ହିଞ୍ଜିଳିକାଟୁ ପୌରାଂଚଳକୁ ସ୍ୱଚ୍ଛତା କ୍ଷେତ୍ରରେ ରାଜ୍ୟରେ ନଂ-୧ କରିବାକୁ ଆହ୍ୱାନ ସ୍ୱଚ୍ଛତା କ୍ଷେତ୍ରରେ ବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ

ଓଡ଼ିଶା ତାଜା ନ୍ୟୁଜ (୨୪ ଫେବୃଆରୀ,ବୁଧବାର ) ହିଞ୍ଜିଳିକାଟୁ :- ସ୍ୱଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ସ୍ୱଚ୍ଛ ଓଡ଼ିଶା- ସୁସ୍ଥ ଓଡ଼ିଶା କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌର ପରିଷଦକୁ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ଶୀର୍ଷ ର‌୍ୟାଙ୍କ୍ ହାସଲ କରିବା ନିମନ୍ତେ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ୨୦୨୧ । ହିଞ୍ଜିଳିକାଟୁ ପୌର ପରିଷଦକୁ ଓଡ଼ିଶା ତଥା ଭାରତରେ ୧ନମ୍ବର କରିବା ପାଇଁ ସ୍ଥାନୀୟ ପୌରାଂଚଳର ପ୍ରତିଟି ୱାର୍ଡ଼ରେ ସ୍ୱଚ୍ଛତା ଓ ପରିବେଶ ଉପରେ କାର୍ଯ୍ୟାନୟନ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବୁଧବାର ପୌର ପରିଷଦ କାର୍ଯ୍ୟାଳୟ ସଭାକକ୍ଷ ଗୃହରେ ସ୍ୱଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଏଡ଼ିଏମ ତଥା ସ୍ଥାନୀୟ ପୌର ପ୍ରଶାସକ କବିନ୍ଦ୍ର ସାହୁ ଓ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ କୁମାର ପାତ୍ର ମଂଚାସିନ ଥିଲେ । ପୌରାଂଚଳକୁ ସ୍ୱଚ୍ଛ ରଖିବା ନେଇ ସହରବାସୀଙ୍କ ଉଦ୍ୟମ ପ୍ରଂଶସନୀୟ । ହିଞ୍ଜିଳିକାଟୁ ପୌରାଂଚଳକୁ ସ୍ୱଚ୍ଛତା କ୍ଷେତ୍ରରେ ଦେଶରେ ୧ନଂ ଭାବେ ଗଢି ତୋଳିବା ପାଇଁ ସହରବାସୀ ୯୦% କାର୍ଯ୍ୟ କରୁଥିବା ବେଳେ ଅବଶିଷ୍ଟ ୧୦% ପୌର କର୍ମଚାରୀ ଓ ସଫେଇ କର୍ମଚାରୀ ମାନେ କାର୍ଯ୍ୟ କରୁଛନ୍ତି ବୋଲି ପୌର ପ୍ରଶାସକ ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ । ପୌର କର୍ମଚାରୀ ମାନେ ସ୍ୱଚ୍ଛତା କ୍ଷେତ୍ରରେ ଅଧିକ ଯତ୍ନବାନ ହେବା ସହ ଅଧିକରୁ ଅଧିକ ଜନ ସଚେତନା ସୃଷ୍ଟି କରିବା ସକାଶେ ପରାମର୍ଶ ଦେଇଥିଲେ । ସ୍ୱଚ୍ଛତା କ୍ଷେତ୍ରରେ ସ୍ଥାନୀୟ ପୌର କର୍ମଚାରୀ ଓ ସହରବାସୀଙ୍କ ଉଦ୍ୟମକୁ ପ୍ରଂଶସା କରିଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ଅଧିକ ସ୍ୱଚ୍ଛତା ଗ୍ରହଣ କରୁଥିବା ସରକାରୀ କାର୍ଯ୍ୟାଳୟ ଭାବେ ହିଞ୍ଜିଳିକାଟୁ ପଂଚାୟତ ସମିତି କାର୍ଯ୍ୟାଳୟ, ଶ୍ରେଷ୍ଠ ବିଦ୍ୟାଳୟ ଭାବେ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ, ଶ୍ରେଷ୍ଠ ବ୍ୟାଙ୍କ ଭାବେ ଆଇସିଆଇସିଆଇ ବ୍ୟାଙ୍କ ହିଞ୍ଜିଳିକାଟୁ ଶାଖା କାର୍ଯ୍ୟାଳୟ, ଘରର ଆବର୍ଜନାକୁ ବାହାରେ ନଫୋପାଡ଼ି ଜୈବିକ ଖତ ପ୍ରସୃତ କରୁଥିବା ପୌରାଂଚଳ ବ୍ଳକ କଲୋନି ଅଂଚଳର ଦିପକ କୁମାର ମହାନ୍ତିି ଓ ଆର୍ବଜନାରୁ ସୁନ୍ଦର କାରୁକାର୍ଯ୍ୟ ତିଆରି କରୁଥିବା କୁନି ବାଳିକା ସୋମପୁର ଗ୍ରାମର ପଲ୍ଲଭି ପଟ୍ଟନାୟକଙ୍କୁ ପୌର ପରିଷଦ ପକ୍ଷରୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପୌର କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର ପରିଚାଳନା କରିଥିଲେ । ପରମିଳ ସୁବିଜ୍ଞ ଅଭିଜିତ ପୁରୋହିତ, ଅଶ୍ୱିନି ନାୟକ, ବିବେକାନନ୍ଦ ମହାପାତ୍ର, ଛବି ପଣ୍ଡା, ଅରୁଣ ପାଢି, ଇ. କିଶାନ କୁମାର ପାତ୍ର, ଶୁସାନ୍ତ ବେହେରା ଓ ପୌର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

Exit mobile version