ସ୍ଟେମ ଉପକରଣ ସମ୍ବନ୍ଧରେ ଶିକ୍ଷକ ମାନଙ୍କ କର୍ମଶାଳା

ଓଡ଼ିଶା ତାଜା ନ୍ୟୁଜ୍ ( ୨୬ ଫେବୃଆରୀ ଶୁକ୍ରବାର ) ବରଗଡ଼ :- ଏସିସି ଟ୍ରଷ୍ଟ ଓ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ବରଗଡ଼ ଜ଼ିଲ୍ଲା ର 30 ଜଣ ଶିକ୍ଷକ, ଶିକ୍ଷୟତ୍ରୀ କୁ ନେଇ କଟାପାଲି ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦୁଇ ଦିନିଆଁ ସ୍ଟେମ କର୍ମଶାଳା ଉଦଯାପିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିପିନ ରଥ ବ୍ଲକ ଶିକ୍ଷାଧିକାରୀ ବରଗଡ଼ ଯୋଗଦାନ କରି ତାଲିମ୍ ସଂମ୍ବନ୍ଧ ରେ ବିସ୍ତୃତ ଆଲୋଚନା କରିଥିଲେ l ଏସିସି ଟ୍ରଷ୍ଟ ର ଏହି କାର୍ଯ୍ୟକ୍ରମ କୁ ଶ୍ରୀଯୁକ୍ତ ରଥ ମଧ୍ୟ ପ୍ରଶଂସା କରିଥିଲେ l

ଶ୍ରୀଯୁକ୍ତ ମୋହନ ଚାନ୍ଦ ପଧାନ ମୁଖ୍ୟ ପ୍ରଶିକ୍ଷକ ଓ ଶ୍ରୀଯୁକ୍ତ ବଦ୍ରୀନାଥ ବେହେରା ଶହ ପ୍ରଶିକ୍ଷକ ଭାବରେ ତାଲିମ୍ କାର୍ଯ୍ୟ କୁ ତୁଳାଇ ଥିଲେ l ଏହି ତାଲିମ୍ କାର୍ଯ୍ୟକ୍ରମରେ ବିଶେଷକରି ସ୍ଟେମ ଉପକରଣ ର ବ୍ୟବହାର ମୋ ଶ୍ରେଣୀ ଗୃହରେ କିପରି ହେବ ତାହା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥାପନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା l ଏସିସି ଟ୍ରଷ୍ଟ ତରଫରୁ ଫିରୋଜ କୁମାର ଓ ଦୁର୍ଗେଶିଶ ମିଶ୍ର ଓ ଆମେରିକା ଇଣ୍ଡିଆନ ର କର୍ମକର୍ତା ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ କଟାପାଲି ର ଶିକ୍ଷକ ମାନେ ସହଯୋଗ କରିଥିଲେ l (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version