‘ମୋ କଲେଜ’ ଅଭିଯାନ ସଂପର୍କିତ ପ୍ରସ୍ତୁତି ବୈଠକ ୱେବିନାର୍‌ ମାଧ୍ୟମରେ ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କ ସହିତ କଥାହେଲେ ମନ୍ତ୍ରୀ ଡ. ସାହୁ

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଫେବୃଆରୀ ଗୁରୁବାର )  ଭୁବନେଶ୍ୱର :- ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକର ବିକାଶ ଦିଗରେ ପୁରାତନ ଛାତ୍ରଛାତ୍ରୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କୁ ସେମାନଙ୍କର ଶିକ୍ଷାନୁଷ୍ଠାନ ସହିତ ଯୋଡ଼ିବା ଦିଗରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅଭିନବ ପରିକଳ୍ପନା ‘ମୋ କଲେଜ’ । ଏହା ମାଧ୍ୟମରେ ରାଜ୍ୟରେ ଉଚ୍ଚଶିକ୍ଷା ଭିତ୍ତିଭୂମିକୁ ଅଧିକ କ୍ରିୟାଶୀଳ କରିବା ସହିତ ଯୁବ ପିଢ଼ିମାନଙ୍କ ମଧ୍ୟରେ ସ୍ୱେଚ୍ଛାସେବୀ ମନୋଭାବକୁ ବୃଦ୍ଧି କରିବା ଓ ଦେଶ ଗଠନରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ସଚେତନ କରାଇବା ଦିଗରେ ଏହା ଏକ ସମୁଚିତ ପଦକ୍ଷେ ପ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ‘ମୋ କଲେଜ’ ଅଭିଯାନ ପରିଚାଳନା ସଂଗଠନ ଆନୁକୂଲ୍ୟରେ ରାଜ୍ୟର ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ସହିତ ୱେବିନାର୍‌ ମାଧ୍ୟମରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କହିଲେ ଯେ ‘ମୋ କଲେଜ’ ଅଭିଯାନ ମାଧ୍ୟମରେ ଦେଶବିଦେଶରେ ରହୁଥିବା ପୁରାତନ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ସହଯୋଗ କରିବା ସହିତ ଭାବଗତ ଭାବେ ଯୋଡ଼ି ହୋଇରହିବେ । ୱେବିନାର୍‌ ରେ ‘ମୋ କଲେଜ’ର ଅଧ୍ୟକ୍ଷ ଆକାଶ ଦାସ ନାୟକ ଉଦ୍‌ବୋଧନ ଦେବା ଅବସରର କହିଲେ ‘ମୋ କଲେଜ’ ଅଭିଯାନ ଏକ ବ୍ୟା ପକ ଚିନ୍ତାଧାରା । ଏହା ମାଧ୍ୟମରେ ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଶିକ୍ଷା ଓ ସାମାଜିକ ପରିବେଶରେ ଉନ୍ନତି ସହ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ଓ ଜୀବନ ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ।

ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କହିଲେ ଯେ ‘ମୋ କଲେଜ’ ଅଭିଯାନକୁ ଅଧିକ କ୍ରିୟାଶୀଳ କରାଯାଇଛି ଏବଂ ‘ମୋ କଲେଜ’ ଅଭିଯାନ ପରିଚାଳନା ସଂଗଠନ ଗଠନ କରାଯାଇଛି । ‘ମୋ କଲେଜ’ ଅଭିଯାନ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ବଜେଟ୍‌ରେ ଓଡ଼ିଶା ସରକାର ଏକ କର୍ପସ ପାଣ୍ଠି ଗଠନ କରିଛନ୍ତି ବୋଲି ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର କହିଥିଲେ । ୱେବିନାର୍‌ ମାଧ୍ୟମରେ ରାଜ୍ୟର ସମସ୍ତ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟକ୍ଷା ଯୋଗଦେଇଥିଲେ

Exit mobile version