ଓଡ଼ଗାଁ ବାଘୁଆ ଛକର ବ୍ୟବସାୟୀ ସଂଘ ; ରାସ୍ତା ଉପରେ ଟାୟାର ଜାଳି – ରାସ୍ତା ବନ୍ଦ କରିଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ ( ୨୬ ଫେବୃଆରୀ ଶୁକ୍ରବାର ) ଓଡ଼ଗାଁ  :- ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ବ୍ୟବସାୟୀ ସଂଘ । ଫୁଟପାଥ ଠାରୁ ଆରମ୍ଭ କରି ଇଣ୍ଡଷ୍ଟ୍ରିଜ୍ ଯାଏ ସବୁ ବନ୍ଦ ରହିଛି । ଜିଏସଟି ନିୟମ ପରିବର୍ତ୍ତନ , ଅନଲାଇନ ବ୍ୟବସାୟ ଉପରେ ଆଇନ ଆଣିବା ଏବଂ ଖାଦ୍ୟ ନିରପତା ମାନ ଆଇନ୍ କୁ ପରିବର୍ତ୍ତନ କରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବାଘୁଆ ଛକ ବ୍ୟବସାୟୀ ସଂଘ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ବନ୍ଦ କରିଥିବାର ଦେଖିବାକୁ ମିଳିଛି ।

ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଏହି କାର୍ଯ୍ୟକ୍ରମ କୁ ବଣିକ ସଂଘର ସଭାପତି ସୀମାଞ୍ଚଳ ଗୈାଡ , ସମ୍ପାଦକ ଉମାଚରଣ ପ୍ରଧାନ ଙ୍କ ସହିତ ସମସ୍ତ ଦୋକାନୀ ଭାଇ ମାନେ ବନ୍ଦ ପାଳନରେ ସହଯୋଗ କରିଛନ୍ତି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version