ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଉଦଘାଟନ – ପୁରୀ

ଓଡ଼ିଶା ତାଜା ନ୍ୟୁଜ (୨୭ ଫେବ୍ରୁଆରି,ଶନିବାର ) ପୁରୀ :- ସଦା ସର୍ବଦା ପୁରୀ ଅଞ୍ଚଳ ବାସୀ ଙ୍କ ସୁଖ ସୁବିଧା କୁ ଆଖି ଆଗରେ ରଖି ପୁରୀ ନିର୍ବାଚନ ମଣ୍ଡଳୀ ର ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଲୋକ ଙ୍କ ପାଈଁ ସୁବିଧା କରି ଆସିଛନ୍ତି ।

ନିର୍ବାଚନ ମଣ୍ଡଳୀ ର ଉନ୍ନୟନ ମୂଳକ କାର୍ଯ୍ୟ କୁ ଉଦଘାଟନ ହେଉ କି ଲୋକ ଙ୍କ ପାଈଁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହେଉ ସେହିଭଳି ଆଜି ମଧ୍ୟ ସେବାୟତ ବନ୍ଧୁ ମାନଙ୍କ ବିଶେଷ ଆଗ୍ରହ କ୍ରମେ Center For Action ଆନୁକୂଲ୍ୟରେ ଏକ ଆୟୋଜିତ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଉଦଘାଟନ କରିଛନ୍ତି l

ଏହି ଅବସରରେ ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରିୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ପୁରୀ ଗ୍ରସ୍ତ କରି ପୁରୀ ବିଧାୟକ ଶ୍ରୀ ଜୟନ୍ତ ଷଡ଼ଙ୍ଗୀ ଏବଂ ସମସ୍ତ ସେବାୟତ ବନ୍ଧୁ ଙ୍କ ସମେତ ବହୁସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ । ତଥା ବିଜେପି କର୍ମୀ ମାନେ ଯୋଗ ଦେଇଥିଲେ (ପୁରୀ /ରିପୋର୍ଟ -ବିଶ୍ୱମ୍ଵର ମିଶ୍ର )

Exit mobile version