ମାତାଲ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟନଷ୍ଟାନ ନେଇ ଶିକ୍ଷାବିଭାଗର ପଛଘୁଞ୍ଚା କାହିଁକି ?

କଟକ ଜିଲ୍ଲା ମାହଙ୍ଗା (ଓଡିଶା ତାଜା ନିଉଜ ) ମାହଙ୍ଗା 07/02/20 :- କଟକ ଜିଲ୍ଲା ମାହଙ୍ଗା ବ୍ଲକ ଅଂଚଳରେ ଜଣେ ମଦ୍ୟପ ପ୍ରଧାନଶିକ୍ଷକଙ୍କ ଭିଡିଓ ଭାଇରାଲ ହେବା ଘଟଣାର ତିନିଦିନ ବିତିଯାଇଥିଲେ ବି ସମ୍ପୃକ୍ତ ମାତାଲ ଶିକ୍ଷକ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମାହାଙ୍ଗା ଶିକ୍ଷା ବିଭାଗ ପଛଘୁଞ୍ଚା ଦେଉଥିବା ଅଭିଭାବକ ଓ ଗ୍ରାମବାସୀଙ୍କ ମହଲରେ ଦାବୀ ଜୋର ଧରିଛି, ମେରିପୁର ବିଦ୍ୟାଳୟର, ପ୍ରକାଶ ଥାଉ କି କଟକ ଜିଲ୍ଲା ମାହାଙ୍ଗା ମେରିପୁର ପ୍ରାଥମିକ ବିଦ୍ୟାଳୟର ମାତାଲ ପ୍ରଧାନଶିକ୍ଷକ ଗତ 5 ତାରିଖ ଦିନ ମଦ ପିଇ ମାତାଲ ହୋଇ ସ୍କୁଲ ଆସିଥିବା ବେଳେ ଗ୍ରାମବାସୀ ମାନେ ଦେଖି ଏହାକୁ ବିରୋଧ କରିବାସହ ଏହି ଘଟଣାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ, ଏ ଶିକ୍ଷକ ଜଣକ ହେଉଛନ୍ତି ଏ ସ୍କୁଲର ପ୍ରଧାନ ଶିକ୍ଷକ, ତାଙ୍କ ନାମ ହେଉଛି ରବିନ୍ଦ୍ର ଦେଉରି। ହେଲେ ଗାଁ ଲୋକେ ସାର ଙ୍କୁ ବୁଝାଇ ଆଗରୁ ବହୁ ଥର ଛାଡ଼ି ଦେଇଥିଲେ। ହେଲେ ଆଜି ପୁଣି ଥରେ ସାର ମଦ ପିଇ ସ୍କୁଲ କୁ ଆସିଥିବା ସାରଙ୍କୁ ଗାଁ ଲୋକେ ଜୋର ବିରୋଧ କରିଥିଲେ।ତେବେ ମଣିଷ ତିଆରି କାରଖାନା ରେ ଯଦି ଶିକ୍ଷକ ମାତାଲ ହୋଇ ଆସିବେ ତେବେ ଛାତ୍ରଛାତ୍ରୀ କି ଶିକ୍ଷା ଲାଭ କରିବେ ଏବଂ ଭବିଷ୍ୟତ ରେ ଛାତ୍ରଛାତ୍ରୀ ମାନେ କଣ ହେବେ ତାହା ଏବେ ବଡ ପ୍ରଶ୍ନ ହୋଇଛି, ଏଭଳି ସଙ୍ଗିନ ଘଟଣା ମାହାଙ୍ଗା ଶିକ୍ଷାବିଭାଗ ଜାଣିବାପରେ ବି କାର୍ଯ୍ୟାନୁଷ୍ଠାନ ନେବାକୁ କାହିଁକି ପଛଘୁଞ୍ଚା ଦେଉଛି ତାହା ବୁଝାପଡୁନି, ଘଟଣାର ତଦନ୍ତ ଧୀମା ଗତିରେ କରାଯିବାସହ ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ପ୍ରତିହତ କରିବାପାଇଁ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ବିଭିନ୍ନ ମହଲରୁ ଚାପ ପ୍ରୟୋଗ କରୁଥିବା ସାଧାରଣରେ ଶୁଣିବାକୁ ମିଳୁଛି, ଜଣେ ମଦ୍ୟପ ଶିକ୍ଷକକୁ ନିଲମ୍ବନ ନକରି ଅନ୍ୟତ୍ର ବଦଳିକରିବା ପାଇଁ ମସୁଧା ଚାଲିଛି, ଯଦି ଏହି ଶିକ୍ଷକ ଜଣକ ଅନ୍ୟତ୍ର ବଦଳିହୋଇ ଯିବାପରେ ସେଠାରେ କାର୍ଯ୍ୟଦିବସରେ ପୁଣି ମଦ ନପିଇବେ ବୋଲି କିଏ କହିବ, ତୁରନ୍ତ ଏପରି ଅପାରଗ ମଦୁଆ ଶିକ୍ଷକଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେବାକୁ ସାଧାରଣରେ ଦାବୀ ହୋଇଛି, ଯଦି ଏହି ଶିକ୍ଷଙ୍କ ପ୍ରତି ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନା ନିଆଯାଏ ତେବେ ଏହାର କୁ ପ୍ରଭାବ ଅନ୍ୟ ଶିକ୍ଷକଙ୍କ ଉପରେ ନପଡି଼ବବୋଲି ବୁଦ୍ଧିଜୀବୀମହଲରେ ଚର୍ଚ୍ଚା ହେଇଚି, ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ

Exit mobile version