ଓଡ଼ିଶା ସାମ୍ବାଦିକ ୟୁନିୟନ (OJU) କଳାହାଣ୍ଡି ଶାଖାର ବନ୍ଧୁ ମିଳନ

ସଂଘ ପ୍ରତି ଆନୁଗତ୍ୟ ଥିବା ସାମ୍ବାଦିକକୁ ହିଁ ସଦସ୍ୟ କରାଗଲେ ସଂଘ ଆଗେଇବ  

ଓଡ଼ିଶା ତାଜା ନ୍ୟୁଜ (୨୪ ଫେବୃଆରୀ ବୁଧବାର) କଳାହାଣ୍ଡି :-  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଜାରିଙ୍ଗ ପଞ୍ଚାୟତର ଚାରମହୁଲଠାରେ ଓଡ଼ିଶା ସାମ୍ବାଦିକ ୟୁନିୟନ କଳାହାଣ୍ଡି ଶାଖାର ଏକ ବନ୍ଧୁ ମିଳନ ୨୦୨୧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏକ ଶାନ୍ତିପୂର୍ଣ୍ଣ ପ୍ରାକୃତିକ ପରିବେଶରେ ଏହି କାର୍ଯ୍ୟକ୍ରମଟି ଜିଲ୍ଲା ସଭାପତି ନିରୋଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଏଥିରେ ନୂତନ ବର୍ଷର ଅଭିନନ୍ଦନ ସହ ଚଳିତବର୍ଷର ପ୍ରଥମ ବୈଠକରେ ସଂଘକୁ କିପରି ମଜବୁତ କରାଯାଇ ପାରିବ ଉପସ୍ଥିତ ସଦସ୍ୟ ମତ ରଖିଥିଲେ ।

ସହ ସମ୍ପାଦକ ସନ୍ତୋଷ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ସାମ୍ବାଦିକ ସଂଜୀବ ଦାସ ସ୍ୱ।ଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଘ ସାଧାରଣ ସମ୍ପାଦକ ଶଶିଭୂଷଣ ପ୍ରହରାଜ ଯୋଗ ଦେଇ କଳାହାଣ୍ଡି ଜିଲ୍ଲାରେ ସାମ୍ବାଦିକ ସଂଗଠନର ଅୟ୍ଆରମ୍ଭ ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଓଡ଼ିଶା ସାମ୍ବାଦିକ ୟୁନିୟନର ସଂଗଠନ କିପରି ସୁସଂଗଠିତ ଭାବରେ ଆଗେଇ ଆସୁଛି ତାର ଉଦାହରଣ ରଖିଥିଲେ ।

ସଂଘ ପ୍ରତି ଆନୁଗତ୍ୟ ଥିବା ସାମ୍ବାଦିକକୁ ହିଁ ସଦସ୍ୟ କରାଗଲେ ସଂଘ ଆଗେଇ ପାରିବ ଓ ସଂଘରେ ବିଶୃଙ୍ଖଳିତ ମନୋଭାବ ଦୂର କରିବା ପାଇଁ ମତବ୍ୟକ୍ତ କରିଥିଲେ । ରାଜ୍ୟ ପରିଷଦ ସଦସ୍ୟ ନରୋତ୍ତମ ସେଲମା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକର ଓଜେୟୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ କରିଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version