ଆଜି ହେଉଛି ଜାତୀୟ ବିଜ୍ଞାନ ଦିବସ

ଓଡ଼ିଶା ତାଜା ନ୍ୟୁଜ (୨୮ ଫେବୃଆରି,ରବିବାର) ରଣପୁର :- ଆଜି ହେଉଛି ଜାତୀୟ ବିଜ୍ଞାନ ଦିବସ l ଏହି ପରିପ୍ରେକ୍ଷୀରେ ବ୍ରଜେନ୍ଦ୍ର ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ବନଲତା ବେହେରାଙ୍କ ତତ୍ୱାବଧାନ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇ ଯାଇଛି l ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ବିଜ୍ଞାନ କକ୍ଷକୁ ନିଆ ଯାଇଥିଲା l

ସେଠାରେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋଜେକଟର ମାଧ୍ୟମରେ ବୈଜ୍ଞାନିକ ସି. ଭି. ରମଣ ଓ ଅନ୍ୟାନ୍ୟ ବିଭିନ୍ନ ବୈଜ୍ଞାନିକ ମାନଙ୍କ ସମ୍ବନ୍ଧରେ ଦେଖା ଯାଇଥିଲା l ବରିଷ୍ଠ ଶିକ୍ଷକ ବିରୁପାକ୍ଷ ମହାପାତ୍ର ଛାତ୍ରଛାତ୍ରଙ୍କୁ ବିଜ୍ଞାନ ଓ ବିଜ୍ଞାନରେ ଉପକାରିତା ସମ୍ବନ୍ଧରେ ବୁଝାଇ ଥିଲେ l ସେହିପରି ବିଜ୍ଞାନ ଶିକ୍ଷୟତ୍ରୀ ଲୁଇସ ଏଲିନା ମିଶ୍ର, ତିଲୋତ୍ତମା ପୃଷ୍ଟି, ଶିକ୍ଷକ ସୁଶାନ୍ତ କୁମାର ସାମନ୍ତରାୟ, ବାମନ ଚନ୍ଦ୍ର ସାହୁ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ବ୍ୟବହାର ଓ ଆବଶ୍ୟକତା ସମ୍ବନ୍ଧରେ ବୁଝାଇଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ପ୍ରତିମା ଦେବୀ, ବସନ୍ତ କୁମାର ସାହୁ, ଶ୍ରଦ୍ଧାଞ୍ଜଳି ନନ୍ଦ, ସାରଳା ଦେବୀ, ଶ୍ରଦ୍ଧାଞ୍ଜଳି ଦାସ, ମଧୁସ୍ମିତା ଶତପଥୀ, ମନୋରଞ୍ଜନ ମହାରଣା, ରାଜଲକ୍ଷ୍ମୀ ପୃଷ୍ଟି, ଶୁଭସ୍ମିତା ପାଇକରାୟ ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l (ରଣପୁର ପ୍ରତିନିଧିଙ୍କ ରିପୋର୍ଟ)

Exit mobile version