ଚତୁର୍ବିଂଶତିତମ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ

ଓଡ଼ିଶା ତାଜା ନ୍ୟୁଜ୍ ( ୨୬ ଫେବୃଆରୀ ଶୁକ୍ରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୋରଡ଼ା ଗ୍ରାମର ଶ୍ରୀ ଶ୍ରୀ ଦଧିବାମନ ଜୀଉ ମନ୍ଦିର ପ୍ରାଙ୍ଗଣରେ ଛଅ ଦିନ ଧରି ଚତୁର୍ବିଂଶତିତମ ବିଶ୍ଵଶାନ୍ତି ମହାଯଜ୍ଞ କରୋନା ନୀତି ନିୟମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ରବିବାର ଦିନ ଅଙ୍କୁର ରୋପଣ,ସୋମବାର ତୀର୍ଥ ଜଳ ଆବାହନ ଓ ଘୃତାହୁତି ,ମଙ୍ଗଳବାର ସାନ୍ଧ୍ୟ ପ୍ରବଚନ ,ବୁଧବାର ଦିନ ରକ୍ତଦାନ ଶିବିର ଓ ସାନ୍ଧ୍ୟ ପ୍ରବଚନ,ଗୁରୁବାର ଦିନ ସାନ୍ଧ୍ୟ ପ୍ରବଚନ ଓ ଶୁକ୍ରବାର ଦିନ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପ୍ରତ୍ୟେକ ଦିନ ସକାଳ ୮ ଘଟିକା ଠାରୁ ୧୦ ଘଟିକା ପର୍ଯ୍ୟନ୍ତ ସୂର୍ଯ୍ୟପୂଜା ଓ ଗୋ ପୂଜା ସହିତ ମହଯଜ୍ଞାରେ ନାମଯଜ୍ଞ,ଘୃତ ଯଜ୍ଞ , ଘୃତାହୁତି ପ୍ରଦାନ,ଓ ଜ୍ଞାନ ଯଜ୍ଞ କରାଯାଇଥିଲା । ଭଗବାନ ଙ୍କ ନାମ ଉଚ୍ଚାରଣ ରେ ଗ୍ରାମ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।ବିଶ୍ଵଶାନ୍ତି ମହାଯଜ୍ଞ ଆଞ୍ଚଳିକ କମିଟି ଏବଂ କୋରଡ଼ା ଗ୍ରାମବାସୀ ଙ୍କ ସହଯୋଗରେ କୋରଡ଼ା ଗ୍ରାମ ରେ ଚତୁର୍ବିଂଶ ତିତମ ବିଶ୍ଵଶାନ୍ତି ମହାଯଜ୍ଞ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଯାଇଛି ।(ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version