ରାସ୍ତା ନିର୍ମାଣ କୁ ନେଇ ଦଶପଲ୍ଲା ବିଧାୟକ ଙ୍କୁ କୃତଜ୍ଞତା ଜଣାଇଲେ କାପ୍ତାପଲ୍ଲୀ ପଞ୍ଚାୟତ ବାସୀ

ଓଡ଼ିଶା ତାଜା ନ୍ୟୁଜ (୨୭ ଫେବୃଆରି,ଶନିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କାପ୍ତାପଲ୍ଲୀ ଗ୍ରାମ ପଞ୍ଚାୟତ ର କାପ୍ତାପଲ୍ଲୀ ଠାରୁ ମକରାପଲ୍ଲୀ ଯାଏ ମୁଖ୍ୟମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ୧୦ କିମି ରାସ୍ତା ନିର୍ମାଣ ହୋଇସାରିଛି l ଯାହାକି ସେହିରାସ୍ତା ଗଂଜାମ ଜିଲାକୁ ସଂଯୋଗ କରୁଛି l କିନ୍ତୁ ମକରାପଲ୍ଲୀ ଠାରୁ ଗଂଜାମ ଜିଲାକୁ ସଂଯୋଗ କରୁଥିବ l ଗ୍ରାମ ନାରଣ ପଲ୍ଲୀ ପର୍ଯ୍ୟନ୍ତ ୧ କିମି ରାସ୍ତା ହୋଇଥିଲେ ମଧ୍ୟ ଅନେକ ଦିନରୁ ଲୋକମାନେ , ଖାଲ ଖମା ମାଟିରାସ୍ତା ରେ ଲୋକମାନେ ଯାତାୟାତ କରୁଥିଲେ l

ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ମକରାପଲ୍ଲୀ ଗ୍ରାମବାସୀ ଏବଂ କାପ୍ତାପଲ୍ଲୀ ଅଂଚଳ ବାସି ଏହି ସମସ୍ୟା ସମ୍ପର୍କରେ ଜଣାଇଥିଲେ। ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ପ୍ରଥମ ପର୍ଯାୟରେ ମକରାପଲ୍ଲୀ ଠାରୁ ନାରଣପଲ୍ଲି ଯାଏ ସୁନ୍ଦର ମାଟିରାସ୍ତା ହୋଇପାରିଛି l ଯାହାଫଳରେ ଏକ କିଲୋମିଟର କଦର୍ଯ୍ୟ ଥିବା ରାସ୍ତା ସୁଗମ ହୋଇପାରିଛି ଏବଂ ନୟାଗଡ଼ ଜିଲା ରୁ ଗଂଜାମ ଜିଲାକୁ ନିକଟ ରାସ୍ତା ଛୁଇଁପାରିଛି ସେଥିପାଇଁ କାପ୍ତାପଲ୍ଲୀ ଅଞ୍ଚଳବାସୀ ଏବଂ ମକରାପଲ୍ଲୀ ଗ୍ରାମବାସୀ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଧନ୍ୟବାଦ ଦେଇଛନ୍ତି l

ତା ସହିତ ସେହି ରାସ୍ତାରେ ଗମନା ଗମନ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଏକ ବ୍ରିଜ କୁ ନିର୍ମାଣ କରିବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି l କେବଳ କାପ୍ତାପଲ୍ଲୀ ପଞ୍ଚାୟତ ନୁହେଁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଉନ୍ନତି ପାଇଁ ଦଶପଲ୍ଲା ବିଧାୟକ ଙ୍କ ଅହରହ ପ୍ରଚେଷ୍ଟା ଯୋଗୁଁ ବିଧାୟକ ଙ୍କ ଲୋକ ପ୍ରିୟତା ବଢ଼ିବାରେ ଲାଗିଛି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ) 

Exit mobile version