ସଂଯୁକ୍ତ ୟୁବ ସଂଗଠନ ଦ୍ୱାରା “ବରିଷ୍ଠ ନାଗରିକ ମାନଙ୍କର ସମସ୍ଯା ଓ ତା’ର ନିରାକରଣ ଶୀର୍ଷକ ଉପରେ ଏକ କର୍ମଶାଳା” ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୨୭ ଫେବୃଆରି,ଶନିବାର ) ବରଗଡ଼ :- ଶନିବାର ଦିନ 11 ଘ. ସମୟରେ ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ-ସଂଯୁକ୍ତ ୟୁବ ସଂଗଠନ ଦ୍ୱାରା “ବରିଷ୍ଠ ନାଗରିକ ମାନଙ୍କର ସମସ୍ଯା ଓ ତା’ର ନିରାକରଣ ଶୀର୍ଷକ ଉପରେ ଏକ କର୍ମଶାଳା” ଶାନ୍ତି ତପୋବନ ଆଶ୍ରମ ଚକରକେନ୍ଦ ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ସଭାସମିତିରେ ହେଉଥିବା ଚିରାଚରିତ ପ୍ରଥାରେ ଆୟୋଜନ କରା ନ ଯାଇ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ଦଳ ଗଠନ କରାଯାଇ ପ୍ରତ୍ୟେକ ଦଳକୁ ସମାଜରେ ବରିଷ୍ଠ ମାନଙ୍କ ସମସ୍ୟା ଭିତ୍ତିକ ଦୁଇଟି ଲେଖାଏଁ ପ୍ରଶ୍ନ ଦିଆଯାଇ ସସମ୍ୟା ର ନିରାକରଣ ପାଇଁ ଆଲୋଚନା କରି ସର୍ବସମ୍ମୁଖରେ ଉପସ୍ଥାପନ କରିବାକୁ କୁହାଯାଇଥିଲା । ଆସିଥିବା ସବୁ ବର୍ଗର ପ୍ରତିନିଧି ମାନଙ୍କୁ 6 ଦଳରେ ବିଭକ୍ତ କରାଯାଇଥିଲା । ବରିଷ୍ଠ ନାଗରିକମାନେ ସମ୍ମୁଖୀନ ହେଉଥିବା ସମାଜିକ, ଅର୍ଥନୈତିକ, ମାନସିକ, ସମସ୍ୟାମାନ କେଉଁଭଳି ଭାବେ ସମାଧାନ କରାଯିବ ତାହା ଆଲୋଚନା ହେବା ସହ ନୈତିକଶିକ୍ଷା ଆଧ୍ୟାତ୍ମିକଶିକ୍ଷା ସମାଜରେ ବିକଶିତ କରାଯାଇ ଏହିସବୁ ସାମାଜିକ ସମସ୍ୟା ଗୁଡ଼ିକୁ ସମାଧାନ କରାଯାଇ ପାରିବ ବୋଲି ମତ ପ୍ରକାଶ ପାଇଲା ।

କର୍ମଶାଳାରୁ ବାହାରିଥିବା ନିଷ୍କର୍ଷ ଅନୁଯାୟୀ ଅପରାହ୍ନ ଅଧିବେସନରେ ଆଲୋଚନା ହୋଇ ଗୋଟିଏ ବର୍ଷର କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ଏକ ଅସ୍ଥାୟୀ କାର୍ଯକାରୀ କମିଟି ଗଠନ କରାଯାଇ ଥିଲା । ଉକ୍ତ କମିଟିରେ ବରଗଡ଼ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ଯଥା-ମୋହନ ସାହୁ, ଟେକଚାନ୍ଦ ଦୁଆନ, ବିଷ୍ଣୁଚରଣ ଦାଶ, ସୁରେଶ୍ଵରୀ ପଣ୍ଡା ମଞ୍ଜୁଲତା ଶତପଥୀ, ଦାମୋଦର ସାହୁ, ଜଗନ୍ନାଥ ମହାପାତ୍ର, ନରେନ୍ଦ୍ର ହୋତା, ପ୍ରଦେଶୀ ବାରିକ, କବିତା ରଥ, ପ୍ରକାଶ ଭୋଇ, ଦୁଃଖୀସେବକ ସାହୁ ଆଦି ରହିଛନ୍ତି । କର୍ମଶାଳାରେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତି ଅମରେନ୍ଦ୍ର ଯାଦବ, ପ୍ରହଲ୍ଲାଦ ମହାପାତ୍ର, ରବିନ୍ଦ୍ର ପ୍ରଧାନ, ଡାକ୍ତର ଶିଶିର କୁମାର ସାହୁ ଗିରିଜା ଶଙ୍କର ଆଚାର୍ଯ୍ଯ ସୁବାସ ଚନ୍ଦ୍ର ପ୍ରଧାନ, ଦାମୋଦର ସାହୁ ଆଦି ଯୋଗ ଦେଇଥିଲେ । ଏହି କର୍ମଶାଳାର ପ୍ରଥମରୁ ସଂଯୁକ୍ତ ୟୁବ ସଂଗଠନର ସମ୍ପାଦକ ଦେବଦତ୍ତ ତ୍ରିପାଠୀ ସ୍ଵାଗତ କରି କର୍ମଶାଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କର୍ମଶାଳାର ଦୁଇ ଅଧିବେସନରେ ଶ୍ରୀ ବିଷ୍ଣୁଚରଣ ଦାଶ ଓ ପ୍ରଦେଶୀ ବାରିକ ପରିଚାଳନା କରିଥିବା ବେଳେ ସୁଶ୍ରୀ ଲବଙ୍ଗ ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଓ ସଂଗଠନ ର ସଭାପତି ସୁରେନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ମାତୃଛାୟା ଅଧ୍ୟକ୍ଷା, ସେବିକା ନନ୍ଦିନୀ ଗଡ଼ତିଆ ଓ ସନ୍ଧ୍ଯା ମିଶ୍ର ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ( ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ )

Exit mobile version