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l

ସମସ୍ତ ଅତିଥି ବିଦାୟୀ କର୍ମଚାରୀ ଗଙ୍ଗାଧରଙ୍କ ଅବଶିଷ୍ଟ ଜୀବନ ସୁଖମୟ ହେବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ l ଶିକ୍ଷକ ମାନସ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l (ରଣପୁର ପ୍ରତିନିଧି ପ୍ରିୟମ୍ବଦା ମହାପାତ୍ରଙ୍କ ରିପୋର୍ଟ)

Exit mobile version