ଭୁବନେଶ୍ୱର ମଦର୍ସ ପବ୍ଲିକ ସ୍କୁଲରେ ଗ୍ଲୋରୀ ୨୦୨୧ କାର୍ଯ୍ୟକ୍ରମ ଆୟୋଜିତ

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଫେବୃଆରୀ ଗୁରୁବାର ) ଭୁବନେଶ୍ୱର :- ସ୍ଥାନୀୟ ୟୁନିଟ-୧ ସ୍ଥିତ ମଦର୍ସ ପବ୍ଲିକ ସ୍କୁଲରେ ୨୦୨୦ ମସିହାରେ ଉତୀର୍ଣ୍ଣ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ “ଗ୍ଲୋରୀ ୨୦୨୧” ଅନୁଷ୍ଠିତ ହୋଇଛି । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ପୋଲୀ ପଟ୍ଟନାୟକ, ଉପାଧ୍ୟକ୍ଷା ଆନୀ ଦାଶ ତଥା ବିଭିନ୍ନ ଶ୍ରେଣୀର ଏକାଡେମିକ ସୁପରଭାଇଜର ମାନେ ଉପସ୍ଥିତ ଥିବାବେଳେ, ମୁଖ୍ୟ ଅତିଥି ରୂପେ ଲେନୋଭୋ କମ୍ପାନୀର ଏସିଆ ପାସିଫିକ ତଥା ଜାପାନର ମାନବ ସମ୍ବଳର ମୁଖ୍ୟ ଶ୍ରୀଯୁକ୍ତ ଶୁଭଙ୍କର ରାୟ ଚୌଧୁରୀ, ସୂଦୁର ସିଙ୍ଗାପୁରରରୁ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଯୋଗଦେଇଛନ୍ତି ।

ନିଜର ସ୍ୱାଗତ ସମ୍ଭାଷଣରେ ଅଧ୍ୟକ୍ଷା ଶ୍ରୀମତୀ ପୋଲୀ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ନିଜର ସ୍ୱପ୍ନ ପୂରଣ କରିବାକୁ ଆହ୍ୱାନ ଦେବା ସହିତ ପିଲାମାନଙ୍କୁ ଭଲ ମଣିଷଟିଏ ହେବାକୁ ପରାମର୍ଶ ଦେଇଛନ୍ତି । ମୁଖ୍ୟ ଅତିଥି ଶ୍ରୀ ଚୌଧୁରୀ ପିଲାମାନଙ୍କୁ ନିଜ ଚତୁଃପାଶ୍ୱର୍ରେ ଉପଲବ୍ଧ ସମ୍ବଳକୁ ପାଥେୟ କରି କିପରି ଜୀବନରେ ସଫଳତା ଅର୍ଜନ କରିହେବ ସେ ବିଷୟରେ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ଦ୍ୱାଦଶ ଶ୍ରେଣୀରେ ଶତକଡ଼ା ୯୦% ନମ୍ବର ରଖିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ନ୍ଧିତ କରାଯାଇଛି । ତାପରେ ପ୍ରତ୍ୟେକ ବିଷୟରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

ହାସହ ଦଶମ ବୋର୍ଡ଼ ପରୀକ୍ଷାରେ ସ୍କୁଲର ଆଦ୍ୟାଶା ବିଶ୍ୱାଳ ଓ ରୋହନ ଜେନା ତଥା ଦ୍ୱାଦଶ ବୋର୍ଡ଼ ପରୀକ୍ଷାରେ ସ୍କୁଲର ଟପର ଅତୀସ୍ମା ଐଶ୍ୱର୍ଯ୍ୟା (ବିଜ୍ଞାନ), ଆଶ୍ରା ପଟେଲ ଏବଂ ଅଭିଜିତ ପାଣ୍ଡବ(ଉଭୟ କଳା) ଏବଂ ପ୍ରିୟାଂଶୀ ଅଗ୍ରୱାଲ (ବାଣିଜ୍ୟ)ଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ୨୦୨୦ ମସିହାରେ ସ୍କୁଲର ସର୍ବଶ୍ରେଷ୍ଠ ବିଦ୍ୟାର୍ଥୀ ଭାବେ ଅପ୍ରମେୟ ପରିଡ଼ାଙ୍କୁ “ଗୋଲ୍ଡେନ ଇଗଲ” ସମ୍ମାନରେ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଏକାଡେମିକ ସୁପରଭାଇଜର ଶ୍ରୀମତୀ ସୋନୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version