କରୋନା ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଅ, ୧୨ ରାଜ୍ୟର ପ୍ରବାସୀଙ୍କ ଉପରେ ନଜର ରଖିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଓଡ଼ିଶା ତାଜା ନ୍ୟୁଜ (୨୬ ଫେବ୍ରୁଆରି, ଶୁକ୍ରବାର ) ଭୁବନେଶ୍ୱର :- ଦେଶରେ ପୁଣି ଚିନ୍ତା ବଢାଇଲାଣି କରୋନାର ଦ୍ବିତୀୟ ଷ୍ଟ୍ରେନ୍ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସଂକ୍ରମଣରେ ରୋକ ଲଗାଇବା ଦିଗରେ ପଦକ୍ଷେପ ନେବା ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ରାଜ୍ୟର ସମସ୍ତ ଜିଲ୍ଲାପାଳ, ପୌରପାଳିକା କମିଶନର, ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି ।  କେବଳ ସେତିକି ନୁହେଁ କରୋନା ସଂକ୍ରମଣ ବଢୁଥିବାରୁ ୧୨ ରାଜ୍ୟରୁ ଫେରନ୍ତାଙ୍କ ଉପରେ ସ୍ବତନ୍ତ୍ର ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରବାସୀ ଓଡ଼ିଆ ଫେରୁଥିଲେ ସେମାନଙ୍କର ବସଷ୍ଟାଣ୍ଡ, ରେଳଷ୍ଟେସନ୍ ଓ ବିମାନ ବନ୍ଦରରେ ସ୍କ୍ରିନିଂ କରାଯିବ । ଏହା ସହିତ ବିମାନବନ୍ଦର ଓ ରେଳଷ୍ଟେସନରେ ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ ହେବ ।  ଲକ୍ଷଣ କିମ୍ବା ଜ୍ବର ଥିବା ଜଣାପଡ଼ିଲେ ଆଣ୍ଟିଜେନ ଟେଷ୍ଟ ହେବ ।  କରୋନା ପଜିଟିଭ ଜଣାପଡ଼ିଲେ ଯାତ୍ରୀ ଆଇସୋଲେସନରେ ରହିବେ ।

Exit mobile version